ନିଜେ ବିଛାଇ ଥିବା ଜାଲରେ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି ରିୟା ଚକ୍ରବର୍ତ୍ତୀ । ସେୟାର କରିଥିବା ହ୍ଵାଟସଏପ୍ ଚେଟ୍ ଠାରୁ ହେଲା ପର୍ଦାଫାସ ।

ନିଜେ ବିଛାଇ ଥିବା ଜାଲରେ ସମ୍ପୂର୍ଣ୍ଣ ଭାବରେ ଫସି ଯାଇଛନ୍ତି ରିୟା ଚକ୍ରବର୍ତ୍ତୀ । ସେୟାର କରିଥିବା ହ୍ଵାଟସଏପ୍ ଚେଟ୍ ଠାରୁ ହେଲା ପର୍ଦାଫାସ ।

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ସମସ୍ୟା ଅଧିକ ବଢ଼ିବାରେ ଲାଗିଛି । ପୁଣି ଏହି ମାମଲାରେ ନିଜକୁ ଫସିଯାଉଥିବାର ଦେଖି ଅଭିନେତ୍ରୀ କେତେ ପ୍ରକାରର ଉପାୟକୁ ଅପଣାଉଛନ୍ତି । କିନ୍ତୁ ରିୟା ସୁଶାନ୍ତଙ୍କ ସହିତ ନିଜର ହ୍ଵାଟସଏପ ଚେଟ୍ ସେୟାର କରିଥିଲେ । ଏହି ଚେଟରୁ ଏହା ମଧ୍ୟ ଜଣାପଡ଼ିଛି ଯେ ସୁଶାନ୍ତଙ୍କର ନିଜ ଭଉଣୀ ସହିତ ସମ୍ପର୍କ ମଧ୍ୟ ଠିକ୍ ନଥିଲା ଏବଂ ରିୟା ବାରମ୍ବାର ଭାବରେ ତାହାକୁ ଠିକ୍ କରିବାକୁ ଚେଷ୍ଟା କରୁଥିଲେ । କେବଳ ଏତିକି ନୁହେଁ ଏହି ହ୍ଵାଟସଏପ ଚେଟରୁ ରିୟା ନିଜର ଏବଂ ସୁଶାନ୍ତଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଦୃଢ଼ ଥିଲା ଏବଂ ସୁଶାନ୍ତ ସବୁ କ୍ଷେତ୍ରରେ ତାଙ୍କ ଉପରେ ନିର୍ଭର ଥିଲେ ବୋଲି ପ୍ରମାଣ କରିବାକୁ ଚାହୁଁଥିଲେ ।

google

ସୁଶାନ୍ତ ତାଙ୍କୁ ସବୁ କଥା କହୁଥିଲେ । ଏପରି ନିଜ ଭଉଣୀ ସହିତ କଣ କଥାବାର୍ତ୍ତା ହେଲା ତାହା ମଧ୍ୟ । ଏହି ଚେଟ୍ ରିୟା ସେତେବେଳେ ସେୟାର କରିଥିଲେ ଯେତେବେଳେ ସୁଶାନ୍ତଙ୍କ ପିତା କେକେ ସିଂହଙ୍କ ଓକିଲ ବିକାଶ ସିଂହ କହିଥିଲେ ଯେ ରିୟାଙ୍କର ଏକ ଅଭିଯୋଗ କାରଣରୁ ଭାଇ ଭଉଣୀଙ୍କ ମଧ୍ୟରେ ଏତେ ଝଗଡ଼ା ହୋଇଥିଲା ଯାହାକି କିଛି ମାସ ଧରି ସେମାନଙ୍କ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଯାଇଥିଲା ।

google

ପରେ ସୁଶାନ୍ତ ନିଜ ଭଉଣୀଙ୍କ ଠାରୁ କ୍ଷମା ମାଗିଥିଲେ । କିନ୍ତୁ ତାଙ୍କର ଏହି ପଦକ୍ଷେପ ତାଙ୍କ ନିଜ ପାଇଁ କ୍ଷତିକାରକ ହୋଇଗଲା । ସୋସିଆଲ ମିଡିଆରେ ରିୟା ଏବଂ ସୁଶାନ୍ତଙ୍କର ଏହି ହ୍ଵାଟସଏପ ଚେଟକୁ ନିନ୍ଦା କରା ଯାଉଥିଲା । ସୋସିଆଲ ମିଡିଆରେ ଏହି ଚେଟକୁ ନେଇ ଅନେକ ପ୍ରଶ୍ନ ଉଠୁଥିଲା ।

