FIR ଦାଖଲ ହେବା ପରେ ରିୟା ଚକ୍ରବର୍ତ୍ତୀ ଉଠାଇଲେ ବଡ ପଦକ୍ଷେପ !

FIR ଦାଖଲ ହେବା ପରେ ରିୟା ଚକ୍ରବର୍ତ୍ତୀ ଉଠାଇଲେ ବଡ ପଦକ୍ଷେପ !

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ମଙ୍ଗଳବାର ଦିନ ନିଜ ପୁଅର ଆତ୍ମହତ୍ୟା ମାମଲାରେ ଏକ FIR ଦାଖଲ କରିଛନ୍ତି । ଯେଉଁଥିରେ ସେ ରିୟା ଚକ୍ରବର୍ତ୍ତୀ ସହିତ ଆଉ ୬ ଜଣ ଲୋକଙ୍କୁ ନିଜ ପୁଅର ଆତ୍ମହତ୍ୟାର କାରଣ କହିଛନ୍ତି । ସୁଆନ୍ତ ସିଂ ରାଜପୁତଙ୍କ ବାପା କେକେ ସିଂଙ୍କ ଏହି FIR ବିହାରରେ ଦାଖଲ କରାଯାଇଛି । ସେଠାରେ କେସ୍ ଦାଖଲ ହେଲା ପରେ ବିହାରର ପୋଲିସ୍ ମୁମ୍ବାଇ ଆସି ଏହି ମାମଲାର ଯାଞ୍ଚ ଆରମ୍ଭ କରି ଦେଲାଣି ଓ ଶୀଘ୍ର ପୋଲିସ୍ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରିପାରନ୍ତି । ନିଜ ବିପକ୍ଷରେ କେସ୍ ଦାଖଲ ହେଲା ପରେ ରିୟା ଚକ୍ରବର୍ତ୍ତୀ ଓକିଲ ସହ ମିଶିଥିଲେ ଯାହା ଅଧିକ ସମୟ କଥାବାର୍ତ୍ତା ଚାଲିଥିଲା ।

newstrend

FIRର ଖବର ସାମ୍ନାକୁ ଆସିଲା ପରେ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଏହି ମଧ୍ୟରେ ରିୟାଙ୍କ ଘରେ ତାଙ୍କ ଓକିଲ ଅନନ୍ଦିନୀ ଫର୍ଣ୍ଣାଡିସଙ୍କୁ ଦେଖିବାକୁ ମିଳିଲା, ଯାହା ତାଙ୍କୁ ମିଶିବା ପାଇଁ ପହଞ୍ଚିଥିଲେ । ଯେତେବେଳେ ମିଡ଼ିଆ ଏହି ମାମଲା ବିଷୟରେ ଓକିଲ ଅନନ୍ଦିନୀ ଫର୍ଣ୍ଣାଡିସଙ୍କୁ ପ୍ରଶ୍ନ ପଚାରିଲେ ସେତେବେଳେ ସେ ମିଡ଼ିଆକୁ ଅଣଦେଖା କରିଥିଲେ । ଖବର ଅନୁସାରେ ରିୟା ଓ ଅନନ୍ଦିନୀ ଫର୍ଣ୍ଣାଡିସଙ୍କ ମଧ୍ୟରେ ବହୁତ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲିଥିଲା ଓ ତା’ପରେ ଅନନ୍ଦିନୀ ଫର୍ଣ୍ଣାଡିସ୍ ରିୟାଙ୍କ ଘରରୁ ଚାଲିଯାଇଥିଲେ ।

ରିୟା ଚକ୍ରବର୍ତ୍ତୀ ଉପରେ ଲଗାଗଲା ଗମ୍ଭୀର ଆରୋପ:-

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବାପା ରିୟାଙ୍କ ଉପରେ କେସ୍ ଦାଖଲ କରିଛନ୍ତି । ସେ ରିୟା ଉପରେ ଅନେକ ଅଭିଯୋଗ କରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ବାପା ସିଧାସଳଖ ଭାବେ କହିଛନ୍ତି କି ରିୟାଙ୍କ ପାଇଁ ହି ତାଙ୍କ ପୁଅ ଆତ୍ମହତ୍ୟା କରିଛି ଓ ସେ ତାଙ୍କ ପୁଅକୁ ହଇରାଣ କରୁଥିଲେ । FIRରେ ରିୟା ଓ ତାଙ୍କ ପରିବାର ଲୋକମାନେ ସୁଶାନ୍ତଙ୍କୁ ବନ୍ଦି ବନେଇବାର ଅଭିଯୋଗ କରିଛନ୍ତି । ସୁଶାନ୍ତଙ୍କ ବାପାଙ୍କ କହିବା ଅନୁସାରେ ରିୟା ଓ ତାଙ୍କ ପରିବାର ସହ ମିଶି ସୁଶାନ୍ତଙ୍କ ଉପରେ ଚକ୍ରାନ୍ତ କରୁଥିଲେ ।

