ଜୁନ୍‌ ପହିଲାରୁ ବଦଳିଯିବ ଏହି ୫ଟି ନିୟମ ! ବ୍ୟାଙ୍କର IFSC କୋଡ୍‌ ଠାରୁ ଆରମ୍ଭ କରି LPG ଗ୍ୟାସ୍‌ ଦାମ୍ ପର୍ଯ୍ୟନ୍ତ ଏହିସବୁ କ୍ଷେତ୍ରରେ ହେବ ପରିବର୍ତ୍ତନ…

ଜୁନ୍‌ ପହିଲାରୁ ବଦଳିଯିବ ଏହି ୫ଟି ନିୟମ ! ବ୍ୟାଙ୍କର IFSC କୋଡ୍‌ ଠାରୁ ଆରମ୍ଭ କରି LPG ଗ୍ୟାସ୍‌ ଦାମ୍ ପର୍ଯ୍ୟନ୍ତ ଏହିସବୁ କ୍ଷେତ୍ରରେ ହେବ ପରିବର୍ତ୍ତନ…

କରୋନା ମହାମାରୀ ମଧ୍ୟରେ ସଂକ୍ରମଣ ବଢିବା ସତ୍ତ୍ୱେ ମଧ୍ୟ ଦେଶର ପ୍ରଗତି ଓ ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କେତେକ କ୍ଷ୍ଯେତ୍ରେରେ ନିୟମାବଳୀର ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତନ ଜୁନ୍ ପହିଲା ଠାରୁ ଲାଗୁ ହେବ । ଜୁନ୍‌ ୨୦୨୧ରୁ ଦେଶର ନାଗରିକଙ୍କ ସହିତ ଜଡ଼ିତ କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏଥିରେ ବ୍ୟାଙ୍କିଙ୍ଗ, ଇନକମ୍‌ ଟ୍ୟାକ୍ସ, ଇ-ଫାଇଲିଂ ଠାରୁ ଗ୍ୟାସ୍‌ ସିଲିଣ୍ଡର ସହ ଅନେକ ନିୟମ ପରିବର୍ତ୍ତନ ହେବ । ଯାହାର ସିଧା ପ୍ରଭାବ ଆପଣଙ୍କ ଉପରେ ଏବଂ ଆପଣଙ୍କ ପକେଟ୍‌ ଉପରେ ପଡ଼ିବାକୁ ଯାଉଛି । ଜୁନ ପହିଲାରୁ ବ୍ୟାଙ୍କ ଅଫ୍ ବରୋଦାରେ ଚେକ୍‌ ପେମେଣ୍ଟର ଶୈଳୀ ପରିବର୍ତ୍ତନ ହେବ ।

1) ବ୍ୟାଙ୍କ ଅଫ୍‌ ବରୋଦା​‌ରେ ଲାଗୁ ହେବ ପଜିଟିଭ୍‌ ପେ ସି​‌ଷ୍ଟମ୍‌ :

ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକମାନଙ୍କ ପାଇଁ ୧ ଜୁନ୍ ୨୦୨୧ରୁ ଚେକ୍‌ ପେମେଣ୍ଟ ପ୍ରକ୍ରିୟା ପରିବର୍ତ୍ତନ କରିବ । ଠକାମୀରେ ଶିକାର ହେବାରୁ ରକ୍ଷା କରିବାକୁ ଗ୍ରାହକମାନଙ୍କ ପାଇଁ ବ୍ୟାଙ୍କ ପଜିଟିଭ୍‌ ପେ’ କନଫର୍ମେସନ୍‌ ଲାଗୁ କରିବ । ତେବେ ଏହି ପରିବର୍ତ୍ତନ କେବଳ ୨ ଲକ୍ଷରୁ ଅଧିକ ଚେକ୍‌ ପେମେଣ୍ଟ ଉପରେ ଲାଗୁ ହେବ ।

2) ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍‌ :

ଜୁନ୍‌ ପହିଲାରୁ ଗ୍ୟାସ୍‌ ସିଲିଣ୍ଡର ଦାମରେ ପରିବର୍ତ୍ତନ ନେଇ ଅନୁମାନ କରାଯାଉଛି । ପ୍ରତି ମାସ ତୈଳ କମ୍ପାନୀ ପକ୍ଷରୁ ଏଲପିଜି ସିଳିଣ୍ଡର ଦାମରେ କିଛି ନା କିଛି ପରିବର୍ତ୍ତନ ହେଉଥିବାର ଅନୁମାନ କରାଯାଉଛି । ବେଳେବେଳେ ମାସକରେ ଦୁଇ ଥର ଦାମ ପରିବର୍ତ୍ତନ ହୋଇଛି । ଏବେ ୧୪.୨ କେଜିର ଏଲପିଜି ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ ୮୦୯ ଟଙ୍କା ରହିଛି । ୧୯ କେଜିର ସିଲିଣ୍ଡର ଦାମ ମଧ୍ୟ ବଦଳିପାରେ । କିନ୍ତୁ ଏହା ନିଶ୍ଚିତ ନୁହେଁ ଯେ ଦାମରେ ପରିବର୍ତ୍ତନ ହେବ କି ନାହିଁ ।