google

କୌଣସି ତାରିଖ ନଥିଲା :-

ରିୟା ସୁଶାନ୍ତଙ୍କ ସହିତ ଯେଉଁ ହ୍ଵାଟସଏପ ଚେଟ୍ ସେୟାର କରିଥିଲେ ସେଥିରେ କେଉଁଠି ମଧ୍ୟ ତାରିଖ ନଜର ଆସିନଥିଲା । ପୁଣି ସେହି ହ୍ଵାଟସଏପ ଚେଟରୁ କୌଣସି ସମୟ ମଧ୍ୟ ଜାଣି ହେଉନଥିଲା । ତେଣୁ ଏହିପରି କଥାବାର୍ତ୍ତା କେଉଁ ଦିନର, ଗୋଟିଏ ଦିନର କିମ୍ବା ଦୁଇ ଦିନର କିମ୍ବା ଗୋଟିଏ ମାସ ପୂର୍ବରୁ ଏହାର କୌଣସି ପ୍ରମାଣ ନାହିଁ । ଏହା ପୂର୍ବରୁ ସୁଶାନ୍ତଙ୍କ ଭିଣୋଇ ମଧ୍ୟ କିଛି ହ୍ଵାଟସଏପ ଚେଟ୍ ସେୟାର କରିଥିଲେ କିନ୍ତୁ ଏଥିରେ ତାରିଖ ସ୍ପଷ୍ଟ ଭାବରେ ନଜର ଆସିଥିଲା । କିନ୍ତୁ ରିୟାଙ୍କ ହ୍ଵାଟସଏପ ଚେଟରେ କୌଣସି ତାରିଖ ନଥିଲା ।

google

କଥାର କୌଣସି ମହତ୍ୱ ନାହିଁ :-

ସମ୍ନାକୁ ଆସିଥିବା ଏହି ହ୍ଵାଟସଏପ ଚେଟରୁ ଏହାର ଆରମ୍ଭ କିମ୍ବା ଶେଷ କୌଣସି ବିଷୟରେ ଜାଣି ହେଉନାହିଁ । ଏପରି ଲାଗୁଛି ଯେପରି ରିୟା ଖୁବ୍ ସହଜରେ କେବଳ ସେହି ହ୍ଵାଟସଏପ ଚେଟକୁ ସେୟାର କରିଛନ୍ତି ଯାହାଦ୍ଵାରା ସୁଶାନ୍ତ ଏବଂ ରିୟାଙ୍କ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ଲୋକମାନେ ଦେଖି ପାରିବେ ।

google

ପୁଣି ବ୍ଲୁ ଟିକ୍ ମଧ୍ୟ ନଥିଲା :-

କିଛି ଦିନ ପୂର୍ବରୁ ସୁଶାନ୍ତଙ୍କ ଭଉଣୀ ମଧ୍ୟ ହ୍ଵାଟସଏପ ଚେଟ୍ ସେୟାର କରିଥିଲେ ଯେଉଁଥିରେ ବ୍ଲୁ ଟିକ୍ ହୋଇଥିବା ଦେଖାଯାଇଥିଲା । କିନ୍ତୁ ରିୟାଙ୍କ ହ୍ଵାଟସଏପ ଚେଟରେ କୌଣସି ବ୍ଲୁ ଟିକ୍ ଦେଖା ଯାଇନଥିଲା । ତେଣୁ ଏହି ବିଷୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

google

କେହି ମଧ୍ୟ ତିଆରି କରି ପାରିବେ ଏପରି ହ୍ଵାଟସଏପ ଚେଟ୍ :-

ଟ୍ୱିଟରରେ ଲୋକମାନେ କହିଛନ୍ତି ଯେ ଏପ୍ରକାରର ହ୍ଵାଟସଏପ ଚେଟ୍ ରିୟା ସେୟାର କରିଛନ୍ତି । ଏପରି ଚେଟ୍ କେକେହି ମଧ୍ୟ ସହଜରେ ବନାଇ ପାରିବେ ।

google

ପୁଣି ସୁଶାନ୍ତଙ୍କ ପିତା କେକେ ସିଂହଙ୍କ ଓକିଲ ବିକାଶ ସିଂହଙ୍କ କହିବା କଥା ଯେ ରିୟାଙ୍କର ଏହି ହ୍ଵାଟସଏପ ଚେଟକୁ ସେୟାର କରିବାର ଅର୍ଥ ଏହିକି ଯେ ସେ ସୁଶାନ୍ତଙ୍କ ଫ୍ୟାମିଲି ଇମେଜକୁ ଖରାପ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେ ସୁଶାନ୍ତଙ୍କ ପରିବାର ଉପରେ ଆଘାତ ଦେଉଛନ୍ତି ।

google

ଏହା ପୂର୍ବରୁ ନିଜକୁ ବଞ୍ଚାଇବା ପାଇଁ ଏକ କୃତଜ୍ଞତା ଲିଷ୍ଟ ସେୟାର କରିଥିଲେ । ଏଥିରେ ସୁଶାନ୍ତ ସେହି ଲୋକଙ୍କୁ ଧନ୍ୟବାଦ ଦେଇଥିଲେ ଯେଉଁମାନେ ତାଙ୍କ ଜୀବନରେ ଅଛନ୍ତି । ଏହି ଲିଷ୍ଟରେ ରିୟା, ତାଙ୍କ ଭାଇ ଶୌବିକ୍, ପିତା ଇନ୍ଦ୍ରଜିତ ଏବଂ ମା ସନ୍ଧ୍ୟାଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏହି ଲିଷ୍ଟରେ ସୁଶାନ୍ତଙ୍କ ପରିବାରର କୌଣସି ସଦସ୍ୟ ନଥିଲେ । ଲୋକମାନେ ଏହି ଲିଷ୍ଟ ଉପରେ ମଧ୍ୟ ଅନେକ ପ୍ରଶ୍ନ ଆଣିଥିଲେ ।

Leave a Reply

Your email address will not be published. Required fields are marked *