କରୋନା ଭ୍ୟାକ୍ସିନ୍ନ  ପ୍ରସ୍ତୁତ କରିବାରେ ଆମେରିକା-ବ୍ରିଟେନ୍ ଠାରୁ ଆଗକୁ ଅତିକ୍ରମ କରିସାରିଛି ଋଷ ! କରିଛି ବଡ଼ ଦାବି

କରୋନା ଭ୍ୟାକ୍ସିନ୍ନ ପ୍ରସ୍ତୁତ କରିବାରେ ଆମେରିକା-ବ୍ରିଟେନ୍ ଠାରୁ ଆଗକୁ ଅତିକ୍ରମ କରିସାରିଛି ଋଷ ! କରିଛି ବଡ଼ ଦାବି

କରୋନା ଭାଇରସ୍ ଦୁନିଆରେ ତାଣ୍ଡବ ସୃଷ୍ଟି କରିଦେଇଛି । ଏହି ଭାଇରସର ଭ୍ୟାକ୍ସିନ ସନ୍ଧାନରେ ଦୁନିଆର ପ୍ରସିଦ୍ଧ ଵୈଜ୍ଞାନିକମାନେ ଲାଗି ପଡ଼ିଛନ୍ତି କିନ୍ତୁ ଏଥି ମଧ୍ୟରେ ଋଷ ଏହିପରି ଏକ ଦାବି କରିଛି ଯେଉଁଥିରେ ଚୀନ୍, ଆମେରିକା ପରି ଦେଶର ଚେତା ଉଡ଼ିଯାଇଛି । ବାସ୍ତବରେ ଋଷ ମୁତାବକ, ସେ ଅକ୍ଟୋବର ମାସରେ ନିଜ ଦେଶରେ ଏକ ବଡ଼ ଧରଣର କରୋନା ଭାଇରସ୍ ଭ୍ୟାକ୍ସିନର ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଯଦିଓ ଋଷର ଏହି ଦାବିର ସ୍ବତନ୍ତ୍ର ଭାବରେ ପ୍ରମାଣିତ ହୋଇ ନାହିଁ କିନ୍ତୁ ଏହା ମଧ୍ୟ ସତ ଅଟେ କି ନିଜର ଏହି ନିଷ୍ପତ୍ତି ପରେ ଋଷ କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବା ଦିଗରେ ଚୀନ୍, ଆମେରିକା ଏବଂ ବ୍ରିଟେନ୍ ଠାରୁ ଆଗକୁ ଅତିକ୍ରମ କରିଦେଇଛି ଏବଂ ଯଦି ଋଷ ନିଜର ଏହି କାର୍ଯ୍ୟରେ ସଫଳ ହୋଇଯାଏ ତେବେ ସମଗ୍ର ବିଶ୍ୱକୁ ବହୁତ ଶୀଘ୍ର କରୋନା ଭାଇରସ୍ ଭ୍ୟାକ୍ସିନ ମିଳିଯିବ ।

