ରିୟା ଚକ୍ରବର୍ତ୍ତୀଙ୍କୁ ମିଳୁଛି ବଳତ୍କାର ଏବଂ ଜୀବନରୁ ମାରି ଦେବାର ଧମକ୍ ! କ୍ରୋଧରେ ଅଭିନେତ୍ରୀ ଉଠାଇଛନ୍ତି ବଡ ପଦକ୍ଷେପ ।

ରିୟା ଚକ୍ରବର୍ତ୍ତୀଙ୍କୁ ମିଳୁଛି ବଳତ୍କାର ଏବଂ ଜୀବନରୁ ମାରି ଦେବାର ଧମକ୍ ! କ୍ରୋଧରେ ଅଭିନେତ୍ରୀ ଉଠାଇଛନ୍ତି ବଡ ପଦକ୍ଷେପ ।

ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତକୁ ୧ ମାସ ହୋଇଗଲା, କିନ୍ତୁ ଆଜି ପର୍ଯ୍ୟନ୍ତ ଲୋକମାନେ ସୁଶାନ୍ତକୁ ଭୁଲି ନାହାଁନ୍ତି ଓ ଭୁଲି ପାରିବେ ନାହିଁ । ମୁମ୍ବାଇ ପୋଲିସ୍ ଏହାକୁ ଆତ୍ମହତ୍ୟା ହିଁ ମାନୁଛନ୍ତି ଏବଂ ଏହି କେସକୁ ବନ୍ଦ କରିବାକୁ ଲାଗିଛନ୍ତି, କିନ୍ତୁ ଏହା ପରେ ମଧ୍ୟ ଲୋକମାନେ ସିବିଆଇ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପରେ ମଧ୍ୟ ଲୋକମାନେ ଦୋଷୀକୁ ଖୋଜିବାରେ ଲାଗିଛନ୍ତି । ଏହା ମଧ୍ୟରେ ଯିଏ ଆସିବ ତାକୁ ଲୋକମାନେ ଛାଡିବେ ନାହିଁ । ସେ କରନ୍ ଜୋହାର ହୁଅନ୍ତୁ, ସଲମାନ ଖାନ୍ ହୁଅନ୍ତୁ, କି ଏକ୍ତା କପୂର । ଏହି ସବୁ ମଧ୍ୟରେ ଯଦି କାହାକୁ ଅଧିକ ଟାର୍ଗେଟ କରାଯାଇଛି ତେବେ ସେ ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରିଏଣ୍ଡ ରିୟା ଚକ୍ରବର୍ତ୍ତୀ ।

newstrend

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ପରେ ହିଁ ତାଙ୍କର ଗାର୍ଲଫ୍ରିଏଣ୍ଡ ବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୋସିଆଲ ମିଡ଼ିଆରେ ବାରମ୍ବାର ଟ୍ରୋଲର ସାମ୍ନା କରିବାକୁ ପଡୁଛି । ବାରମ୍ବାର ଲୋକମାନେ ତାଙ୍କୁ ବହୁତ ଖରାପ ଗାଳି ଦେଉଛନ୍ତି, ଏତିକି ନୁହେଁ ତାଙ୍କୁ ବଳତ୍କାର ଓ ଜୀବନରୁ ମାରିଦେବା ପାଇଁ ଧମକ୍ ମଧ୍ୟ ଦେଉଛନ୍ତି । ଏହି କଥାର ଖୁଲାସା ନିଜେ ରିୟା ନିଜର ଇଂଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି, ତାହା ସହ ଏହି ପୁରା ମାମଲାକୁ ସେ ନିଜେ ସାଇବର କ୍ରାଇମର ଆବଶ୍ୟକ କାର୍ଯ୍ୟକାରୀ ପାଇଁ ଅନୁରୋଧ କରିଛନ୍ତି ।

