ସାମ୍ନାକୁ ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ତଥ୍ୟ ବିବରଣୀ । ଲକ୍ଷାଧିକ ଟଙ୍କା ହେରଫେର୍ କରିଛନ୍ତି ରିୟା….

ସାମ୍ନାକୁ ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ବ୍ୟାଙ୍କ ତଥ୍ୟ ବିବରଣୀ । ଲକ୍ଷାଧିକ ଟଙ୍କା ହେରଫେର୍ କରିଛନ୍ତି ରିୟା….

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମାହତ୍ୟା ମାମଲା ଦିନକୁ ଦିନ ରହସ୍ୟମୟ ହେବାକୁ ଲାଗିଛି । ୨୦୧୯ରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରେ ୧୭ କୋଟି ଟଙ୍କା ଥିଲା । ହେଲେ ଗତ କିଛି ମାସ ମଧ୍ୟରେ ୧୫ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିଲା । ଏହି ଟଙ୍କାକୁ ରିୟା ଉଠାଇଥିବା ନେଇ ସୁଶାନ୍ତଙ୍କ ବାପା ଅଭିଯୋଗ ଆଣିଛନ୍ତି । ଏସବୁ ଭିତରେ ସୁଶାନ୍ତଙ୍କ ବ୍ୟାଙ୍କ୍ ବିବରଣୀ ମଧ୍ୟ ସାମ୍ନାକୁ ଆସିଛି । ମିଡିଆ ଖବର ଅନୁସାରେ, ରିୟା ସୁଶାନ୍ତଙ୍କ ଟଙ୍କାକୁ କେବଳ ନିଜ ପାଇଁ ନୁହେଁ ବରଂ ତାଙ୍କ ଭାଇଙ୍କ ପାଇଁ ମଧ୍ୟ ଖର୍ଚ୍ଚ କରିଥିଲେ । ଏକ ବ୍ୟାଙ୍କ ବିବରଣୀରୁ ଏହା ଜଣାପଡ଼ିଛି ଯେ ରିୟା ଫ୍ଳାଇଟ୍ ଟିକେଟ୍, ମେକ୍ଅପ୍ ଏବଂ ଭାଇଙ୍କ ଖର୍ଚ୍ଚ ଇତ୍ୟାଦି ପାଇଁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

Google

ବ୍ୟାଙ୍କ ବିବରଣୀ ଅନୁଯାୟୀ, ୨୦୧୯ ଅକ୍ଟୋବର ମାସରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୪ କୋଟି ୭୦ ଲକ୍ଷ ଟଙ୍କା ଥିଲା । ସେହି ଦିନ ରିୟା ଫ୍ଳାଇଟ୍ ଟିକେଟ୍ ପାଇଁ ତାଙ୍କ ଭାଇ ଶୋଭିକଙ୍କ ଆକାଉଣ୍ଟକୁ ୮୧, ୯୦୧ ଟଙ୍କା ଟ୍ରାନ୍ସଫର କରିଥିଲେ । ୨୦୧୯ ଅକ୍ଟୋବର ୧୫ରେ ରିୟା ତାଙ୍କ ଭାଇଙ୍କ ହୋଟେଲ ଖର୍ଚ୍ଚ ପାଇଁ ସୁଶାନ୍ତଙ୍କ ଆକାଉଣ୍ଟରୁ ୪ ଲକ୍ଷ ୭୦ ହଜାର ଟଙ୍କା ବିଲ୍ ପ୍ରଦାନ କରିଥିଲେ । ସେଇ ଦିନ ଦିଲ୍ଲୀରେ ଏକ ହୋଟେଲ୍‌ରେ ରହିବା ପାଇଁ ୪ ଲକ୍ଷ ୩୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଥିଲା ।

Google

୨୦୧୯ ଅକ୍ଟୋବର ୧୬ରେ ରିୟା ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଏବଂ ତାଙ୍କ ଭାଇ ଶୋଭିକଙ୍କ ବିମାନ ଟିକେଟ ପାଇଁ ୭୬, ୦୦୦ ଟଙ୍କା ପ୍ରଦାନ କରିଥିଲେ । ଏହାପରେ କିଛିଦିନ ଭିତରେ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା । ନଭେମ୍ବର ୧୪ରେ ରିୟାଙ୍କ ନାଁର ଦେଢ଼ ଲକ୍ଷ ଟଙ୍କା transaction ହୋଇଥିଲା । ମେକଅପ୍ ଓ ଶଫି ପାଇଁ ରିୟା ନଭେମ୍ବର ୨୦ ଏବଂ ୨୧ରେ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୭୫, ୦୦୦ ଟଙ୍କା ଖର୍ଚ୍ଚ କରିଥିଲେ । ନଭେମ୍ବର ୨୪ରେ ରିୟା ଶଫି ପାଇଁ ୨୨,୨୨୦ ଟଙ୍କା ଖର୍ଚ୍ଚ କରିଥିଲେ । ନଭେମ୍ବର ୨୫ରେ ରିୟାଙ୍କ ଭାଇଙ୍କ ଟ୍ୟୁସନ୍ ଫି ମଧ୍ୟ ଦିଆଯାଇଥିଲା । ଏପରି ଭାବରେ ସୁଶାନ୍ତଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଟଙ୍କା ହେରଫେର୍‌କୁ ନେଇ ଇଡି ଏକ ମାମଲା ରୁଜୁ କରିଛି ।

Google

ବର୍ତ୍ତମାନ ସୁଦ୍ଧା ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ସୁଶାନ୍ତଙ୍କ ଆକାଉଣ୍ଟରୁ ୩ କୋଟି ଟଙ୍କା ରିୟା ଖର୍ଚ୍ଚ କରିଥିଲେ । ଆହୁରି ତଦନ୍ତ ହେଲେ ଜଣାପଡ଼ିବ ପ୍ରକୃତରେ ସେ କେତେଟଙ୍କା ସୁଶାନ୍ତ ଆକାଉଣ୍ଟରୁ ଟ୍ରାନ୍ସପର୍ କରିଛନ୍ତି ।

ଅନ୍ୟପକ୍ଷରେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ବିହାର ପୋଲିସ୍‌ଙ୍କୁ ମୁମ୍ବାଇ ପୋଲିସ୍ ସହାୟତା କରୁ ନ ଥିବା ଅଭିଯୋଗ ହୋଇଛି । ବିହାର ପୋଲିସ୍ ବାନ୍ଦ୍ରା ପୋଲିସ୍ ଷ୍ଟେସନକୁ ଯାଇ ତଦନ୍ତକାରୀ ଅଧୁକାରୀଙ୍କୁ ଭେଟିଥିଲେ । ହେଲେ ମୁମ୍ବାଇ ପୋଲିସ୍ ତଦନ୍ତ ସହ ଜଡିତ ଦସ୍ତାବିଜ ଦେବାକୁ ମନା କରିଦେଇଥିବା ଜଣାପଡ଼ିଛି । ଜୁଲାଇ ୩୧ରେ ମୁମ୍ବାଇ ପୋଲିସ୍ ସହିତ ଆଲୋଚନା ପରେ ବିହାର ପୋଲିସ୍ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ମୁମ୍ବାଇ ପୋଲିସ୍ ବିହାର ପୋଲିସକୁ ଅଟକାଇଥିଲେ ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *