ରିୟା ଚକ୍ରବର୍ତ୍ତୀ ଫେରାର୍ ! ଭିଡ଼ିଓରେ କାନ୍ଦି କାନ୍ଦି କହିଲେ ଏହି କଥା…

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ବର୍ତ୍ତମାନ ନୂଆ ଖୁଲାସା ସମ୍ନାକୁ ଆସୁଛି । ଅଭିନେତା ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଅର୍ଥାତ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଫିସି ଯାଇଛନ୍ତି । ତାଙ୍କ ବିରୋଧରେ ପ୍ରତାରଣା, ଠକେଇ ଓ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ଲାଗିବା ପରେ ତଦନ୍ତ ଜୋର୍‌ ଧରିଛି । ସୁଶାନ୍ତଙ୍କ ବାପା ଏ ସଂକ୍ରାନ୍ତରେ ଏତଲା ଦେବା ପରେ ବିହାର ପୁଲିସ ପକ୍ଷରୁ ତଦନ୍ତକୁ ତ୍ଵାରାନ୍ବିତ କରାଯାଇଛି । ସୂଚନା ଅନୁଯାୟୀ ବିହାର ପୋଲିସ୍ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକଆଉଟ୍ ନୋଟିସ୍ ଜାରି କରିବା ଉପରେ ବିଚାର କରୁଛି । ବିହାର ପୋଲିସକୁ ରିୟାଙ୍କ ବିରୋଧରେ ପ୍ରମାଣ ମିଳିଛି । ଆଜି ବିହାର ପୁଲିସ୍ ମହାନିର୍ଦ୍ଦେଶକ ଗଣମାଧ୍ୟମକୁ କହିଛନ୍ତି ଯେ ଅଭିନେତ୍ରୀ ‌ରିୟା ଚକ୍ରବର୍ତ୍ତୀଙ୍କୁ ଠାବ କରାଯାଇ ପାରୁନାହିଁ । ମୁମ୍ବାଇ ଯାଇଥିବା ବିହାର ପୁଲିସ ଟିମ୍ ତାଙ୍କୁ ଖୋଜି ପାଉନାହିଁ ।

Google

ଗତ କିଛି ଦିନରୁ ବିହାର ପୋଲିସ୍ ମଧ୍ୟ ସୁଶାନ୍ତ ମାମଲାରେ ସକ୍ରିୟ ହୋଇଛି । ଅନେକ ଲୋକଙ୍କ ବୟାନ ଭିତ୍ତି କରି ମମଳକୁ ଉପଯୁକ୍ତ ଦିଗରେ ଆଗକୁ ବଢ଼ାଇବା ଏବଂ ତଦନ୍ତକୁ ସଫଳ କରିବା ଉପରେ ଜୋର ବିହାର ପୋଲିସ୍ ଗୁରୁତ୍ଵ ଦେଇଛି । ଗତ ମଙ୍ଗଳବାର ଦିନ ସୁଶାନ୍ତଙ୍କ ବାପା କେ.କେ ସିଂହ, ରିୟାଙ୍କ ବିରୋଧରେ ମାମଲା ରଜ୍ଜୁ କରିଥିଲେ । ଉକ୍ତ ମାମଲାରେ କାହାଯାଇଛି ଯେ, ରିୟା ଦୀର୍ଘ ଦିନରୁ ସୁଶାନ୍ତଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ସେ ସୁଶାନ୍ତଙ୍କୁ ତାଙ୍କ ପରିବାର ଠାରୁ ମଧ୍ୟ ଦୂରେଇ ରଖୁଥିଲେ । ରିୟା ସୁଶାନ୍ତଙ୍କୁ ବ୍ଲାକମେଲ୍ କରୁଥିବାର ମଧ୍ୟ ଅଭିଯୋଗ ଆସିଛି । ଏବେ ରିୟାଙ୍କ ବିରୋଧରେ ପୋଲିସକୁ କିଛି ପ୍ରମାଣ ମିଳିଛି ।

Google

ଏହା ଜାଣିବା ପରେ ଭୟ କରି ରିୟା ଚକ୍ରବର୍ତ୍ତୀ ପୁଲିସ୍‌କୁ ସହଯୋଗ କରିବା ପରିବର୍ତ୍ତେ କେଉଁଆଡ଼େ ପଳେଇ ଯାଇଛନ୍ତି । ତାଙ୍କ ଫୋନ ମଧ୍ୟ ସୁଇଚ୍‌ ଅଫ୍‌ ଆସୁଛି ।

କିଛି ଦିନ ତଳେ ଜଣେ ନ୍ୟୁଜ୍ ଏଜେନ୍ସି ANI ଦ୍ଵାରା ରିୟା ଚକ୍ରବର୍ତ୍ତୀଙ୍କର ଏକ ଭିଡ଼ିଓ ସେୟାର କରାଯାଇଥିଲା । ଭିଡ଼ିଓରେ ରିୟା ବିନା ମେକ୍ଅପରେ ଧଳା ରଙ୍ଗର ସୂଟ ପିନ୍ଧିଥିଲେ ଏବଂ ଏହି ଭିଡ଼ିଓରେ ନିଜର ମନ୍ତବ୍ୟ ଦେଇଥିଲେ । କାନ୍ଦି କାନ୍ଦି ରିୟା କହିଥିଲେ ଯେ, “ମୋତେ ଭଗବାନ ଏବଂ ନ୍ୟାୟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ଭରସା ରହିଛି । ମୋର ବିଶ୍ୱାସ ଯେ ମୋତେ ନିଶ୍ଚିତ ଭାବରେ ନ୍ୟାୟ ମିଳିବ ।”

ସୁଶାନ୍ତଙ୍କ ପିତାଙ୍କର ଏହି ଆରୋପ ଗୁଡ଼ିକୁ ଫ୍ୟାନମାନଙ୍କର ସମର୍ଥନ ମିଳିଛି ଏବଂ ଅନେକ ଲୋକ ରିୟାଙ୍କୁ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ମାତ୍ର ରିୟା ଏହିସବୁ କଥାକୁ ଶୁଣି ଚୁପ ରହିଥିଲେ ଏବଂ ନିଜ ମାମଲା (Case)ରେ ଲଢ଼ିବା ପାଇଁ ପ୍ରସିଦ୍ଧ ଓକିଲ ସୀତଶମାନେ ଶିନ୍ଦେଙ୍କୁ ଅନୁରୋଧ କରିଥିଲେ ଓ ଓକିଲ ସୀତଶମାନେ ଶିନ୍ଦେ ମଧ୍ୟ ରିୟାଙ୍କ ମାମଲାକୁ ନିଜ ହାତକୁ ନେଇଛନ୍ତି । ଏବେ ରିୟା ନିଜେ ମିଡିଆ ସମ୍ନାକୁ ଆସିଛନ୍ତି ଏବଂ ନିଜକୁ ନିର୍ଦୋଷ ବୋଲି କହିଛନ୍ତି । ଏବେ ଏହା ଦେଖିବା କଥା ଯେ ଏହି ମାମଲାରେ ଯାଞ୍ଚ କେତେ ପର୍ଯ୍ୟନ୍ତ ପହଂଚୁଛି ଏବଂ କଣ ପରିଣାମ ଆସୁଛି ।

Be the first to comment

Leave a Reply

Your email address will not be published.


*