ସୁଶାନ୍ତଙ୍କ ମାମଲାର ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କ କ୍ୟାରିଅର ହେଲା ଶେଷ, ଲାମା ହର୍ଷ କହିଲେ – ‘ ବର୍ତ୍ତମାନ ତାଙ୍କୁ ମିଳିବନି …

ସୁଶାନ୍ତଙ୍କ ମାମଲାର ଆରୋପୀ ରିୟା ଚକ୍ରବର୍ତ୍ତୀଙ୍କ କ୍ୟାରିଅର ହେଲା ଶେଷ, ଲାମା ହର୍ଷ କହିଲେ – ‘ ବର୍ତ୍ତମାନ ତାଙ୍କୁ ମିଳିବନି …

ମୋଡେଲ ଏବଂ ବଲିଉଡ଼ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଦିନକୁ ଦିନ ସୁଶାନ୍ତ ଆତ୍ମହତ୍ୟା ପ୍ମାମଲାରେ ଫସି ଯାଉଥିବାର ଦେଖାଯାଉଛି । ପ୍ରକୃତରେ ଯେବେଠାରୁ ସୁଶାନ୍ତଙ୍କ ବାପା କେକେ ସିଂହ ରିୟାଙ୍କ ବିରୋଧରେ ମାମଲା ଦାଖଲ କରିଛନ୍ତି , ସେବେ ଠାରୁ ସମ୍ପୂର୍ଣ୍ଣ ମାମଲା ରିୟାଙ୍କ ଉପରେ ଆସି କେନ୍ଦ୍ରୀତ ହୋଇଛି । କେକେ ସିଂହ ପାଟଣାର ରାଜୀବ ନଗର ଥାନାରେ ରିୟାଙ୍କ ବିରୋଧରେ ମାମଲା ଦାଖଲ କରିଥିଲେ ଏବଂ ତାଙ୍କ ଉପରେ ଅନ୍ୟ ଗମ୍ଭୀର ଅଭିଯୋଗ ମଧ୍ୟ ଲଗାଇଥିଲେ । କେକେ ସିଂହଙ୍କ କହିବା କଥା ଯେ ରିୟା ସୁଶାନ୍ତଙ୍କର କୋଟି କୋଟି ଟଙ୍କା ହଡ଼ପ କରିଛନ୍ତି ଏବଂ ତାଙ୍କୁ ଆତ୍ମହତ୍ୟା ପାଇଁ ମଧ୍ୟ ବାଧ୍ୟ କରିଛନ୍ତି । ତେଣୁ ପ୍ରବର୍ତ୍ତନ ନିର୍ଦେଶାଳୟ ( ଈଡୀ ) ରିୟା ଚକ୍ରବର୍ତ୍ତୀଙ୍କୁ ପଚରା ଉଚୁରା କରୁଛନ୍ତି ।

newstrend

ଈଡୀ ଏବଂ ସୀବୀଆଈ ଏହି ସମ୍ପୂର୍ଣ୍ଣ ମାମଲାର ମୂଳ ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା ଜାରି ରଖିଛନ୍ତି । ସୁଶାନ୍ତଙ୍କ ମାମଲର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ଅର୍ଥାତ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଠିକ୍ ହୋଇପାରି ନାହିଁ ଯେ ସୁଶାନ୍ତଙ୍କର ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ । ହୁଏତ ଏହି ମାମଲା ଅନୁସନ୍ଧାନ ଦୀର୍ଘ ସମୟ ଧରି ହୋଇପାରେ କିନ୍ତୁ ଏସବୁ ମଧ୍ୟରେ ଏହା ନିଶ୍ଚିତ ଯେ ଈଡୀ ରିୟା ନାମକ ସାକ୍ଷୀ ଉପରେ ନଜର କେନ୍ଦ୍ରୀତ କରି ସାରିଛି । କୁହାଯାଉଛି ଯେ ଏହି ମାମଲା ଉପରେ ରିୟାଙ୍କ ନାମ ଆସିବା କାରଣରୁ ତାଙ୍କ କ୍ୟାରିଅର ଉପରେ ଗଭୀର ପ୍ରଭାବ ପଡ଼ିଛି ।

newstrend

ଗୋଟିଏ ପକ୍ଷରେ ଯେଉଁଠି ସୁଶାନ୍ତଙ୍କ ପିତା ରିୟାଙ୍କ ଉପରେ କେତେକ ଗଭୀର ଅଭିଯୋଗ ଲଗାଇଛନ୍ତି, ଅନ୍ୟ ପକ୍ଷରେ ଟିଭି ଚ୍ୟାନେଲ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଅନେକ ସ୍ଥାନରେ ରିୟାଙ୍କୁ ପ୍ରଶ୍ନ କରାଯାଉଛି । ଏପରିକି ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକ ମାନେ ଏହା ମାନି ନେଇଛନ୍ତି ଯେ ରିୟାଙ୍କ କାରଣରୁ ସୁଶାନ୍ତଙ୍କ ଜୀବନ ଯାଇଛି ଏବଂ ରିୟା ହିଁ ହତ୍ୟାକାରୀ ଅଟନ୍ତି । ଏହିସବୁ ପରିସ୍ଥିତିକୁ ନଜରରେ ରଖି ଫିଲ୍ମ ନିର୍ମାତା ଲାମା ହର୍ଷ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି ।

