ସୁଶାନ୍ତ ସିଂହ ମାମଲାରେ ସାମ୍ନାକୁ ଆସିଲା ରିୟା ଚକ୍ରବର୍ତ୍ତୀଙ୍କ ପ୍ରକୃତ ଚରିତ୍ର ! ଜାଣନ୍ତୁ କଣ ଅଟେ ସମ୍ପୂର୍ଣ୍ଣ ମାମଲା ?

ବଲିଉଡ଼ର ଆଗ ଧାଡ଼ିର ଅଭିନେତା ସୁଶାନ୍ତସିଂହ ରାଜପୁତଙ୍କ କଥିତ ଆତ୍ମହତ୍ୟା ମାମଲାର ତଦନ୍ତ ବର୍ତ୍ତମାନ ଦେଶର ସବୁଠାରୁ ବଡ଼ ଏଜେନ୍ସି ସିବିଆଇ କରୁଅଛି । ବିଶେଷ କଥାଟି ଏହା ଯେ ସିବିଆଇ ମାମଲାରେ ସମସ୍ତ ସମ୍ଭାବିତ ଦୃଷ୍ଟିକୋଣରୁ ଯାଞ୍ଚ କରୁଛନ୍ତି, ଏହିପରି ସୁଶାନ୍ତଙ୍କ ପ୍ରଶଂସକ ଓ ପରିବାର ଲୋକମାନେ ଏହା ଆଶା କରୁଛନ୍ତି ଯେ ସୁଶାନ୍ତଙ୍କୁ ଖୁବଶୀଘ୍ର ନ୍ୟାୟ ମିଳିବ । ଏଥି ମଧ୍ୟରେ ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ ରିୟା ଚକ୍ରବର୍ତ୍ତୀ ଉପରେ ଅଭିଯୋଗ ଲଗାଇ ଦାବି କରିଛନ୍ତି ଯେ ରିୟା ସୁଶାନ୍ତଙ୍କ ପରିବାରଙ୍କୁ କେବେମଧ୍ୟ ସହଯୋଗ କରିନଥିଲେ ଏବଂ ବର୍ତ୍ତମାନ ସେ ଆଉ ଏକ ଖେଳ ଖେଳୁଛନ୍ତି ।

newstrend

ବରିଷ୍ଠ ଅଧିବକ୍ତା ବିକାଶ ସିଂହ ଲଗାଇଲେ ରିୟା ଉପରେ ଗମ୍ଭୀର ଅଭିଯୋଗ…..

ବରିଷ୍ଠ ଅଧିବକ୍ତା ବିକାଶ ସିଂହ କହିଛନ୍ତି ଯେ ରିୟା କେବେମଧ୍ୟ ସୁଶାନ୍ତଙ୍କ ପରିବାରକୁ ସହଯୋଗ କରିନଥିଲେ । ଏତେ ପର୍ଯ୍ୟନ୍ତ ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ପରିବାର ସହ ସମ୍ବେଦନା ମଧ୍ୟ ବ୍ୟକ୍ତ କରିନଥିଲେ । ଏହା ବ୍ୟତୀତ ଯେତେବେଳେ ସିବିଆଇ ଯାଞ୍ଚ କରାଗଲା, ସେତେବେଳେ ରିୟା କେବେମଧ୍ୟ ଏହାର ସମର୍ଥନ କଲେ ନାହିଁ । ବରଂ ସେ ସିବିଆଇ ଯାଞ୍ଚର ବିରୋଧ କରିଥିଲେ । ବିକାଶ ସିଂହ କହିଛନ୍ତି ଯେ ରିୟା ବର୍ତ୍ତମାନ ସିବିଆଇ ଯାଞ୍ଚ ସମର୍ଥନରେ ଭିଡ଼ିଓ, ପୋଷ୍ଟ କରିଛନ୍ତି ସତ କିନ୍ତୁ ତାଙ୍କର ଆଇନ ଦଳ ଏହାର ସମ୍ପୂର୍ଣ୍ଣ ବିରୋଧ କରିଛନ୍ତି ।

