ରିୟା ‘ମାଷ୍ଟରମାଇଣ୍ଡ’ ସହ ମିଶି କଲେ ସୁଶାନ୍ତଙ୍କ ହତ୍ୟା ! ମୁଁ ଏହା ପ୍ରଥମ ଦିନରୁ କହୁଥିଲି – ଶେଖର ସୁମନ

ରିୟା ‘ମାଷ୍ଟରମାଇଣ୍ଡ’ ସହ ମିଶି କଲେ ସୁଶାନ୍ତଙ୍କ ହତ୍ୟା ! ମୁଁ ଏହା ପ୍ରଥମ ଦିନରୁ କହୁଥିଲି – ଶେଖର ସୁମନ

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ବର୍ତ୍ତମାନ ବହୁତ ଆଗକୁ ବଢିଯାଇଛି ଏବଂ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏବଂ ଏହି ମାମଲାର ଯାଞ୍ଚ କରିବା ଦାୟିତ୍ୱ ବର୍ତ୍ତମାନ କେନ୍ଦ୍ର ସରକାର ସିବିଆଇଙ୍କୁ ଦେଇ ଦେଇଛନ୍ତି । ଏହା ସହିତ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲୀୟାନଙ୍କ ଆତ୍ମହତ୍ୟା ମାମଲାକୁ ମଧ୍ୟ ବର୍ତ୍ତମାନ ସୁଶାନ୍ତଙ୍କ ମାମଲା ସହିତ ଜଡ଼ିତ କରି ଦେଖାଯାଉଛି । ଏହି ମାମଲାକୁ ନେଇ ଅନେକ ବଡ଼ ବଡ଼ ଲୋକଙ୍କ ନାମ ସାମ୍ଣାକୁ ଆସୁଛି । ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି କିଛି ଜଣାଶୁଣା କଳାକାର ମଧ୍ୟ ବାରମ୍ବାର ସିବିଆଇ ଯାଞ୍ଚର ଦାବି କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଶେଖର ସୁମନ, ଯିଏ ସୁଶାନ୍ତଙ୍କ ପାଇଁ ବାରମ୍ବାର ଗଣମାଧ୍ୟମ ଜରିଆରେ ନିଜ କଥା ରଖୁଥିଲେ ଓ ସ୍ୱର ଉତ୍ତୋଳନ କରୁଥିଲେ ।

newstrend

ସୁଶାନ୍ତଙ୍କ ମାମଲା ସିବିଆଇଙ୍କୁ ମିଳିବା ପରେ ଶେଖର ସୁମନ ଏକ ଇଣ୍ଟରଭ୍ୟୁ ଦେଇଥିଲେ, ଯେଉଁଥିରେ ସେ ଏହି ନିଷ୍ପତ୍ତିକୁ ନେଇ ଖୁସି ଅଛନ୍ତି ବୋଲି କହିଛନ୍ତି । ଶେଖର ସୁମନ କହିଛନ୍ତି ଯେ, “ମୁଁ ପ୍ରଥମ ଦିନରୁ କହୁଛି ଏହା ଏକ ହତ୍ୟା ଅଟେ । ମୁଁ କେବେହେଲେ ଏହା କହିନଥିଲୀ ଯେ ଏହା ହତ୍ୟା ଅଟେ କିମ୍ବା ଆତ୍ମହତ୍ୟା । ଆପଣ ଦେଖୁଥିବେ ଯେ ଆରମ୍ଭରୁ ହିଁ ଆତ୍ମହତ୍ୟା ପାଇଁ କଥା ନିର୍ଦ୍ଧାରିତ କରାଯାଇଥିଲା । ଆମକୁ ପୋଲିସ୍ ପ୍ରତି ବହୁତ ଆଭାର ବ୍ୟକ୍ତ କରିବା ଉଚିତ । ସେଠାରେ କିଏ ଥିଲା ଓ ଅବୈଧ ଭାବେ ସୁଶାନ୍ତ ସିଂହ ରାଜପୁତଙ୍କ ଫଟୋ ଗୁଡିକ ବାହାରକୁ ପଠାଇଥଲେ ।”

