ଋଷ ଆସନ୍ତାକାଲି Covid-19ର ପ୍ରଥମ ଭ୍ୟାକସିନ ଲଞ୍ଚ କରିବ ! ଫାର୍ମା କମ୍ପାନୀ ଦେଇଛି ଚେତାବନୀ ।

ଋଷ ଆସନ୍ତାକାଲି Covid-19ର ପ୍ରଥମ ଭ୍ୟାକସିନ ଲଞ୍ଚ କରିବ ! ଫାର୍ମା କମ୍ପାନୀ ଦେଇଛି ଚେତାବନୀ ।

କରୋନା ଭାଇରସ ପ୍ରକୋପ ମଧ୍ୟରେ ଆସନ୍ତା କାଲି ଅର୍ଥାତ ବୁଧବାର ୧୨ ଅଗଷ୍ଟକୁ ଋଷ ଗୋଟିଏ ବହୁତ ବଡ ଖୁସି ଖବର ଦେବାକୁ ପ୍ରସ୍ତୁତ କରୁଛି । ରୁଷରେ ପ୍ରଥମ କରୋନା ଭ୍ୟାକସିନ ପ୍ରସ୍ତୁତ ହୋଇଯାଇଛି । ଯଦି ଏହି ଭ୍ୟାକସିନକୁ ମାନ୍ୟତା ମିଳିଯାଏ; ତେବେ ଏହା ଦୁନିଆର ପ୍ରଥମ କରୋନା ଭ୍ୟାକସିନ ହେବ । କିନ୍ତୁ ଏହାର ବିରୋଧ ମଧ୍ୟ ଆରମ୍ଭ କରାଯିଛି ।

Google

ଋଷର ଉପ-ସ୍ୱାସ୍ଥ୍ୟମନ୍ତ୍ରୀ ଔଲେଗ୍ ଗ୍ରିଡନେବ କହିଛନ୍ତି ଯେ, ଦେଶ ୧୨ ଅଗଷ୍ଟକୁ କରୋନା ଭାଇରସ ବିରୁଦ୍ଧରେ ପ୍ରସ୍ତୁତ କରାଯାଇଥିବା ପ୍ରଥମ ଭ୍ୟାକସିନକୁ ପଞ୍ଜିକରଣ କରିବ । ଏହି ଭ୍ୟାକସିନ ମସ୍କୋ ସ୍ଥିତ ଗମଲେୟା ଇନଷ୍ଟିଚ୍ୟୁଟ୍ ଏବଂ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଏକତ୍ରିତ ଭାବରେ ପ୍ରସ୍ତୁତ କରିଛନ୍ତି । ବିଶେଷ କଥା ଏହି କି ଯେ, ଭ୍ୟାକସିନର ତୃତୀୟ ପର୍ଯ୍ୟାୟର କ୍ଲିନିକାଲ୍ ପରିକ୍ଷଣ ବର୍ତ୍ତମାନ ଜାରି ରହିଛି । ଅପରପକ୍ଷରେ ଋଷର ଫାର୍ମା କମ୍ପାନୀର ସ୍ଥାନୀୟ ୟୁନିଟ ଏହାକୁ ବିପଦଜନକ ବୋଲି କହି ଏହାର ବିରୋଧ କରିଛନ୍ତି ।

Google

ଋଷ ସରକାର ଦାବି କରିଛି, Gam-COVID-Vac Lyo ନାମକ ଏହି ଭ୍ୟାକସିନ ୧୨ ଅଗଷ୍ଟକୁ ପଞ୍ଜୀକୃତ ହୋଇଯିବ, ସେପ୍ଟେମ୍ବର ମାସରେ ଏହାର ପ୍ରଚୁର ଉତ୍ପାଦନ ଆରମ୍ଭ ହେବ ଏବଂ ଅକ୍ଟୋବର ମାସ ଠାରୁ ସମଗ୍ର ଦେଶରେ ଟୀକାକରଣ ଆରମ୍ଭ ହୋଇଯିବ । କିନ୍ତୁ ରୁଷ ଶିଳ୍ପ ସଂସ୍ଥା ଚେତାବନୀ ଦେଇଛି ଯେ କ୍ଲିନିକାଲ ପରୀକ୍ଷଣ ସଂପୂର୍ଣ୍ଣ ନକରି ଟିକା ବ୍ୟବହାର କରିବା ସାଧାରଣ ଲୋକଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇପାରେ ।

