ସାଥ୍ ନିଭାନା ସାଥିୟା ଧାରାବାହିକରେ ରାଶି ମୋଦିଙ୍କ ଚରିତ୍ରରେ ଅଭିନୟ କରିଥିବା ରୁଚା ହାସବାନିସ୍ ଏବେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ଆପଣ ବି ଥରେ ନିଶ୍ଚୟ ଦେଖନ୍ତୁ

ସାଥ୍ ନିଭାନା ସାଥିୟା ଧାରାବାହିକରେ ରାଶି ମୋଦିଙ୍କ ଚରିତ୍ରରେ ଅଭିନୟ କରିଥିବା ରୁଚା ହାସବାନିସ୍ ଏବେ ଖୁବ୍ ସୁନ୍ଦର ଦେଖା ଯାଉଛନ୍ତି । ଆପଣ ବି ଥରେ ନିଶ୍ଚୟ ଦେଖନ୍ତୁ

ଟିଭି ଧାରାବାହିକ ରେ ଅନେକ ଚରିତ୍ରରେ ଅଭିନୟ କରୁଥିବା ଅଭିନେତାଙ୍କୁ ଦେଖିଛେ । ସେଥିମଧ୍ୟରୁ କିଛି ଏଭଳି ଚରିତ୍ରର ଥାଏ ଯାହାର ଅଭିନୟ ଦେଖି ଲୋକମାନେ ଖୁବ୍ ପ୍ରଶଂସା କରନ୍ତି ଓ ସେମାନଙ୍କୁ ଦେଖିବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି । କିନ୍ତୁ ପ୍ରଶଂସକଙ୍କୁ ସେତେବେଳେ ବହୁତ ଦୁଃଖ ଲାଗିଥାଏ, ଯେତେବେଳେ ଧାରାବାହିକ ହୋଇଗଲା ପରେ ଅନ୍ୟ କେଉଁ ଧାରାବାହିକରେ ଦେଖିବାକୁ ନ ପାଇଥାନ୍ତି । ସେହିଭଳି ଗୋଟିଏ ଅଭିନେତ୍ରୀ ଅଛନ୍ତି, ସେ ହେଉଛନ୍ତି ରୁଚା ହାସବାନିସ୍ । ଯିଏକି ଷ୍ଟାର ପ୍ଲସ୍ ର ଲୋକପ୍ରିୟ ଧାରାବାହିକ ସାଥ୍ ନିଭାନା ସାଥିୟାରେ ରାଶି ମୋଦିଙ୍କ ଚରିତ୍ରରେ ଅଭିନୟ କରିଥିଲେ । କିନ୍ତୁ ଏଭଳି କିଛି ଘଟିଲା ଯାହାପରେ କି, ସେ ଅନ୍ୟ କୌଣସି ଧାରାବାହିକରେ ନଜରରେ ଆସିନଥିଲେ । କିନ୍ତୁ ଆପଣ ଜାଣନ୍ତି କି, ସେ ଏବେ କେଉଁଠାରେ ରହୁଛନ୍ତି, କଣ କରୁଛନ୍ତି ଓ କିପରି ଦେଖାଯାଉଛନ୍ତି । ଯଦି ଜାଣି ନାହାଁନ୍ତି, ତେବେ ଚାଲନ୍ତୁ ତାଙ୍କ ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

google

ଟିଭି ଇଣ୍ଡଷ୍ଟ୍ରିର ଦମଦାର୍ ଅଭିନେତ୍ରୀ ରୁଚା ହାସବାନିସ୍ଙ୍କ ଜନ୍ମ ୧ ଫେବୃଆରୀ ୧୯୮୮ରେ ମୁମ୍ବାଇରେ ହୋଇଥିଲା । ତାଙ୍କ କ୍ୟାରିଅର୍ ବିଷୟରେ କହିବାକୁଗଲେ ସେ କେବେବି ଅଭିନେତ୍ରୀ ହେବେ ବୋଲି ଭାବିନଥିଲେ । ବରଂ ସେ ଏକ ଓକିଲ ହେବାପାଇଁ ବହୁତ ପରିଶ୍ରମ କରୁଥିଲେ । କିନ୍ତୁ ତାଙ୍କ ଭାଗ୍ୟରେ ଅନ୍ୟ କିଛି ଲେଖା ହୋଇଥିଲା, ସେଥିପାଇଁ ହିଁ ତାଙ୍କ ମନ ତାଙ୍କୁ ଅଭିନୟ କରିବା ଆଡ଼କୁ ଟାଣି ଆଣିଲା । ଦିନେ ରୁଚା ହାସବାନିସ୍ ଏକ ରେଷ୍ଟରେଣ୍ଟକୁ ଯାଇଥିଲେ, ଯେଉଁଠାରେ ଏକ ପ୍ରୋଡ୍ୟୁସର୍ ଙ୍କ ନଜର ତାଙ୍କ ଉପରେ ପଡ଼ିଲା ତାଙ୍କ ସୁନ୍ଦରତା ଦେଖି ନିଜେ ପ୍ରସ୍ତୁତ କରୁଥିବା ଧାରାବାହିକରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ । ସେ ୨୦୦୯ରେ ଧାରାବାହିକ ଚାରଚନ୍ଦିରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଯେଉଁଥିରେ କି, ସେ ଦେବୀକାର ଚରିତ୍ରରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ରୁଚା ହାସବାନିସ୍ ଙ୍କ ଅଭିନୟକୁ ପ୍ରଶଂସକ ମାନେ ବହୁତ ପ୍ରଶଂସା କରିଥିଲେ ।

google

ତାଙ୍କ ଦମଦାର୍ ପ୍ରଦର୍ଶନ ଦେଖି ତାଙ୍କୁ ଷ୍ଟାର ପ୍ଲସ୍ ର ବେଷ୍ଟ ଧାରାବାହିକ ସାଥ୍ ନିଭାନା ସାଥିୟା ରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ଯେଉଁଥିରେ କି ସେ ଏହି ଚରିତ୍ରରେ ଅଭିନୟ କରି ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ । ଲୋକଙ୍କ ହୃଦୟକୁ ଜିତି ତାଙ୍କ ହୃଦୟରେ ରାଜ୍ କରୁଥିଲେ । ଏହି ଧାରାବାହିକ ପରେ ରୁଚା ହାସବାନିସ୍ ଆଉ ଅନ୍ୟ କୌଣସି ଧାରାବାହିକରେ ମଧ୍ୟ ଅଭିନୟ କରିନଥିଲେ ।

google

ସେ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ରହି ରାହୁଲ ଚାଗଡ଼ଲେ ସହିତ ବିବାହ କରିଥିଲେ । ସେ ନିଜ ବିବାହିତ ଜୀବନରେ ବହୁତ ବ୍ୟସ୍ତ ହୋଇଗଲେ । ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ରୁଚା ହାସବାନିସ୍ ଟିଭି ଇଣ୍ଡଷ୍ଟ୍ରିକୁ ଛାଡ଼ି ବହୁତ ସମୟ ହୋଇଯାଇଛି । ଏହି ବିତିଥିବା ସମୟରେ ସେ ବହୁତ ବଦଳି ଯାଇଛନ୍ତି । ସେ ଏବେ ୩୨ ବର୍ଷର ହୋଇଗଲେ ଓ ପୂର୍ବ ଅପେକ୍ଷା ଏବେ ବହୁତ ସୁନ୍ଦର ଦେଖାଯାଉଛନ୍ତି । ସେ ଏକ ଝିଅର ମା ମଧ୍ୟ ହୋଇସାରିଲେଣି ।

Leave a Reply

Your email address will not be published. Required fields are marked *