ମାଗଣା ଗ୍ୟାସ୍ ସଂଯୋଗ ନିମନ୍ତେ ନିୟମରେ ହେବ ପରିବର୍ତ୍ତନ ! ‘ସବ୍-ସିଡ୍’ ନିମିତ୍ତ ଧାର୍ଯ୍ୟ ହେବ ନୂତନ ନିୟମ…

ମାଗଣା ଗ୍ୟାସ୍ ସଂଯୋଗ ନିମନ୍ତେ ନିୟମରେ ହେବ ପରିବର୍ତ୍ତନ ! ‘ସବ୍-ସିଡ୍’ ନିମିତ୍ତ ଧାର୍ଯ୍ୟ ହେବ ନୂତନ ନିୟମ…

ଉଜ୍ଜ୍ୱଳା ସ୍କିମ୍ ଅନୁଯାୟୀ ମାଗଣା ‘LPG’ ଗ୍ୟାସ୍ ସଂଯୋଗ ଉପରେ ମିଳୁଥିବା ସବ୍ସିଡିରେ କିଛି ପରିବର୍ତ୍ତନ ଆସିପାରେ ।

ଉଜ୍ଜ୍ୱଳା ଯୋଜନା ଅନୁଯାୟୀ ମାଗଣା ‘LPG’ ଗ୍ୟାସ୍ ସଂଯୋଗ ଉପରେ ମିଳୁଥିବା ସବ୍ସିଡିରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏଥିପାଇଁ ଯଦି ଆପଣ ମଧ୍ୟ ଉଜ୍ଜ୍ୱଳା ଯୋଜନା ନିମିତ୍ତ ମାଗଣା LPG ସଂଯୋଗ କରାଇବା ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ଖବରକୁ ଧ୍ୟାନ ଦେଇ ପଢ଼ନ୍ତୁ ।

‘LPG’ ସଂଯୋଗରେ ପରିବର୍ତ୍ତିତ ହେବ ସବ୍ସିଡି ସଂରଚନା ?

ମନୀ କଣ୍ଟ୍ରୋଲରେ ଛପିଥିବା ଖବର ଓ ଯୋଜନା ଅନୁଯାୟୀ ନୂତନ ସଂଯୋଗ ପାଇଁ ଉପସ୍ଥିତ ସଂରଚନାରେ କିଛି ପରିବର୍ତ୍ତନ ହୋଇପାରେ । ମନୀ କଣ୍ଟ୍ରୋଲରେ ଛପି ଖବର ଅନୁଯାୟୀ ସୂତ୍ରରୁ ଜଣାପଡ଼ିଛି ଯେ ପେଟ୍ରୋଲିୟମ୍ ମନ୍ତ୍ରାଳୟ ଦୁଇଟି ସଂରଚନା ଉପରେ କାମ କରିବା ଆରମ୍ଭ କରି ଦେଇଛନ୍ତିଏ ଏବଂ ଏହାକୁ ଖୁବଶୀଘ୍ର ଜାରି କରାଯିବ । ଆପଣଙ୍କୁ ସୁଚାଇଦେଉଛୁ ଯେ ବିତ୍ତ ମନ୍ତ୍ରୀ ନିର୍ମଳା ସୀତା ରମଣ ବଜେଟରେ ଏକ କୋଟି ଟଙ୍କା ନୂତନ ସଂଯୋଗ ଦେବେ ବୋଲି ଘୋଷଣା କରିଥିଲେ, କିନ୍ତୁ ବର୍ତ୍ତମାନ ସରକାର (OMCs) ପକ୍ଷରୁ ଏଡଭାନ୍ସ ପେମେଣ୍ଟ ମଡେଲରେ ପରିବର୍ତ୍ତନ କରିପାରନ୍ତି ।

ଏଡଭାନ୍ସ ପେମେଣ୍ଟର ଉପାୟ ବଦଳିବ ?

