ମହାମାରୀ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି ରିୟା ଚକ୍ରବର୍ତ୍ତୀ ! କହିଲେ ମେସେଜ୍ କରନ୍ତୁ ମୁଁ ସାହାଯ୍ୟ କରିବି…

ମହାମାରୀ ସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି ରିୟା ଚକ୍ରବର୍ତ୍ତୀ ! କହିଲେ ମେସେଜ୍ କରନ୍ତୁ ମୁଁ ସାହାଯ୍ୟ କରିବି…

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ‘ଡ୍ରଗ୍ସ ଆଙ୍ଗେଲ୍’ର ଖୁଲାସା ହେବାପରେ ରିୟା ଚକ୍ରବର୍ତ୍ତୀଙ୍କ ଜୀବନ ସମ୍ପୂର୍ଣ୍ଣ ଓଲଟ୍ ପାଲଟ୍ ହୋଇଯାଇଥିଲା । ବର୍ତ୍ତମାନ ରିୟା ପୁନର୍ବାର ସାମାଜିକ ସ୍ରୋତକୁ ଫେରିବା ଉଦ୍ୟମରେ ନିୟୋଜିତ ଅଛନ୍ତି । ଦୀର୍ଘ ଦିନ ଧରି ନିଜ ଫ୍ୟାନମାନଙ୍କଠାରୁ ସାମାଜିକ ଭାବରେ ବିଚ୍ଛିନ୍ନ ହେବାପରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ କରୋନା ମହାମାରୀର ଏହି କଷ୍ଟଦାୟକ ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ଏହାକୁ ନେଇ ସେ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର୍ କରିଛନ୍ତି ଏବଂ ତାଙ୍କ ସହ ଯୋଗାଯୋଗ କରିବାକୁ କହିଛନ୍ତି । ଏହା ସହିତ ଅମ୍ଳଜାନ୍ ପାଇଁ ସଂଘର୍ଷ କରୁଥିବା ଲୋକଙ୍କ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ।

ରିୟା ଚକ୍ରବର୍ତ୍ତୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “କଠିନ ସମୟ ଏକତା ପାଇଁ ଆହ୍ୱାନ ଦେଇଥାଏ । ସାହାଯ୍ୟ ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ । ବଡ ହେଉ କିମ୍ବା ଛୋଟ ହେଉ ସାହାଯ୍ୟ ସାହାଯ୍ୟ ହୋଇଥାଏ । ଯଦି ମୁଁ ଆପଣଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିପାରିବି ତେବେ ମୋତେ ମେସେଜ୍ ଦିଅନ୍ତୁ । ମୁଁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଅପ୍ରାଣ ଚେଷ୍ଟା କରିବି । ପରସ୍ପରର ଯତ୍ନ ନିଅନ୍ତୁ, ଦୟା ଭାବ ରଖନ୍ତୁ ।

ଏହା ସହିତ ରିୟା ଚକ୍ରବର୍ତ୍ତୀ ତାଙ୍କ ଦ୍ୱିତୀୟ ପୋଷ୍ଟରେ ଅମ୍ଳଜାନ ଯୋଗାଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେୟାର୍ କରିଛନ୍ତି । ସେ ପୁଣେର ସତାରା ଏବଂ ମୁମ୍ବାଇ ବେଲ୍ଟରେ ଥିବା ଡାକ୍ତରଖାନାକୁ ଏକ ଘରୋଇ ଅମ୍ଳଜାନ ଉତ୍ପାଦନ କାରଖାନା MTC ଗ୍ରୁପ୍ ଦ୍ୱାରା ପ୍ରଦାନ କରାଯାଉଥିବା ଅମ୍ଳଜାନ ଯୋଗାଣ ବିଷୟରେ କହିଛନ୍ତି । ଏଥିରେ ସେ MTC ଗ୍ରୁପ୍ ଦ୍ୱାରା ସେୟାର୍ ହୋଇଥିବା ଷ୍ଟୋରି ବିଷୟରେ ସୂଚନା ଦେଇଛନ୍ତି ।

୨୦୨୦ମସିହା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା । ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ତାଙ୍କୁ ଗିରଫ୍ କରାଯାଇଥିଲା ଏବଂ ତାଙ୍କୁ ଏକ ମାସ ଜେଲରେ ରହିବାକୁ ପଡିଥିଲା । ବର୍ତ୍ତମାନ ସେ ଜାମିନରେ ଅଛନ୍ତି ଏବଂ ମୁମ୍ବାଇରେ ନିଜ ପାଇଁ ଏକ ନୂଆ ଘର ଖୋଜୁଛନ୍ତି । ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ପୁନର୍ବାର ଜୀବନସ୍ରୋତକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *