ଶୋଭିକ୍ଙ୍କ ସହିତ ନଜର ଆସିଲେ ରିୟା ଚକ୍ରବର୍ତ୍ତୀ !

ଶୋଭିକ୍ଙ୍କ ସହିତ ନଜର ଆସିଲେ ରିୟା ଚକ୍ରବର୍ତ୍ତୀ !

ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ୍ ସୋମବାର ଦିନ ପୁଣିଥରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଅଫିସ୍ ବାହାରେ ନଜର ଆସିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ସାମ୍ନାକୁ ଆସିଲା ଡ୍ରଗ୍ସ ଏଙ୍ଗଲରେ ରିୟା ଓ ଶୋଭିକ୍ ଦୁହିଁଙ୍କ ନାମ ଉଜାଗର ହୋଇଥିଲା । ପରେ ଡ୍ରଗ୍ସ ମାମଲାରେ ଅନେକ ଥର ଏନ୍ସିବିର ପଚାରପଚାରି ପରେ ଗତ ବର୍ଷ ଦୁହିଁଙ୍କ ଗିରଫ ହୋଇଥିଲା ।

ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ଶୋଭିକ୍ ସୋମବାରକୁ ପୁଣିଥରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଅଫିସ୍ ବାହାରେ ନଜର ଆସିଥିଲେ । ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁପରେ ସାମ୍ନାକୁ ଆସିଥିବା ଡ୍ରଗ୍ସ ଏଙ୍ଗଲରେ ରିୟା ଓ ଶୋଭିକ୍ ଦୁହିଁଙ୍କ ନାମ ମଧ୍ୟ ଉଜାଗର ହୋଇଥିଲା । ପରେ ଡ୍ରଗ୍ସ ମାମଲାରେ ଅନେକ ଥର ଏନ୍ସିବିର ଜେରା ପରେ ଗତବର୍ଷ ଦୁହେଁ ଗିରଫ୍ ହୋଇଥିଲେ । ଯଦିଓ, ଏହାର କିଛି ଦିନ ପରେ ଦୁହିଁଙ୍କୁ ଜାମିନ୍ ମିଳିଲା ।

ଫୋଟରେ ରିୟା ଚକ୍ରବର୍ତ୍ତୀ ସୁଟ୍ରେ ନଜର ଆସିଥିଲେ, ଯେବେକି ଭାଇ ଶୋଭିକ୍ ଜିନ୍ସ ଓ ଟି-ଶର୍ଟ ପିନ୍ଧୁଥିବାର ନଜର ଆସିଲେ । ଦୁହେଁ ମାସ୍କ ଲଗାଇ ରଖିଥିଲେ । ଜଣାଇଦେଉଛୁ ଯେ ଦୁହେଁ ଜାମିନରେ ବାହାରକୁ ଆସିଛନ୍ତି ଏବଂ ତାଙ୍କୁ ଏନ୍ସିବି ଅଫିସ୍ ଯାଇ ପ୍ରତି ମାସ ସୋମବାର ଦିନ ଆଗରୁ ଅଫିସରେ ହାଜର୍ ହେବେ ।

କାର୍ଯ୍ୟ ବିଷୟରେ ଆଲୋଚନା କରିବା ତେବେ ରିୟା ଚକ୍ରବର୍ତ୍ତୀ ନିଜର ଆଗାମୀ ଚଳଚ୍ଚିତ୍ର ‘ଚେହରେ’ରେ ନଜର ଆସିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ର ୯ ଏପ୍ରିଲକୁ ଥିଏଟରରେ ମୁକ୍ତିଲାଭ କରିଥିଲା । ଯଦିଓ, ମୁମ୍ବାଇ ସମେତ ସାରା ଦେଶରେ ଦ୍ରୁତ ଗତିରେ ବଢୁଥିବା କରୋନା ମାମଲାକୁ ଦେଖି ଚଳଚ୍ଚିତ୍ର ମୁକ୍ତିଲାଭକୁ ମନା କରି ଦିଆଯାଇଥିଲା । ଚଳଚ୍ଚିତ୍ରରେ ରିୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ ଓ ଇମ୍ରାନ୍ ହାଶମୀ ମଧ୍ୟ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ନିକଟରେ ‘ଚେହରେ’ର ଟ୍ରେଲର୍ ମୁକ୍ତିଲାଭ ହୋଇଥିଲା, ଯେଉଁଥିରେ ରିୟାଙ୍କ ଏକ ଛୋଟ ଝଲକ୍ ମଧ୍ୟ ନଜର ଆସିଥଲା ।

Leave a Reply

Your email address will not be published. Required fields are marked *