Google

ଏହି ଟୀକାକରଣର ଚିକିତ୍ସା ନିମନ୍ତେ ପରୀକ୍ଷଣ ଗତ ମାସ ଜୁନ୍ ୧୮ରେ ଆରମ୍ଭ ହୋଇଥିଲା ଏବଂ ଏଥିରେ ୩୮ ଜଣ ଲୋକ ସାମିଲ ହୋଇଥିଲେ । ସେମାନଙ୍କ ମଧ୍ୟରେ ପ୍ରତିରୋଧ ବିକଶିତ ହୋଇଛି । ପ୍ରଥମ ଗୋଷ୍ଠୀ ଜୁଲାଇ ୧୫ରେ ଡିସଚାର୍ଜ ହୋଇଥିବା ବେଳେ ଦ୍ୱିତୀୟ ଗୋଷ୍ଠୀ ଜୁଲାଇ ୨୦ରେ ଡିସଚାର୍ଜ ହୋଇଥିଲା । ଗ୍ରିଡନେବ କହିଛନ୍ତି ଯେ ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ପରୀକ୍ଷଣ ଅଛି ।

Google

ଆଡେନୋଭାଇରସକୁ ଆଧାର କରି ମସ୍କୋର ଗାମାଲା ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଦ୍ୱାରା ଏହି ଟୀକା ପ୍ରସ୍ତୁତ କରାଯାଇଛି । ଗବେଷକମାନେ ଦାବି କରିଛନ୍ତି ଯେ, ଟୀକାରେ ବ୍ୟବହୃତ କଣିକାଗୁଡ଼ିକ ଭାଇରସର ପ୍ରତିରୂପ ସୃଷ୍ଟି କରିପାରିବେ ନାହିଁ । ଗବେଷକ ଓ ଉତ୍ପାଦନରେ ଜଡିତ ଅନେକ ଲୋକ ଏହି ଟିକା ନିଜେ ବ୍ୟବହାର କରିଛନ୍ତି ଅର୍ଥାତ ନିଜ ଶରୀରରେ ଆଭ୍ୟନ୍ତରଣ କରିଛନ୍ତି । ଏହି ଟୀକା ଦେବା ପରେ କିଛି ଲୋକଙ୍କୁ ଜ୍ଵର ମଧ୍ୟ ଆସିପାରେ ତେଣୁ ପାରାସିଟାମୋଲ (paracetamol) ସେବନ ପାଇଁ ପରାମର୍ଶ ଦିଆଯାଇଛି ।

Google

ଏଠାରେ ଆପଣଙ୍କୁ ଗୋଟିଏ କଥା ଜଣାଇ ଦେଉଛୁ ଯେ, ରୁଷର ରାଷ୍ଟ୍ରପତି ବ୍ଲାଦିମିର ପୁତିନ ସୂଚନା ଦେଇଛନ୍ତି ଯେ, ତାଙ୍କର ଜଣେ ଝିଅଙ୍କୁ ଏହି ଟିକା ଦିଆଯାଇଥିଲା । ସେ କହିଛନ୍ତି ଯେ, ଦୁହେଁ ଭଲ ଅନୁଭବ କରୁଛନ୍ତି ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ । ଏହା ସଙ୍ଗେ ସଙ୍ଗେ ସେ କହିଛନ୍ତି ଯେ ପ୍ରଥମ ଟିକା ନେବା ପରେ ତାଙ୍କର ଝିଅର ତାପମାତ୍ରା 38 ଡିଗ୍ରୀ ଫରେନାଇଟ୍ ଥିଲା । ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି ।

Google

ସେପ୍ଟେମ୍ବର ମାସରେ ଏହାର ବ୍ୟାପକ ଉତ୍ପାଦନ ଆରମ୍ଭ ହୋଇଯିବ ଏବଂ ଅକ୍ଟୋବର ମାସ ଠାରୁ ସମଗ୍ର ଦେଶରେ ଟୀକାକରଣ ଆରମ୍ଭ କରିଦିଆଯିବ । ଚିକିତ୍ସା ପେଶାଦାର ଏବଂ ବରିଷ୍ଠ ନାଗରିକ ମାନଙ୍କୁ ସର୍ବପ୍ରଥମେ ଟୀକାକରଣ କରାଯିବ ।

Leave a Reply

Your email address will not be published. Required fields are marked *