ମନୀ କଣ୍ଟ୍ରୋଲ୍ ସୂତ୍ରରୁ ଜଣାପଡ଼ିଛି ଯେ ୧୬୦୦ ଟଙ୍କାର ଏଡଭାନ୍ସ ପେମେଣ୍ଟ କମ୍ପାନୀ ନେବ । ବର୍ତ୍ତମାନ (OMCs) ଏଡଭାନ୍ସ ରକମ EMI ରୂପେ ନେବ ଯେବେକି ଏହି ମାମଲାର ସୂଚନା ରଖୁଥିବା ସୂତ୍ର ଅନୁଯାୟୀ ଯୋଜନାରେ ବଳକା ୧୬୦୦ର ସବ୍ସିଡ଼ି ସରକାର ଦେବ ।

ସରକାର ମାଗଣା ‘LPG’ ସିଲିଣ୍ଡର ଓ ଷ୍ଟୋଭ୍ ଦେବ

ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ ଗ୍ରାହକ ମାନଙ୍କୁ ୧୪.୨ କିଲୋଗ୍ରାମ୍ ସିଲିଣ୍ଡର ଓ ଷ୍ଟୋଭ୍ ଦିଆଯିବ । ଏହାର ଲଗାଣ ପାଖାପାଖି ୩୨୦୦ଟଙ୍କା ହେବ ଏବଂ ଏହା ଉପରେ ସରକାରଙ୍କ ପକ୍ଷରୁ ୧୬୦୦ ଟଙ୍କାର ସବ୍ସିଡି ମିଳିବ ଯେବେକି ୧୬୦୦ ଟଙ୍କାର ତେଲ ମାର୍କେଟିଙ୍ଗ କମ୍ପାନୀ ଏଡଭାନ୍ସ ରୂପେ ଦେବ । ଯଦିଓ (OMCs) ରିଫିଲ୍ କରାଇବା ଉପରେ ସବ୍ସିଡିର ରକମ EMI ଆଦାୟ କରିବ ।

ଏପରି କରାନ୍ତୁ ଉଜ୍ଜ୍ୱଳା ଯୋଜନାରେ ରେଜିଷ୍ଟ୍ରେସନ୍

ଉଜ୍ଜ୍ୱଳା ଯୋଜନା ପାଇଁ ରେଜିଷ୍ଟ୍ରେସନ୍ କରାଇବା ଖୁବ୍ ସହଜ ଅଟେ । ଉଜ୍ଜ୍ୱଳା ଯୋଜନା ଅନୁସାରେ, ଗ୍ୟାସ୍ ସଂଯୋଗ ପାଇଁ BPL ପରିବାରର ଯେକୌଣସି ମହିଳା ଆବେଦନ କରିପାରିବେ । ଏହି ଯୋଜନାର ସମ୍ପୂର୍ଣ୍ଣ ସୂଚନା ଆପଣଙ୍କୁ ଅଧିକାରୀକ ୱେବସାଇଟ୍ pmujjwalayojana.comରେ ମିଳିଯିବ । ରେଜିଷ୍ଟ୍ରେସନ୍ କରାଇବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଏକ ଫର୍ମ ଭରି ନିକଟସ୍ଥ LPG ଡିଷ୍ଟ୍ରିବ୍ୟୁଟରକୁ ଦେବାକୁ ପଡ଼ିବ ।

ଏହି ଫର୍ମରେ ଯେଉଁ ମହିଳା ଆବେଦନ କରିଛନ୍ତି ତାଙ୍କର ସମ୍ପୂର୍ଣ୍ଣ ଠିକଣା, ଜନଧନ ବ୍ୟାଙ୍କ ଆକାଉଣ୍ଟ ଓ ପରିବାରର ସମସ୍ତ ସଦସ୍ୟଙ୍କ ଆଧାର ନମ୍ବର ମଧ୍ୟ ଦେବାକୁ ପଡିବ । ପରେ ଏହାକୁ ପ୍ରକ୍ରିୟାକରଣ କରିବା ପରେ ଦେଶର ଅଏଲ୍ ମାର୍କେଟିଂ କମ୍ପାନୀ ଯୋଗ୍ୟ ଲାଭର୍ଥୀଙ୍କୁ LPGକୁ ସଂଯୋଗକୁ ଜାରି କରେ । ଯଦି କୌଣସି ଉପଭୋକ୍ତା EMI ବିକଳ୍ପ ଚୟନ କରନ୍ତି ତେବେ EMI ରାଶି ସିଲିଣ୍ଡର ଉପରେ ମିଳୁଥିବା ସବ୍ସିଡିରେ ଏଡ଼ଜଷ୍ଟ କରାଯାଏ ।

Leave a Reply

Your email address will not be published. Required fields are marked *