ATM ଭଳି ସୁଶାନ୍ତଙ୍କୁ ବ୍ୟବହାର କରୁଥିଲେ ରିୟା ଚକ୍ରବର୍ତ୍ତୀ ! ୯୦ ଦିନରେ ଖର୍ଚ୍ଚ କରିଥିଲେ ୩ କୋଟି ଟଙ୍କା !

ATM ଭଳି ସୁଶାନ୍ତଙ୍କୁ ବ୍ୟବହାର କରୁଥିଲେ ରିୟା ଚକ୍ରବର୍ତ୍ତୀ ! ୯୦ ଦିନରେ ଖର୍ଚ୍ଚ କରିଥିଲେ ୩ କୋଟି ଟଙ୍କା !

ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ସଙ୍ଗେ ସଙ୍ଗେ ବିହାର ପୋଲିସ ମଧ୍ୟ ତଦନ୍ତ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ସୁଶାନ୍ତଙ୍କ ପିତା କେ.କେ ସିଂହ ରିୟା ଉପରେ ସୁଶାନ୍ତଙ୍କ ଠାରୁ ଟଙ୍କା ରୋଜଗାର କରିବା ଓ ସୁଶାନ୍ତଙ୍କୁ ମାନସିକ ରୂପରେ ପ୍ରତାଡୀତ କରିବା ଆରୋପ ଲଗାଇ ମକଦ୍ଦମା ରୁଜୁ କରିଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ପଟନା ପୋଲିସକୁ ନିକଟରେ ସୁଶାନ୍ତଙ୍କ କୋଟକ ମହୀନ୍ଦ୍ରା, ଏଚଡ଼ିଏଫସି ଓ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ତଥ୍ୟ ମିଳିଛି । ପୋଲିସ ଷ୍ଟେଟମେଣ୍ଟ ଆଧାରରେ ସୁଶାନ୍ତଙ୍କ CA ସନ୍ଦୀପଙ୍କୁ ମଧ୍ୟ ପଚରାଉଚରା କରଯାଇଥିଲା । ଯଦିଓ ପୋଲିସ ବର୍ତ୍ତମାନ ସୁଶାନ୍ତଙ୍କ ଖାତା ସହ ଜଡ଼ିତ କୌଣସି ସୂଚନା ମିଳିନାହିଁ । କୁହାଯାଏ ଯେ ରିୟା ଓ ତାଙ୍କ ଭାଇ ସୁଶାନ୍ତଙ୍କ ଆକାଉଣ୍ଟରୁ ୯୦ ଦିନ ମଧ୍ୟରେ ପାଖପାଖି ୩ କୋଟି ଟଙ୍କା ବାହାର କରିଥିଲେ ।

୯୦ ଦିନରେ ଖର୍ଚ୍ଚ ହୋଇଛି ୩ କୋଟି ଟଙ୍କା :

Google

କୁହାଯାଉଛି ଯେ ରିୟା ଓ ତାଙ୍କ ଭାଇ ତିନି ମାସ ମଧ୍ୟରେ ସୁଶାନ୍ତଙ୍କ ଆକାଉଣ୍ଟରେ ପାଖାପାଖି ୩ କୋଟି ଟଙ୍କା ବାହାର କରିଥିଲେ । ଏଥିରେ ସବୁଠାରୁ ଅଧିକ ଟଙ୍କା ହୋଟେଲ, ଶପିଙ୍ଗରୁ ଆରମ୍ଭ କରି ପ୍ଲେନ ଟିକେଟରେ ଖର୍ଚ୍ଚ ହୋଇଛି । ଜଣାଇ ଦେଉଛୁ ଯେ ଏଚଡ଼ିଏଫସି ବ୍ୟାଙ୍କରେ ରିୟାଙ୍କ ମଧ୍ୟ ଖାତା ରହିଛି । ପୋଲିସ ସୂତ୍ର ଅନୁଯାୟୀ ସୁଶାନ୍ତଙ୍କ ଖାତାର ୧୫ କୋଟିର ହିସାବ ମଧ୍ୟ ପୋଲିସ ତଦନ୍ତ କରିଛି ।

ସୂଚନା ଅନୁସାରେ ଆପଣଙ୍କୁ ଜଣାଇ ଦେଉଛୁ ଯେ, ସୁଶାନ୍ତଙ୍କ ପିତା ରିୟା ଉପରେ ସୁଶାନ୍ତ ଆକାଉଣ୍ଟରୁ ୧୫ କୋଟି ଟଙ୍କା ନିଜ ଆକାଉଣ୍ଟରେ ଟ୍ରାନ୍ସଫର କରିବା ଅଭିଯୋଗ ଲଗାଇଛନ୍ତି । ପୋଲିସ ଯାଞ୍ଚରେ ଏହି କଥାଟି ସାମନାକୁ ଆସିଅଛି ଯେ ଗତ ବର୍ଷ ସେପ୍ଟେମ୍ବର, ଅକ୍ଟୋବରରୁ ଆରମ୍ଭ କରି ଡ଼ିସେମ୍ବର ମାସ ପର୍ଯ୍ୟନ୍ତ ଅଧିକାଂଶ ଟଙ୍କା ହୋଟେଲ ବିଲରେ ଖର୍ଚ୍ଚ ହୋଇଛି । ସୁଶାନ୍ତଙ୍କ ଆକାଉଣ୍ଟକୁ ରିୟାଙ୍କ ଭାଇ ନିୟନ୍ତ୍ରଣ କରୁଥିଲା । ଶନିବାର ସନ୍ଧ୍ୟାରେ ପୋଲିସ ହାତରେ ସୁଶାନ୍ତଙ୍କ ମୋବାଇଲ କଲ୍ ର ସଂପୂର୍ଣ୍ଣ ତଥ୍ୟ ହସ୍ତଗତ କରିଥିଲା ।

