ଋଷର ପ୍ରଧାନମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତରେ ଆକ୍ରାନ୍ତ ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରି କହିଛନ୍ତି…

ଋଷର ପ୍ରଧାନମନ୍ତ୍ରୀ ମିଖାଇଲ୍ ମିଶୁସ୍ତିନ୍ କରୋନାରେ ସଂକ୍ରମିତ !

ଯଥାଶୀଘ୍ର ସୁସ୍ଥ ପାଇଁ ମୋଦୀଙ୍କ ଶୁଭକାମନା !

କରୋନା ଭୂତାଣୁର ପ୍ରଭାବ ସମଗ୍ର ଦେଶରେ ବ୍ୟାପିବାରେ ଲାଗିଛି । ଯାହା ବିଶ୍ଵର ଅଧିକାଂଶ ଲୋକଙ୍କୁ ସଂକ୍ରମିତ କରି ସାରିବା ପରେ ବର୍ତ୍ତମାନ ଋଷର ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନ ମଧ୍ୟ କାରୋନା ସଂକ୍ରମିତରେ ଆକ୍ରାନ୍ତ ହୋଇଛନ୍ତି । ଋଷର ପ୍ରଧାନମନ୍ତ୍ରୀ ବର୍ତ୍ତମାନ କରୋନା ପୋଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଏହି ଖବର ନିଜେ ଦେଇଛନ୍ତି । ତାଙ୍କୁ କରୋନା ପୋଜିଟିଭ ମିଳିବା ପରେ ବିଶ୍ଵର ବଡ଼ ବଡ଼ ନେତା ସ୍ତବ୍ଧ ହୋଇଯାଇଛନ୍ତି । ମାତ୍ର ବର୍ତ୍ତମାନ ସମଗ୍ର ଦୁନିଆର ନେତା, ତାଙ୍କ ସୁସ୍ଥତା ପାଇଁ କାମନା କରିଛନ୍ତି । ପୁଣି ଋଷର ପ୍ରଧାନମନ୍ତ୍ରୀଙ୍କ କରୋନା ସଂକ୍ରମିତ ସୂଚନା ଜଣାପଡ଼ିବା ପରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟ୍ୱିଟ କରି ତାଙ୍କ ସୁସ୍ଥତା କାମନା କରିଛନ୍ତି ।

ସେ ଟ୍ୱିଟ କରି କହିଛନ୍ତି ଯେ, “ଯଥାଶୀଘ୍ର ଠିକ୍ ହେବାପାଇଁ ଏବଂ ଭଲ ସ୍ଵାସ୍ଥ୍ୟ ପାଇଁ ଋଷ ପ୍ରଧାନମନ୍ତ୍ରୀ ମିଖାଇଲ ମିଶୁସ୍ତିନଙ୍କୁ ମୋର ଶୁଭକାମନା ।”

ଆମେ କରୋନା ମହାମାରୀକୁ ହରାଇବା ପ୍ରୟାସରେ ଆମ ଋଷ ସହିତ ଛିଡ଼ା ହୋଇଛୁ । ଋଷ ପ୍ରଧାନମନ୍ତ୍ରୀ ନିଜକୁ କରୋନା ପୋଜିଟିଭ ଜାଣିବା ପରେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି । ପୁଣି, ନିଜକୁ କରୋନା ପୋଜିଟିଭ ପାଇବା ପରେ ସେ ଏହି ଘଟଣାର ସୂଚନା ଋଷର ରାଷ୍ଟ୍ରପତି ବ୍ଲାଦୀମୀର ପୁତିନଙ୍କୁ ଦେଇଛନ୍ତି । ଏହାପରେ ପ୍ରଥମ ଉପପ୍ରଧାନମନ୍ତ୍ରୀ ଆନ୍ଦ୍ରେଈ ବେଲୌସୋବଙ୍କୁ ଅସ୍ଥାୟୀ ରୂପରେ ମିଶୁସ୍ତିନର କାର୍ଯ୍ୟଭାର ଦିଆଯାଇଛି ।

ପୁଣି ଆମେ କହି ରଖୁଛୁ ଯେ, ଏହି ବର୍ଷ ଋଷର ରାଷ୍ଟ୍ରପତି ବ୍ଲାଦୀମୀର ପୁତିନ ୫୪ ବର୍ଷୀୟ ମିଶୁସ୍ତିନଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ନାମିତ କରିଥିଲେ । ଋଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦୬,୪୯୮ ମାମଲା ସଂକ୍ରମିତ ହୋଇଥିବା ବେଳେ ୧,୦୭୩ କରୋନା ଭୂତାଣୁରେ ମୃତ୍ୟୁବରଣ କରିଛନ୍ତି । ଯେତେବେଳେ ସମଗ୍ର ବିଶ୍ଵରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଦ୍ଵାରା ୨,୩୦,୬୧୫ ମୃତ୍ୟୁ ହୋଇସାରିଛି ଏବଂ ୩,୨୪୭,୬୪୮ ଜଣ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି ।

Be the first to comment

Leave a Reply

Your email address will not be published.


*