ସୁଶାନ୍ତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ କରିଛନ୍ତି ବଡ ଖୁଲାସା ! କହିଲେ ସାରା ନିଜ ହାତରେ ସୁଶାନ୍ତଙ୍କୁ ଗଞ୍ଜେଇ ସିଗାରେଟ୍ ଦେଉଥିଲେ…

ସୁଶାନ୍ତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ କରିଛନ୍ତି ବଡ ଖୁଲାସା ! କହିଲେ ସାରା ନିଜ ହାତରେ ସୁଶାନ୍ତଙ୍କୁ ଗଞ୍ଜେଇ ସିଗାରେଟ୍ ଦେଉଥିଲେ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ମୃତ୍ୟୁକୁ ଗୋଟିଏ ବର୍ଷ ପୁରିଗଲାଣି । ଏହି ମାମଲାର ଡ୍ରଗ୍ସ ଆଙ୍ଗେଲ୍ ପ୍ରକାଶ ପାଇବା ପରେ ‘NCB’ ଏହି ବିଷୟରେ ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଅନେକ ବଲିଉଡ ତାରକାଙ୍କୁ ଡ୍ରଗ୍ସ ବିଷୟରେ ପଚରାଉଚରା କରାଯାଇଥିଲା । ବର୍ତ୍ତମାନ ସୁଶାନ୍ତଙ୍କ ପୁଣ୍ୟତିଥୀ ପାଖେଇ ଆସୁଥିବାରୁ ଏହି ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି ।

ସୁଶାନ୍ତ ଡ୍ରଗ୍ସ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀ ତାଙ୍କ ସ୍ୱୀକାରୋକ୍ତିରେ ସୁଶାନ୍ତ ଏବଂ ତାଙ୍କ ସହ ଜଡିତ ଲୋକଙ୍କ ବିଷୟରେ ଅନେକ ଖୁଲାସା କରିଛନ୍ତି ।

ସାରାଙ୍କ ସହ ମିଶି ଏକାଠି ଗଞ୍ଜେଇ ପିଉଥିଲେ ସୁଶାନ୍ତ

ରିୟା ଚକ୍ରବର୍ତ୍ତୀ ‘NCB’ ସାମ୍ନାରେ ଦେଇଥିବା ବିବୃତ୍ତି ବର୍ତ୍ତମାନ ସୋସିଆଲ୍ ମିଡିଆରେ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ମିଡିଆ ରିପୋର୍ଟ ଅନୁଯାୟୀ ରିୟା ତାଙ୍କ ବିବୃତ୍ତିରେ ସାରା ଅଲି ଖାନଙ୍କ ବିଷୟରେ କହିଛନ୍ତି । ସୂଚନାଯୋଗ୍ୟ ଯେ ରିୟା ଚକ୍ରବର୍ତ୍ତୀ ‘NCB’କୁ ଦେଇଥିବା ବିବୃତ୍ତି ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ରିୟା ସାରା ଅଲି ଖାନଙ୍କ ବିରୋଧରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋକୁ ଦେଇଥିବା ବୟାନରେ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ ସାରା ଅଲି ଖାନ୍ ସୁଶାନ୍ତଙ୍କୁ ମରିଜୁଆନା ଏବଂ ଭୋଡକା ପରିବେଷଣ କରୁଥିଲେ ।

ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ସ ମାମଲାରେ ଏକ ମିଡ଼ିଆ ଚ୍ୟାନେଲକୁ ରିୟାଙ୍କ ଚାର୍ଜସିଟ୍ ମିଳିଛି ଯେଉଁଥିରେ ସାରାଙ୍କ ନାମ ଉଲ୍ଲେଖ ରହିଛି । ‘ଚାର୍ଜ ସିଟ୍’ରେ ଉଲ୍ଲେଖ ରହିଛି ଯେ ସାରା ନିଜ ହାତରେ ସୁଶାନ୍ତଙ୍କୁ ଗଞ୍ଜେଇ ସିଗାରେଟ୍ ପରିବେଷଣ କରାଉଥିଲେ ।

ଏହା ପୂର୍ବରୁ ଯେତେବେଳେ ବଲିଉଡର ସେଲିବ୍ରିଟିମାନଙ୍କୁ ଡ୍ରଗ୍ସକୁ ନେଇ ପଚରାଉଚରା କରାଯାଇଥିଲା ସେତେବେଳେ ମଧ୍ୟ ‘ସାରା ଅଲିଖାନ୍’ଙ୍କ ନାମ ଉଠିଥିଲା । କିନ୍ତୁ ସାରାଙ୍କୁ ଯେତେବେଳେ ଏହି ବିଷୟରେ ପଚରାଉଚରା କରାଗଲା ସେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ଅନ୍ୟପକ୍ଷରେ ରିୟା କହିଛନ୍ତି ଯେ ସାରା ନିଜେ ସୁଶାନ୍ତଙ୍କୁ ଡ୍ରଗ୍ସ ଦେଉଥିଲେ ।

ଏହି ରିପୋର୍ଟରେ ୨୦୧୭ ଜୁନ୍ ୬ ତାରିଖରେ ସାରା ଏବଂ ରିୟାଙ୍କ ମଧ୍ୟରେ ହୋଇଥିବା ଚାଟ୍ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେଉଁଥିରେ ଭୋଡକା ଏବଂ ଡ୍ରଗ୍ସ ବିଷୟରେ ଦୁହିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ରିୟାଙ୍କ କହିବା ଅନୁସାରେ ସାରା ତାଙ୍କ ଘରକୁ ଭୋଡକା ଏବଂ ମରିଜୁଆନା ନେବା ବିଷୟରେ ଏହି ‘ଚାଟ୍’ରେ କହିଥିଲେ । ‘ଚାର୍ଜସିଟ୍’ରେ ଲେଖାଯାଇଥିଲା ଯେ ସାରା ଏବଂ ରିୟା ଏକାଠି ଗଞ୍ଜେଇ ପିଉଥିଲେ । ରିୟାଙ୍କ ଅନୁଯାୟୀ, ‘ଅନେକ ସମୟରେ ଆମେ ଏକାଠି ଧୂମପାନ କରିଛୁ । ସେ ମୋତେ ଗଞ୍ଜେଇ ସିଗାରେଟ୍ ଦେଉଥିଲେ ।’

ବର୍ତ୍ତମାନ ରିୟାଙ୍କର ଏହି ବିବୃତ୍ତି ‘ସାରା ଅଲି ଖାନ୍’ଙ୍କ ସମସ୍ୟା ବଢାଇପାରେ । ସୂଚନାଯୋଗ୍ୟ ଯେ ରିୟା ଏବଂ ସାରା ଜିମ୍ ପାର୍ଟନର୍ ଥିଲେ ଏବଂ ସେମାନେ ପ୍ରାୟତ ‘ଜିମ୍’ରେ ଏକାଠି ସମୟ ବିତାଉଥିଲେ ।

Leave a Reply

Your email address will not be published. Required fields are marked *