3) ଛୋଟ ସଞ୍ଚୟ ସ୍କିମ୍‌ରେ ସୁଧହାରର ପରିବର୍ତ୍ତନ :

ପିପିଏଫ, ଏନଏସସି, କେଭିପି ଏବଂ ସୁକନ୍ୟା ସମୃଦ୍ଧି ଭଳି ସ୍ମଲ୍‌ ସେଭିଂସ୍‌ ସ୍କିମ୍‌ରେ ସୁଧହାରର ପରିବର୍ତ୍ତନ ଜୁନରେ ହେବ । ସରକାରଙ୍କ ପକ୍ଷରୁ ଏହି ପରିବର୍ତ୍ତନ ପ୍ରତି ୩ ମାସରେ ଥରେ କରାଯାଉଛି । ଗତ ୩୧ ମାର୍ଚ୍ଚରେ ଆର୍ଥିକ ବର୍ଷ ୨୦୨୦-୨୧ର ଅନ୍ତିମ ତ୍ରୈମାସିକ ଶେଷରେ ନୂଆ ସୁଧହାର ଜାରି କରାଯାଇଥିଲା । ଯାହାକୁ ୨୪ ଘଣ୍ଟା ମଧ୍ୟରେ ପ୍ରତ୍ୟାହାର କରି ନିଆଯାଇଥିଲା । ଏବେ ପୁଣି ୩୦ ଜୁନ୍‌ରେ ନୂଆ ସୁଧହାର ଲାଗୁ କରାଯିବ ।

4) ଜୁନ୍‌ ପହିଲାରୁ ବନ୍ଦ ରହିବ ଇନ୍‌କମ୍‌ ଟ୍ୟାକ୍ସର ଇ-ଫାଇଲିଂ ସାଇଟ୍‌ :

୧ରୁ ୬ ଜୁନ୍‌ ପର୍ଯ୍ୟନ୍ତ ଇନକମ୍‌ ଟ୍ୟାକ୍ସ ଡିପାର୍ଟମେଣ୍ଟର ଇ-ଫାଇଲିଂ ପୋର୍ଟାଲ କାର୍ଯ୍ୟ କରିବ ନାହିଁ । ୭ ଜୁନ୍‌ରେ ବିଭାଗ ଟ୍ୟାକ୍ସ ପେୟର୍ସଙ୍କ ପାଇଁ ନୂଆ ପୋର୍ଟାଲ୍‌ ଲଞ୍ଚ କରିବ । ଆୟକର ନିର୍ଦେଶାଳୟ ଅନୁସାରେ ଆଇଟିଆର ଭରିବା ପାଇଁ ଅଧିକାରୀକ ଓ୍ବେବସାଇଟ୍‌ର ପରିବର୍ତ୍ତନ ହେବ ।

5) ୩୦ ଜୁନ୍‌ରେ ବଦଳିବ IFSC କୋଡ୍‌ :

କାନାରା ବ୍ୟାଙ୍କ ଓ୍ବେବସାଇଟ୍‌ରେ ଉଲ୍ଲେଖ ଥିବା ସୂଚନା ଅନୁସାରେ ଜୁଲାଇ ପହିଲାରୁ ବ୍ୟାଙ୍କର IFSC କୋଡ୍‌ ପରିବର୍ତ୍ତନ ହେବ । ସିଣ୍ଡିକେଟ୍‌ ବ୍ୟାଙ୍କର ଗ୍ରାହକଙ୍କୁ ନୂଆ ଆଇଏଫଏସସି କୋଡ୍‌ ୩୦ ଜୁନ୍‌ ମଧ୍ୟରେ ମିଳିବାର ସମ୍ଭାବନା ରହିଛି । ନୂଆ ଆଇଏଫଏସ୍‌ସି କୋଡ୍‌ ଜାଣିବା ପାଇଁ କାନାରା ବ୍ୟାଙ୍କର ଓ୍ବେବସାଇଟ୍‌ ଯାଇ ଜାଣିପାରିବେ ଗ୍ରାହକ । ତେବେ କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍‌ ବ୍ୟାଙ୍କର ମିଶ୍ରଣ ହୋଇସାରିଛି ।

Leave a Reply

Your email address will not be published. Required fields are marked *