google

theguardian.comର ରିପୋର୍ଟ ମୁତାବକ, ୧୦ ଅଗଷ୍ଟ ସୁଦ୍ଧା ଋଷୀ ଅଧିକାରୀ ମୁଖ୍ୟ ଭ୍ୟାକ୍ସିନକୁ ମଞ୍ଜୁରି ଦେଇପାରନ୍ତି । ଋଷ ଅନୁସାରେ, କରୋନା ଭାଇରସର ଭ୍ୟାକ୍ସିନର ଉତ୍ପାଦନ ଆସନ୍ତା ମାସରେ ଅର୍ଥାତ ସେପ୍ଟେମ୍ବର ମାସରେ ଆରମ୍ଭ କରିଦିଆଯିବ । ଅକ୍ଟୋବର ମାସରେ ଏହି ଔଷଧକୁ ବ୍ୟାପକ ପରିମାଣରେ ପ୍ରଚାର କରାଯିବ । ବିଶେଷ କଥା ଏହା ଯେ ଭ୍ୟାକ୍ସିନ ପରୀକ୍ଷାରେ ତ୍ୱରାନ୍ୱିତ ଆଣିବା ପାଇଁ ଋଷ ଠାରେ ଅନୁସନ୍ଧାନକାରୀ ମାନେ ନିଜକୁ ମଧ୍ୟ ଭ୍ୟାକ୍ସିନ ଲଗାଇ ଦେଇଥିଲେ । କହିରଖୁଛୁ କି ଋଷ ଏହି ଭ୍ୟାକ୍ସିନ ପ୍ରସ୍ତୁତ କରିବା ପରେ ସମଗ୍ର ବିଶ୍ୱରେ ଦେଶ ମାନଙ୍କ ସହିତ ଡିଲ୍ କରିବାକୁ ଚାହୁଁଛି । ଯେଉଁଥିରେ ମୁଖ୍ୟତଃ ଭାରତ, ବ୍ରାଜିଲ୍ ଏବଂ ସାଉଦି ଆରବ ପରି ଦେଶ ଅଛି । କେବଳ ଏତିକି ନୁହେଁ, ରୁଷର ଜଣେ ଅଧିକାରୀଙ୍କ ମୁତାବକ, ଭାରତ ସମେତ ଏହି ଦେଶମାନେ ମଧ୍ୟ ଭ୍ୟାକ୍ସିନ କିଣିବାକୁ ଆଗ୍ରହ ପ୍ରକାଶ ମଧ୍ୟ କରିଛନ୍ତି ।

google

ଅପର ପକ୍ଷରେ, ଋଷର ବାଣିଜ୍ୟିକ ମନ୍ତ୍ରୀ ଡେନିସ୍ ମୈନୁତୁରୋବ କହିଛନ୍ତି କି, ଏକ ମାସରେ ଋଷ ଲକ୍ଷ ଲକ୍ଷ ଡୋଜ୍ ଉତ୍ପାଦନ କରିପାରିବ । ଗୋଟିଏ କମ୍ପାନୀ ଏହି ଭ୍ୟାକ୍ସିନର ଉତ୍ପାଦନ ପାଇଁ ପ୍ରସ୍ତୁତ ହୋଇସାରିଛି । ଯାହା ଋଷର ତିନୋଟି ଅଲଗା ଅଲଗା ସ୍ଥାନରେ ହେବ । ତେବେ ଏହା ପୂର୍ବରୁ ଋଷର ମନ୍ତ୍ରୀ କହିଥିଲେ କି, କ୍ଲିନିକାଲ ପରିକ୍ଷଣ ସମ୍ପୁର୍ଣ୍ଣ ହୋଇଯାଇଛି ଏବଂ ବହୁତ ଶୀଘ୍ର ହିଁ କାଗଜପତ୍ର କାମ ମଧ୍ୟ ସମ୍ପୁର୍ଣ୍ଣ କରିଦିଆଯିବ । କହିରଖୁଛୁ କି ରୁଷର ଏହି ଭ୍ୟାକ୍ସିନର ଅଧିକ ସୂଚନା ସାମ୍ନାକୁ ଆସି ନାହିଁ କିନ୍ତୁ ଆମେରିକା-ବ୍ରିଟେନରେ ପ୍ରସ୍ତୁତ ହେଉଥିବା ଔଷଧର ପ୍ରତ୍ୟେକ ଅଧୁନାତନ ଦୁନିଆର ସାମ୍ନାକୁ ଆସୁଛି । ଯେଉଁ କାରଣ ହେତୁ ଋଷର ଭ୍ୟାକ୍ସିନ ଉପରେ ପ୍ରଶ୍ନ ମଧ୍ୟ ଉଠିଛି ।

Leave a Reply

Your email address will not be published. Required fields are marked *