ଇଂଷ୍ଟଗ୍ରାମ୍ ପୋଷ୍ଟ ଜରିଆରେ କରିଛନ୍ତି ଯନ୍ତ୍ରଣାର ବୟାନ:-

newstrend

ନିଜର ଏହି ଇଂସ୍ଟଗ୍ରାମ୍ ପୋଷ୍ଟରେ ରିୟା ଏକ ଟ୍ରୋଲର ଧମକର ଜବାବ୍ ଦେଇ ଲେଖିଛନ୍ତି ଯେ, ‘ମୋତେ ଦୋଷୀ କହିଲ ମୁଁ ଚୁପ୍ ରହିଲି କିନ୍ତୁ ମୋର ଚୁପକୁ ଆପଣଙ୍କୁ ଏହା କହିବାର ଅଧିକାର କିଏ ଦେଲା କି ଯଦି ମୁ ଆତ୍ମହତ୍ୟା ନ କରେ ତେବେ ମୋର ବଳତ୍କାର ଓ ଜୀବନରୁ ମାରିଦେବେ ? କଣ ଆପଣ ଯାହା କହିଲେ, ତାହାର ଗମ୍ଭୀରତାକୁ ଅନୁଭବ କରିଛନ୍ତି ? ଏହା ଅପରାଧ ଅଟେ । ମୁଁ ପୁଣି ଥରେ କହୁଛି କାହାକୁ ମଧ୍ୟ ଏହି ପ୍ରକାରର ନିର୍ଯ୍ୟାତନା ଦେବା ଠିକ୍ ନୁହେଁ ।’ ଏହାପରେ ସେ ସାଇବର କ୍ରାଇମ୍ ହାତରେ ଏହି ସବୁ ପ୍ରମାଣ ଟେକି ଦେଲେ ଓ ଏହାର ଉଚିତ କାର୍ଯ୍ୟକାରୀ ପାଇଁ ପ୍ରେରଣା ଦେଇଛନ୍ତି । ଲାଗୁଛି ରିୟା ଏହି ଟ୍ରୋଲର୍ସ ମାନଙ୍କ ପାଇଁ ଚିନ୍ତାଗ୍ରସ୍ତ ରହୁଛନ୍ତି, ସେ ନିଜର ପୋଷ୍ଟରେ ଆଗକୁ ଲେଖିଛନ୍ତି କି ବର୍ତ୍ତମାନ ବହୁତ ହୋଇଗଲା ।

ସୁଶାନ୍ତଙ୍କ ପାଇଁ କରିଛନ୍ତି ଏକ ଭାବପ୍ରବଣ ପୋଷ୍ଟ:-

newstrend

ଜଣାଇଦେଉଛୁ କି ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚୁପ୍ ଥିଲେ । ସେ ସୁଶାନ୍ତଙ୍କ ମୃତ୍ୟୁର ଏକ ମାସ ପରେ ନିଜର ମତ ପ୍ରକାଶ କରିଛନ୍ତି । ରିୟା ପୋଷ୍ଟରେ ଜଣାଇଲେ କି ସୁଶାନ୍ତ ତାଙ୍କ ପାଇଁ କଣ ଥିଲେ ଓ ସେ କେତେ କଣ ହରାଇଛନ୍ତି । ରିୟା ସୁଶାନ୍ତକୁ ମନେ ପକାଇ ଲେଖିଛନ୍ତି କି, ”ମୁଁ ବର୍ତ୍ତମାନ ମଧ୍ୟ ନିଜକୁ ସାମ୍ନା କରିବା ପାଇଁ ସଂଘର୍ଷ କରୁଛି । ତମେ ହିଁ ଥିଲ ଯିଏକି ଭଲ ପାଇବାର ଭରସା ଦେଇଥିଲ ଓ ତାକୁ ହିଁ ସାହାସ କରିବାକୁ ଶକ୍ତି ଦେଇଥିଲ । ତୁମେ ହିଁ ଶିଖେଇଥିଲ କି କିପରି ଏକ ସାଧାରଣ ଗଣିତ୍ୟକ ସମିକରଣ ଦ୍ୱାରା ଜୀବନର ଅର୍ଥକୁ ବୁଝିପାରିବା, ମୁଁ ସବୁଦିନ ତମ ଠାରୁ ଶିଖୁଥିଲି । ମୁ ଜାଣିଛି କି ତମେ ବର୍ତ୍ତମାନ ବହୁତ ଶାନ୍ତିପୂର୍ଣ୍ଣ ସ୍ଥାନରେ ଅଛ । ଚାନ୍ଦ, ତାରା ଓ ନକ୍ଷତ୍ର ସମସ୍ତେ ନିଜ ଖୋଲା ହାତରେ ଏକ ଭୌତିକଶାସ୍ତ୍ରୀକୁ ସ୍ୱାଗତ କରିଥିବେ । ସହାନୁଭୂତି ଓ ଆନନ୍ଦଭରା, ଶୂଟିଂ ଷ୍ଟାର ମାନଙ୍କୁ ଚମକାଉଥିବ କାରଣ ବର୍ତ୍ତମାନ ତୁମେ ତାଙ୍କ ମଧ୍ୟରୁ ଜଣେ ।”

ରିଆଙ୍କ ରିପୋର୍ଟକୁ ପୋଲିସ୍ ଖୁବ୍ ଶୀଘ୍ର ହିଁ କାର୍ଯ୍ୟକରି କରିବ । ଆମର ସମସ୍ତଙ୍କୁ ଏହି ନିବେଦନ କି କାହାକୁ ମଧ୍ୟ ବିରୋଧ କରିବା ଏହା ଠିକ୍ ନୁହେଁ । କାହାକୁ ମଧ୍ୟ ଭାଷାର ଅବମାନନା କରିବା ଆଇନଗତ ଅପରାଧ ଅଟେ । ଯିଏ ଏହିଭଳି ଅପରାଧ କରେ ତାକୁ କଡାରୁ କଡା ସଜା ମିଳିବା ଦରକାର ।

Leave a Reply

Your email address will not be published. Required fields are marked *