ପୋଲିସଙ୍କ ହାତକୁ ଆସିଲା ସୁଶାନ୍ତଙ୍କ କଲ୍ ଡ଼ିଟେଲ୍ :

ଜୁନ୍ 1 ରୁ ଜୁନ୍ 14 ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୋବାଇଲରୁ ମିଳିଥିବା କଲ୍ ତାଲିକା ଏକ ସନ୍ଦେହଜନକ ତାଲିକା ଭାବରେ ପ୍ରସ୍ତୁତ ହୋଇଛି । ପୋଲିସ ଦାବି କରିଛନ୍ତି ଯେ କଲ୍ ଡ଼ିଟେଲସ୍ ମିଳିବା ପରେ ଯାଞ୍ଚ ଘେରରେ ଅନେକ ଲୋକ ଆସିଯାଇଛନ୍ତି । ଏହି ସମସ୍ତ ଲୋକଙ୍କୁ ପଚରାଉଚରା କରାଯିବ । ସୁଶାନ୍ତଙ୍କ ନିକଟତର ବନ୍ଧୁମାନେ ମହେଶ ଶେଟ୍ଟୀ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ରୁମି ଜାଫରୀଙ୍କୁ ମଧ୍ୟ ପୋଲିସ ଶନିବାର ଦିନ ପଚରାଉଚରା କରିଥିଲେ । ଜଣାଇ ଦେଉଛୁ ଯେ, ପୋଷ୍ଟମର୍ଟମ ରିପୋର୍ଟ ଓ କଲ୍ ଡ଼ିଟେଲ ଉଭୟ ଜରୁରୀ ଦସ୍ତାବିଜକୁ ନେଇ ପଟନାର ରାଜୀବ ନଗର ଥାନାର ପୋଲିସ ତଦନ୍ତ ଆରମ୍ଭ କରିଦେଇଛନ୍ତି ।

ସୁଶାନ୍ତଙ୍କ ନିଧନ ପରେ ଏହି ମାମଲାରେ ବହୁତ ପ୍ରକାର କଥା ଓ ବୟାନ ସାମନାକୁ ଆସିଅଛି; ଯାହା ଏହି ମାମଲାକୁ ଆହୁରି ଅଧିକ ଜଟିଳ ଦିଗକୁ ନେଇଯାଇଛି । ଯାଞ୍ଚ କରିବା ପାଇଁ ମୁମ୍ବାଇ ପହଞ୍ଚିଥିବା ବିହାର ପୋଲିସକୁ ମୁମ୍ବାଇ ପୋଲିସରୁ କୌଣସି ସହଯୋଗ ମଧ୍ୟ ମିଳୁନାହିଁ । ପୋଲିସ ନିର୍ଦ୍ଧାରିତ ଭାବରେ ଯାଞ୍ଚ କରିଚାଲିଛି । ମାମଲା ରୁଜୁ ହେବା ପରେ ବର୍ତ୍ତମାନ ସବୁଠାରୁ ଅଧିକ ସନ୍ଦେହ ସୁଶାନ୍ତଙ୍କ କଥିତ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଉପରେ କରାଯାଉଛି ।

ବାସ୍ତବରେ ସୁଶାନ୍ତଙ୍କ ପରିବାର ଲୋକେ ରିୟା ଉପରେ ସୁଶାନ୍ତଙ୍କୁ ଓଭରଡୋଜ ଔଷଧ ଦେବା, ପଇସା ଲୁଟିବା ଓ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି । ଏଥିମଧ୍ୟରେ କୁହାଯାଇଛି ଯେ ରିୟା, ସୁଶାନ୍ତଙ୍କ ସମସ୍ତ ଟଙ୍କା ଖର୍ଚ୍ଚ କରୁଥିଲେ ଏବଂ ସୁଶାନ୍ତକୁ ନିଜ ନିୟନ୍ତ୍ରଣ ରଖୁଥିଲେ । ବର୍ତ୍ତମାନ ପୋଲିସ ଏହିସବୁ କଥାର ସତ୍ୟତା ବିଷୟରେ ତଦନ୍ତ କରୁଛି । ରିୟା ଭିଡ଼ିଓ ଜାରି କରି ନିଜକୁ ନିର୍ଦୋଷ ବୋଲି କହିଛନ୍ତି ଓ କହିଛନ୍ତି ଯେ ତାଙ୍କୁ ଆଶା ଅଛି ଯେ ତାଙ୍କୁ ଖୁବଶୀଘ୍ର ନ୍ୟାୟ ମିଳିବ ।

Leave a Reply

Your email address will not be published. Required fields are marked *