ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ମିଳିବ ଭାରତର ସବୁଠାରୁ ବଡ଼ ଖେଳ ସମ୍ମାନ ! ଏହି ସମ୍ମାନ ସୂଚୀରେ ସେ ଚତୁର୍ଥ ଖେଳାଳି ହେବେ ।

ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ମିଳିବ ଭାରତର ସବୁଠାରୁ ବଡ଼ ଖେଳ ସମ୍ମାନ ! ଏହି ସମ୍ମାନ ସୂଚୀରେ ସେ ଚତୁର୍ଥ ଖେଳାଳି ହେବେ ।

ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ, ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଦେଇ ସମ୍ମାନିତ କରାଯିବ । ରୋହିତ ଶର୍ମା ଏହି ସୂଚୀରେ ଚତୁର୍ଥ ଖେଳାଳି ହେବେ, ଯାହାକୁ କି ଖେଳର ସବୁଠାରୁ ବଡ଼ ସମ୍ମାନ ମିଳିବ । ଏହା ପୂର୍ବରୁ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ ଓ ଭାରତର ଅଧିନାୟକ ବିରାଟ କୋହଲିଙ୍କୁ ଏହି ଆୱାର୍ଡ ଦେଇ ସମ୍ମାନିତ କରାଯାଇଥିଲା । ବର୍ତ୍ତମାନ ରୋହିତ ଶର୍ମା ଏଭଳି ଚତୁର୍ଥ ଖେଳାଳି ହେବେ ଯାହାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଦେଇ ସମ୍ମାନିତ କରାଯିବ ।

Google

ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ୨୦୧୯ରେ ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କ ଖେଳ ପ୍ରଦର୍ଶନ ବହୁତ ଭଲ ଥିଲା । ୨୦୧୯ ୱରଲ୍ଡ଼ କପ୍ (World Cup)ରେ ସେ ୫ଟି ଶତକ କରିଥିଲେ ଓ ଏଭଳି କାରନାମା କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ଅଟନ୍ତି । ଯିଏକି ଗୋଟିଏ ୱରଲ୍ଡ଼ କପ୍ (World Cup)ରେ ୫ଟି ଶତକ କରିଥିଲେ । ରୋହିତ ଶର୍ମା ଯେଉଁ ଦିନରୁ ଅପେନିଙ୍ଗ କରିବା ଆରମ୍ଭ କରିଲେ, ସେହି ଦିନରୁ ସେ ଜବରଦସ୍ତ ଫୋର୍ମରେ ବ୍ୟାଟିଙ୍ଗ କରୁଛନ୍ତି । ଭାରତ ପାଇଁ ସେ ଅନେକ ମ୍ୟାଚରେ ସଙ୍କଟରୁ ବାହାରକୁ ଆଣିଥିଲେ । ତାଙ୍କ ଭଲ ପ୍ରଦର୍ଶନ ଯୋଗୁଁ ଭାରତ ଅନେକ ମ୍ୟାଚ ଜିତିବାରେ ସହାୟତା ହୋଇଛି । ଏଥିଯୋଗୁଁ ସ୍ପୋର୍ଟସ କମିଟି ମଧ୍ୟ ନିର୍ଣ୍ଣୟ ନେଇଛି ଯେ, ରୋହିତ ଶର୍ମା ଏକ ବହୁତ ବଡ଼ ଖେଳାଳି ଅଟନ୍ତି । ସେଥିପାଇଁ ତାଙ୍କୁ ଏହି ବର୍ଷ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଦିଆଯିବା ଉଚିତ ।

Google

ଆପଣଙ୍କୁ ଜଣେଇବାକୁ ଚାହୁଁଛୁ ଯେ, ରୋହିତ ଶର୍ମାଙ୍କ ଡ଼େବ୍ୟୁ ୨୦୦୭ରେ ହୋଇଥିଲା । ୨୦୦୭ ୱରଲ୍ଡ଼ କପ୍ (World Cup)ରେ ସେ ଡ଼େବ୍ୟୁ କରିଥିଲେ । ଏହାପରେ ରୋହିତ ଶର୍ମା ମିଡ଼ିଲ ଅର୍ଡରରେ ବ୍ୟାଟଙ୍ଗ କରିବାକୁ ଲାଗିଲେ । କିନ୍ତୁ ଯେତେବେଳେ ମହେନ୍ଦ୍ର ସିଂ ଧୋନୀ ତାଙ୍କୁ ୨୦୧୩ରେ ଅପେନର ରୂପେ ପ୍ରୋମଟ୍ କରିଲେ । ସେହି ଦିନଠାରୁ ରୋହିତ ଶର୍ମା କେବେ ବି ପଛେଇ ନଥିଲେ ।

Google

ଖେଳ ଜଗତରେ କେବଳ ରୋହିତ ଶର୍ମା ହିଁ ଏଭଳି ଏକ ଖେଳାଳି ଅଟନ୍ତି ଯିଏକି ଦିନିକିଆ ମ୍ୟାଚରେ ୩ଟି ଡୋବଲ ସେଞ୍ଚୁରି କରିଛନ୍ତି । ରାଜୀବ ଗାନ୍ଧୀ ଖେଳ ରତ୍ନ ଭାରତ କ୍ରିକେଟରେ ସବୁଠାରୁ ବଡ଼ ସମ୍ମାନ ଅଟେ । କରୋନା ଯୋଗୁଁ ସେ ଖେଳରୁ ବହୁତ ଦୂରରେ ଥିଲେ କିନ୍ତୁ ସେ ବର୍ତ୍ତମାନ ଆଇପିଏଲ (IPL) ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଥର ଚମ୍ପିଅନ୍ ମଧ୍ୟ କରେଇଥିଲେ । ହିଟ୍ ମ୍ୟାନ୍ ରୋହିତ ଶର୍ମାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ଆୱାର୍ଡ ଦେଇ ସମ୍ମାନିତ କରାଯିବା, ତାଙ୍କ ଫେନ୍ସ ମାନଙ୍କ ପାଇଁ ବହୁତ ବଡ଼ ଖୁସିର ଖବର ଅଟେ ।

Leave a Reply

Your email address will not be published. Required fields are marked *