ରିୟା ଚକ୍ରବର୍ତ୍ତୀ ଗିରଫ ହେବା ଭୟରେ ଇଡିଙ୍କ ସମ୍ମୁଖୀନ ହେଲେ ନାହିଁ । ସୁପ୍ରିମକୋର୍ଟର ଶୁଣାଣି ପର୍ଯ୍ୟନ୍ତ ମାଗିଛନ୍ତି ସମୟ !

ରିୟା ଚକ୍ରବର୍ତ୍ତୀ ଗିରଫ ହେବା ଭୟରେ ଇଡିଙ୍କ ସମ୍ମୁଖୀନ ହେଲେ ନାହିଁ । ସୁପ୍ରିମକୋର୍ଟର ଶୁଣାଣି ପର୍ଯ୍ୟନ୍ତ ମାଗିଛନ୍ତି ସମୟ !

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲା ବର୍ତ୍ତମାନ ସିବିଆଇ ଓ ଇଡିଙ୍କ ନିକଟରେ ପହଞ୍ଚିଯାଇଛି । ମୁମ୍ବାଇ ପୋଲିସ୍ ଓ ବିହାର ପୋଲିସଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବା ପରେ ଏହି ମାମଲା ସିବିଆଇକୁ ଦିଆଗଲା । ଗୁରୁବାର ଦିନ ସିବିଆଇ ସୁଶାନ୍ତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ସମେତ ମୋଟ ୬ ଜଣଙ୍କ ବିରୋଧରେ ମାମଲା ଦାଖଲ କରିଛନ୍ତି । ଏଥି ସହିତ ଖବର ଆସିଥିଲା ଯେ ଅଗଷ୍ଟ ୭ ତାରିଖ ଅର୍ଥାତ ଆଜି ସୁଶାନ୍ତଙ୍କ ମାମଲାରେ ଅଭିନେତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯିବ, କିନ୍ତୁ ବର୍ତ୍ତମାନ ଏହି ଅନୁସନ୍ଧାନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି ।
 

google

ଖବର ହେଉଛି ଏହା ଯେ, ରିୟା ଚକ୍ରବର୍ତ୍ତୀ ଇଡି ସାମ୍ନାରେ ହାଜର ହେବେ ନାହିଁ । ରିୟା ସୁପ୍ରିମକୋର୍ଟରେ ଶୁଣାଣି କରି ଆବେଦନ କରିଛନ୍ତି ଯେ ଯେତେ ପର୍ଯ୍ୟନ୍ତ ତାଙ୍କ ବିବୃତ୍ତିକୁ ରେକର୍ଡ ହୋଇନାହିଁ ସେତେ ପର୍ଯ୍ୟନ୍ତ ସେ ଇଡି ସମ୍ମୁଖରେ ହାଜର ହେବେ ନାହିଁ । ରିୟାଙ୍କ ଇଡି ପକ୍ଷରୁ ସମନ ୱାଟସପରେ ମିଳିଥିଲା । ଅଭିନେତ୍ରୀ ଏହାର ଉତ୍ତର ଇଡିଙ୍କୁ ମେଲ୍ କରିଦେଇଛନ୍ତି । ଏଥି ସହିତ ରିୟାଙ୍କ ନିଷ୍ପତ୍ତିକୁ ଦେଖି ଲାଗୁଛି ଯେ ସେ ଭୟଭୀତ ଅଛନ୍ତି ଯେ ସେ ଇଡିଙ୍କ ସମ୍ମୁଖକୁ ଆସିବା କ୍ଷଣେ ତାଙ୍କୁ ଗିରଫ କରାଯିବ ।

google

ଏଥି ସହିତ ଏହା ମଧ୍ୟ ଖବର ରହିଛି ଯେ ଏଜେନ୍ସି ଦ୍ୱାରା ପଠାଯାଇଥିବା ମେଲର ରିୟା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ରିୟାଙ୍କ ଫୋନ୍ କ୍ରମାଗତ ଭାବେ ବନ୍ଦ ଆସୁଛି । ଏଜେନ୍ସି ସୁଶାନ୍ତଙ୍କ ବନ୍ଧୁ ଏବଂ କ୍ରିଏଟିଭ କଣ୍ଟେଟ୍ ମ୍ୟାନେଜରଙ୍କୁ ମଧ୍ୟ ସମନ ପଠାଇଛନ୍ତି । ସେ ଶନିବାର ଦିନ ଇଡିଙ୍କ ସାମ୍ନାରେ ହଜାର ହେବେ ।

google

ଦିଲ୍ଲୀର ସିବିଆଇ ଦଳ ଅତି ଶୀଘ୍ର ମୁମ୍ବାଇ ଆସିବେ । ଯେଉଁଠାରେ ମୁମ୍ବାଇର ସିବିଆଇ ୟୁନିଟ୍ ଲଜିଷ୍ଟିକ୍ ସହାୟତା ଯୋଗାଇବେ । ଘଟଣାର ତଦନ୍ତ ପାଇଁ ଅତିରିକ୍ତ ଏସ୍ସି ଅନୀଲ ଯାଦବଙ୍କୁ ତଦନ୍ତ ଅଧିକାରୀ ଭାବେ ନିଯୁକ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *