ପୁଣିଥରେ କିନ୍ନର ଭୂମିକାରେ ଦେଖାଦେବେ ରୁବିନା ! ଫୋଟ ହେଉଛି ସୋସିଆଲ୍ ମିଡିଆରେ ଭାଇରଲ୍…

ପୁଣିଥରେ କିନ୍ନର ଭୂମିକାରେ ଦେଖାଦେବେ ରୁବିନା ! ଫୋଟ ହେଉଛି ସୋସିଆଲ୍ ମିଡିଆରେ ଭାଇରଲ୍…

ଟିଭି ଅଭିନେତ୍ରୀ ରୁବିନା ଦିଲାୟକ ଏବେ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ‘ବିଗ୍-ବସ୍’ ଶୋ’ ଜିତିଛନ୍ତି, ସ୍ୱାମୀ ଅଭିନବଙ୍କ ସହ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ମଧ୍ୟ ରିଲିଜ୍ ହୋଇଛି । ବର୍ତ୍ତମାନ ପ୍ରଶଂସକମାନେ ଟିଭିରେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି । ଶୁଣାଯାଉଛି ଯେ ରୁବିନା ଶୀଘ୍ର ଟିଭିକୁ ଫେରିବେ ଯାହା ପ୍ରଶଂସକଙ୍କ ପାଇଁ ବହୁତ ଖୁସିର ଖବର ।

ଖବର ଅନୁଯାୟୀ ଟିଭି ଶୋ’ ଶକ୍ତି: ଅସ୍ତିତ୍ୱ କି ଏହସାସ୍’ ମାଧ୍ୟମରେ ରୁବିନା ଛୋଟ ପରଦାକୁ ପୁଣି ଫେରିବେ । ଏହି ଶୋ’ରେ ରୁବିନା କିନ୍ନର୍ ଭୂମିକାରେ ଦେଖାଯିବେ । ରୁବିନା କହିଛନ୍ତି ଯେ ଟ୍ରାନ୍ସଜେଣ୍ଡର୍ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଗର୍ବର ବିଷୟ । ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସୌମ୍ୟା ଶୋ’କୁ ଫେରୁଥିବାର ଦେଖାଯାଉଛି । ‘ଶକ୍ତି’ରେ ରୁବିନାଙ୍କୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି । ଶୋ’ର ନୂଆ ପ୍ରୋମୋ ରୁବିନାଙ୍କ ସୋସିଆଲ୍ ମିଡିଆ ଫ୍ୟାନ୍ ପେଜରେ ବହୁ ମାତ୍ରାରେ ସେୟାର୍ କରାଯାଇଛି । ପ୍ରୋମୋ ଭିଡିଓରେ ରୁବିନା ଏକ ନାଲି ଏବଂ ଧଳା ଶାଢ଼ୀ ପିନ୍ଧି ନାଚୁଥିବାର ଦେଖାଯାଉଛି । ଏହି ଭିଡିଓରେ ରୁବିନା କହୁଛନ୍ତି, “ମୁ ଫେରୁଛି, ଆପଣମାନେ ମତେ ନିଶ୍ଚିତ ଦେଖାକରିବାକୁ ଆସିବେ ।”

ରୁବିନା କିଛି ଦିନ ତଳେ ଇନଷ୍ଟାଗ୍ରାମରେ ତାଙ୍କର କିଛି ଫୋଟ ସେୟାର୍ କରିଥିଲେ ଯେଉଁଥିରେ ସେ ଏକ ପାରମ୍ପାରିକ ଅବତାରରେ ଦେଖାଦେଇଥିଲେ । ରୁବିନା ଫୋଟର କ୍ୟାପସନରେ ସେ ଲେଖିଥିଲେ, ରିଇନଭେନଟିଙ୍ଗ’ ।

‘ଶକ୍ତି : ଅସ୍ତିତ୍ୱ କି ଏହସାସ୍’ ଟିଭିରେ ସବୁଠାରୁ ଚର୍ଚ୍ଚିତ ଶୋ’ ମଧ୍ୟରୁ ଅନ୍ୟତମ । ଏହା ୨୦୧୬ ମସିହାରେ କଲରସ୍ ଚ୍ୟାନେଲରେ ଆରମ୍ଭ ହୋଇଥିଲା । ଏହି ଶୋ’ରେ ରୁବିନା ମୁଖ୍ୟ ଭୂମିକାରେ ଥିଲେ । ସେବେଠୁ ସେ ପ୍ରଶଂସକମାନଙ୍କ ପ୍ରିୟ ଅଟନ୍ତି । ବର୍ତ୍ତମାନ ତାଙ୍କ ପ୍ରତ୍ୟାବର୍ତ୍ତନ ଖବର ଶୁଣିବା ପରେ ଫ୍ୟାନମାନେ ବହୁତ ଉତ୍ସାହିତ ଅଛନ୍ତି ।

Leave a Reply

Your email address will not be published. Required fields are marked *