newstrend

ବିକାଶ ସିଂହ ଏଠାରେ ଅଟକିଲେ ନାହିଁ, ବରଂ ସେ ଆଗକୁ କହିଲେ ଯେ ରିୟା ବାସ୍ତବରେ ସୁଶାନ୍ତଙ୍କ ପରିବାରର ସାହାଯ୍ୟ କରିବା ପାଇଁ ଚାହଁନ୍ତି, ସେ ସୁପ୍ରିମକୋର୍ଟରେ ଦାଖଲ ପତ୍ରକୁ ଫେରେଇ ଆଣିବେ । ଏହା ବ୍ୟତୀତ ବିକାଶ ସିଂହ ସନ୍ଦୀପ ସିଂହଙ୍କ ବିଷୟରେ ପ୍ରତିକ୍ରିୟା ବ୍ୟକ୍ତ କରି କହିଛନ୍ତି ଯେ ସୁଶାନ୍ତଙ୍କ ପରିବାରରେ ତାଙ୍କ ବିଷୟରେ କେହି ଜାଣନ୍ତି ନାହିଁ । ସୁଚାଇଦେଉଛୁ ଯେ ବିକାଶ ସିଂହ ନିଜକୁ ସୁଶାନ୍ତଙ୍କ ବନ୍ଧୁ ବୋଲି କହିଥିଲେ । ଆଶ୍ଚର୍ଯ୍ୟଜନକ କଥାଟି ଏହା ଯେ ସନ୍ଦୀପ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପରେ ନିର୍ମିତ ଏକ ବାୟୋପିକର ନିର୍ମାତା ଅଟନ୍ତି । ଜଣାଇଦେଉଛୁ ଯେ ସନ୍ଦୀପ ସିଂହ, ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ଆବାସରେ ପହଞ୍ଚୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ଜଣେ ଥିଲେ ।

ବିକାଶ ସିଂହ ସୁଶାନ୍ତଙ୍କ କଥିତ ବନ୍ଧୁ ସନ୍ଦୀପ ଉପରେ ଉଠାଇଛନ୍ତି ପ୍ରଶ୍ନ…

newstrend

ସୁଶାନ୍ତଙ୍କ ପରିବାର ଓକିଲ ବିକାଶ ସିଂହ ଉପରେ ପ୍ରଶ୍ନ କରିଛନ୍ତି ଯେ ସନ୍ଦୀପ ସିଂହ କିପରି ହଠାତ ସାମ୍ନାକୁ ଆସିପାରନ୍ତି ? ପରିବାରର କୌଣସି ବ୍ୟକ୍ତି ସନ୍ଦୀପଙ୍କୁ ଜାଣନ୍ତି ନାହିଁ । ସେ ପ୍ରଶ୍ନ ପଚାରି କହିଛନ୍ତି ଯେ ଯେତେବେଳେ ସେ ସୁଶାନ୍ତଙ୍କୁ ଦୀର୍ଘ ସମୟରୁ ଜାଣିଥିଲେ ତେବେ ସେ ହଠାତ କିପରି ସୁଶାନ୍ତଙ୍କ ଫ୍ଲେଟକୁ ପହଞ୍ଚିଲେ । ବରିଷ୍ଠ ଅଧିବକ୍ତା କହିଛନ୍ତି ଯେ ସୁଶାନ୍ତଙ୍କ ଘରର ଦୁଇଟି ଲକର ଭାଙ୍ଗି ଯାଇଥିଲା, ଏହା ବିଷୟରେ କେହି ଜାଣନ୍ତି ନାହିଁ ଯେ ସେହି ଲକରକୁ କିଏ ଭାଙ୍ଗିଥିଲେ । ଏହା ନିଶ୍ଚିତ ଭାବରେ ଯାଞ୍ଚର ବିଷୟ ଅଟେ ଏବଂ ଏହି ମାମଲାର ସତ୍ୟତା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ସିବିଆଇ ଏହି ମାମଲାରେ ଆଗକୁ ବଢ଼ିବେ ।