ଲାମା ହର୍ଷ କହିଛନ୍ତି ‘ ରିୟାଙ୍କ କ୍ୟାରିଅର ଶେଷ ‘ :-

newstrend

ଲାମା ହର୍ଷ କରିଛନ୍ତି ଯେ ରିୟାଙ୍କ ଚରିତ୍ର ବର୍ତ୍ତମାନ ମାଟିରେ ମିଶି ଯାଇଛି ଏବଂ ଏହିସବୁ ଜିନିଷ କାରଣରୁ ତାଙ୍କର କ୍ୟାରିଅର ମଧ୍ୟ ଶେଷ ହେବା ଉପରେ । ଲାମା ହର୍ଷ କହିଛନ୍ତି ଯେ ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ ରିୟାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ , କିନ୍ତୁ ଆଜିକାଲି ସୋସିଆଲ ମିଡିଆରେ ରିୟା ଚକ୍ରବର୍ତ୍ତୀଙ୍କ ନାମକୁ ଜବରଦସ୍ତ ନିନ୍ଦା କରାଯାଉଛି । ଏହି କାରଣ ଅଟେ ଯେ ବର୍ତ୍ତମାନ ମୁଁ ମୋ ଫିଲ୍ମ ପାଇଁ ଆଉ ରିୟାଙ୍କୁ କାଷ୍ଟ କରିବି ନାହିଁ । ଲାମା ହର୍ଷ କହିଛନ୍ତି ଯେ ରିୟା ଅନେକ ରହସ୍ୟ ଲୁଚାଇ ବସିଛନ୍ତି, ସେ ନିଶ୍ଚୟ ଭାବରେ କିଛି ଜାଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ରିୟା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଥିଲେ ଏବଂ ତାଙ୍କୁ ନିଶ୍ଚିତ ଭାବରେ ଆଗକୁ ଆସି କହିବା ଦରକାର ।

ରିୟା କାହିଁକି ଲୁଚୁଛନ୍ତି :-

newstrend

ଲାମା ହର୍ଷ କହିଛନ୍ତି ଯେ ରିୟା ପୂର୍ବରୁ କହୁଥିଲେ ଯେ ତାଙ୍କୁ ସୀବୀଆଈ ଯାଞ୍ଚ ନିହାତି ଦରକାର । କିନ୍ତୁ ବର୍ତ୍ତମାନ ଯେତେବେଳେ ସୀବୀଆଈ ଏହି ସମ୍ପୂର୍ଣ୍ଣ ମାମଲାର ଯାଞ୍ଚ କରୁଛି ତେବେ ରିୟା କିପରି ଗାୟେବ ହୋଇ ଯାଇଛନ୍ତି ? ସେ ଅନେକ କଥା ଜାଣିଛନ୍ତି , ଏବଂ ଏଥିପ୍ରତି କୌଣସି ସନ୍ଦେହ ନାହିଁ । ତାଙ୍କ କ୍ୟାରିଅର ନିଶ୍ଚିତ ଭାବରେ ଏବେ ଶେଷ ହୋଇ ଯାଇଛି, କେହି ମଧ୍ୟ ତାଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବାକୁ ଚାହୁଁ ନାହାନ୍ତି । ଲାମା ହର୍ଷ କହନ୍ତି ଯେ ଯଦି ରିୟାଙ୍କୁ ଏପରି ଲାଗୁଛି ଯେ ସେ ବିନା କାହାରି ନାମ ନେଇ ବଂଚିଯିବେ ତେବେ ସେ ସମ୍ପୂର୍ଣ୍ଣ ଭାବରେ ଭୁଲ୍ ଭାବୁଛନ୍ତି । ଜନତା ତାଙ୍କୁ ବର୍ତ୍ତମାନ ଆଉ ସ୍ଵୀକାର କରିବେ ନାହିଁ । ଫିଲ୍ମ ନିର୍ମାତା ଲାମା ହର୍ଷ କହିଛନ୍ତି ଯେ ସେ ଯଦି ସେ ସତରେ ସୁଶାନ୍ତଙ୍କୁ ଭଲ ପାଉଥିଲେ, ତେବେ ତାଙ୍କୁ ବର୍ତ୍ତମାନ ଆଗକୁ ଆସି କହିବା ଦରକାର ।

Leave a Reply

Your email address will not be published. Required fields are marked *