କରୁଥିଲେ ବ୍ଲାକମେଲ:-

newstrend

ସୁଶାନ୍ତ ସିଂ ରାଜପୁତଙ୍କ ବାପା ପୋଲିସଙ୍କୁ କହିଲେ କି ରିୟା ଚକ୍ରବର୍ତ୍ତୀ ତାଙ୍କ ପୁଅକୁ ବ୍ଲାକମେଲ କରୁଥିଲେ । କେକେ ସିଂ ନିଜ ବୟାନରେ କହିଲେ କି,’ମୋ ପୁଅ ଫିଲ୍ମ ଲାଇନ ଛାଡ଼ି ତାହା ସାଙ୍ଗ ମହେଶ ସହିତ କେରଳରେ ଅର୍ଗାନିକ ଖେତି କରିବାକୁ ଚାହୁଁଥିଲା । କିନ୍ତୁ ରିୟା ଏହି କଥାକୁ ବିରୋଧ କରିଥିଲେ କି ତୁମେ କୁଆଡେ ମଧ୍ୟ ଯିବାକୁ ହେବନାହିଁ ଓ ଯଦି ସେ ତାଙ୍କ କଥା ନ ମାନେ ତେବେ ସେ ମିଡ଼ିଆକୁ ତାଙ୍କ ମେଡିକାଲ ରିପୋର୍ଟ ଦେଇଦେବେ ବୋଲି କହୁଥିଲେ । ସମସ୍ତଙ୍କୁ କହିବେ କି ସେ ପାଗଳ ବୋଲି । ସୁଶାନ୍ତ ସିଂ ରାଜପୁତ ଅନୁସାରେ,ଯେତେବେଳେ ରିୟା ଜାଣିଲେ କି ସୁଶାନ୍ତ ତାଙ୍କ କଥା ମାନୁ ନାହାନ୍ତି ଓ ତାଙ୍କର ବ୍ୟାଙ୍କବାଲାନ୍ସ କମ୍ ହୋଇଗଲାଣି ତେବେ ରିୟାଙ୍କୁ ଲାଗିଲା କି ସୁଶାନ୍ତ ଆଉ କୌଣସି କାମକୁ ନୁହଁ । ‘

ସାଥିରେ ନେଇଗଲେ ସବୁ ଜିନିଷ:-

newstrend

୮ ଜୁନ୍ ପର୍ଯ୍ୟନ୍ତ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ରାଜପୁତଙ୍କ ସହ ସହିତ ଥିଲେ । ସେହି ଘରକୁ ଛାଡିବା ସମୟରେ ଘରେ ରଖାଯାଇଥିବା ସବୁ ଟଙ୍କା, ଗହଣା, ଲାପଟପ୍, କ୍ରେଡ଼ିଟକାର୍ଡ ଓ ତାଙ୍କର ପିନ୍ ନମ୍ବର, ସୁଶାନ୍ତଙ୍କ ଜରୁରୀ କାଗଜ ପତ୍ର ଓ ଚିକିତ୍ସା ହେବାର ସବୁ କାଗଜ ପତ୍ର ନେଇ ଚାଲିଗଲେ । କେକେ ସିଂ ସିଧାସଳଖ କହିଲେ କି ତାଙ୍କ ପୁଅଙ୍କ ଉପରେ ଚକ୍ରାନ୍ତ ଚାଲିଥିଲା ଓ ଏଥିରେ ରିୟାଙ୍କ ପରିବାର ମଧ୍ୟ ସାମିଲ ଅଟନ୍ତି । କେକେ ସିଂ ଅନୁସାରେ ତାଙ୍କ ପୁଅ ୨୦୧୯ ମସିହାରେ ପର୍ଯ୍ୟନ୍ତ ପୁରା ଠିକ୍ ଥିଲେ । କିନ୍ତୁ ରିୟା ସହ ମିଶିଲା ପରେ ତାଙ୍କ ଦେହ କିପରି ଖରାପ ହେବାକୁ ଲାଗିଲା । କେକେ ସିଂଙ୍କ କହିବା ମୁତାବକ ରିୟା ତାଙ୍କ ପୁଅ ସହିତ ଧୋକାଧ ଓ ବେଇମାନୀ କରିଛନ୍ତି ଓ ତାଙ୍କୁ ବହୁତ ସମୟ ପର୍ଯ୍ୟନ୍ତ ବନ୍ଦୀ ବନେଇ ରଖିଥିଲେ । ତା’ସହ ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଥିଲେ ।

Leave a Reply

Your email address will not be published. Required fields are marked *