ସିବିଆଇ ପୁଣିଥରେ ସିଦ୍ଧାର୍ଥ ପୀଠାନି ଓ ନିରଜ ସିଂହଙ୍କୁ କଲେ ଜେରା……

ଅନ୍ୟ ପକ୍ଷରେ ସିବିଆଇର ବିଶେଷ ଯାଞ୍ଚ ଦଳ ସୋମବାରକୁ ପୁଣିଥରେ ଅଭିନେତାଙ୍କ ସହିତ ରହୁଥିବା ସିଦ୍ଧାର୍ଥ ପୀଠାନୀ ଓ କୁକ ନିରଜ ସହିତ ପଚରାଉଚରା କରାଯାଇଛି । ଏହା ବ୍ୟତୀତ ସିବିଆଇ ଦଳ ୱାଟର ରେସର୍ଟକୁ ମଧ୍ୟ ଯାଇ ଯାଞ୍ଚ କରିଛନ୍ତି, ଯେଉଁଠାରେ ସୁଶାନ୍ତ ଦୁଇ ମାସ ପର୍ଯ୍ୟନ୍ତ ଅଟକି ଯାଇଥିଲେ ।

newstrend

ସିବିଆଇ ମିଳିଥିବା ସୂଚନା ଅନୁଯାୟୀ ପୀଠାନୀ ଓ ନିରଜ ମୁମ୍ବାଇର ସାନ୍ତାକ୍ରୁଜରେ ଡ଼ିଆରଡ଼ିଓ ଗେଷ୍ଟ ହାଉସରେ ଏକ ଦିନ ଆଗରୁ ପଚରାଉଚରାରେ ସାମିଲ ହୋଇଥିଲେ । ସିବିଆଇର ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଯାଞ୍ଚ ଦଳ ସିଦ୍ଧାର୍ଥ ପଠାନୀ, ନିରଜ ସିଂହ ଓ ଦିପେଶ ସାବନ୍ତ ରିୟା ଓ ସୁଶାନ୍ତଙ୍କ ସମ୍ପର୍କ ବିଷୟରେ ପଚରାଉଚରା କରିଛନ୍ତି । ଏହି ତିନି ଜଣଙ୍କୁ ପ୍ରଶ୍ନ କରାଗଲା ଯେ, କଣ ରିୟା, ସୁଶାନ୍ତଙ୍କ ଅର୍ଥସମ୍ବନ୍ଧୀୟ ଓ ଟଙ୍କାର ନିଷ୍ପତ୍ତି ନିଅନ୍ତି ? କଣ ସତରେ ରିୟା ସୁଶାନ୍ତଙ୍କୁ ପରିବାର ଓ ବନ୍ଧୁମାନଙ୍କ ଠାରୁ ଦୂର କରିଦେଇଥିଲେ ?

ସିବିଆଇ ରିୟାଙ୍କ ପରିବାରଙ୍କୁ ପଠାଇ ପାରନ୍ତି ସମନ….

ମିଳୁଥିବା ସୂଚନା ଅନୁଯାୟୀ ସିବିଆଇ ଆଗାମୀ ଦିନ ଗୁଡ଼ିକରେ ରିୟା ତାଙ୍କ ପିତା ଇନ୍ଦ୍ରଜିତ, ଭାଇ ଶୋବିକ ଓ ମାଁ ସନ୍ଧ୍ୟାଙ୍କୁ ମଧ୍ୟ ପଚରାଉଚରା କରିପାରନ୍ତି । ସେ ୮ ଜୁନକୁ ସୁଶାନ୍ତଙ୍କ ଘର କାହିଁକି ଛାଡ଼ଥିଲେ ? ଏବଂ ସେହିଦିନ ହୋଇଥିବା ଝଗଡାର କାରଣ କଣ ଥିଲା ? ଏଥି ମଧ୍ୟରେ ରିୟାଙ୍କ ଲିଗାଲ ଟିମ୍ ଏହି ସୂଚନା ଦେଇଛନ୍ତି ଯେ ରିୟା ଓ ତାଙ୍କ ପରିବାର ଲୋକଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ସିବିଆଇ ପକ୍ଷରୁ କୌଣସି ପ୍ରକାର ସମନ ମିଳିନାହିଁ ।

Be the first to comment

Leave a Reply

Your email address will not be published.


*