newstrend

ସମସ୍ତ ପ୍ରମାଣକୁ ଯୋଡି ଅଭିନେତା କହିଛନ୍ତି ଯେ, “ଏହି ଚିହ୍ନ ସନ୍ଦେହସ୍ପଦ ଥିଲା କାରଣ ଏହା ଏକ ସମମିତ ଚିହ୍ନ ଥିଲା, ଯାହା ଏକ ଓ ଆକାର ଭଳି ହୋଇଥିଲା । ସାଧାରଣତଃ ଯେତେବେଳେ କୌଣସି ବ୍ୟକ୍ତି ନିଜକୁ ଲଟକାଇ ଥାଏ ତେବେ ଏହାର ଚିହ୍ନ ତଣ୍ଟିର ଉପରକୁ ଯାଇଥାଏ, ବୋଧହୁଏ ଚେଇନକୁ ଟିକିଏ ଉପରକୁ ନେଇଯାଏ, ପାଖପାଖି କାନ ପର୍ଯ୍ୟନ୍ତ । ଏହା ବ୍ୟତୀତ ତାହାର ଚେହେରା ବିକୃତ ନଥିଲା ଏପରି ଲାଗେ ଯେ ସେ ବୋଧହୁଏ ନିଶାରେ ଥିଲେ ଓ ପରେ ତାହାର ହତ୍ୟା କରିଦିଆଗଲା । ସେ ଏତିକି ଲେଖିଥିଲା ଓ ସେ ସ୍ପଷ୍ଟ ଭାବରେ ଏକ ଆତ୍ମହତ୍ୟା ଚିଠି ମଧ୍ୟ ଛାଡ଼ି ଯାଇଥିବ । ଆତ୍ମହତ୍ୟା ଚିଠି ନଲେଖିଲେ ତାଙ୍କ ପାଇଁ ବିପଦ ରହିଛି ଅଥବା ତାଙ୍କ ଭବିଷ୍ୟତକୁ ମଧ୍ୟ ବିପଦ ରହିଛି ? ଏହା ସମସ୍ତଙ୍କୁ ସନ୍ଦେହ ଘେରକୁ ଆଣିଦେବ ।”

newstrend

ଶେଖର ସୁମନ ରିୟା ଚକ୍ରବର୍ତ୍ତୀ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ତାଙ୍କ ଅନୁଯାୟୀ ରିୟା ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁରେ ସାମିଲ ଅଛନ୍ତି । ଯଦିଓ, ତାଙ୍କ ଅନୁଯାୟୀ ରିୟା କେବଳ ଏକ ମୋହରା ଅଟନ୍ତି । ଏହି ସମ୍ପୂର୍ଣ୍ଣ ମାମଲାର ମାଷ୍ଟର ମାଇଣ୍ଡ ଅନ୍ୟ କିଏ ଅଟନ୍ତି । ଅଭିନେତା କହିଛନ୍ତି ଯେ, “ମୁଁ ତାଙ୍କୁ ବୁଝାଉ ନାହିଁ । ମୁଁ ନିଶ୍ଚିତ ଭାବରେ ଏହା କହୁଛି ଯେ ରିୟା ଚକ୍ରବର୍ତ୍ତୀ ଅପରାଧୀ ଅଟନ୍ତି । ନିଜ ଉପାୟରେ ସେ କଣ କରୁଥିଲେ ଏହାର ଏକ ଲକ୍ଷ୍ୟ ଥିଲା । ବୋଧହୁଏ ସେ ମାଷ୍ଟର ମାଇଣ୍ଡଙ୍କ ସହିତ ସାମିଲ ଅଛନ୍ତି ।”

ଶେଖର ସୁମନ ନିଜ କଥା ଜାରି କରି ଆଗକୁ କହିଛନ୍ତି ଯେ, “କିଏ ଜାଣେ ? ତଥ୍ୟକୁ ସାମ୍ଣାକୁ ଆଣିବା ପାଇଁ ଆମେ ସିବିଆଇ ଯାଞ୍ଚର ଦାବି କରିଛୁ । ତାହା ସ୍କ୍ରିପ୍ଟ ଓ ଖେଳର ଅଂଶ ଅଟେ କିନ୍ତୁ ରିୟା ଛୋଟ ଅପରାଧ ପାଇଁ ବ୍ୟବହାର କରାଯାଉଥିବା ଏକ ଛୋଟ ଖେଳଣା ଅଟନ୍ତି । ଏହା ବିଷୟରେ ଷଡ଼ଯନ୍ତ୍ର କରୁଥିବା ଏକ ବଡ଼ ମସ୍ତିଷ୍କ ରହିଛି ।”

ଜଣାଇଦେଉଛୁ ଯେ, ଯେତେବେଳେ କେନ୍ଦ୍ର ସରକାର ସୁଶାନ୍ତ ଆତ୍ମହତ୍ୟା ମାମଲା ସିବିଆଇକୁ ଦେଇଥିଲେ, ଏହା ଉପରେ ଶେଖର ସୁମନ ଖୁସି ପ୍ରକାଶ କରି ଟ୍ୱିଟରରେ ଏକ ଟ୍ୱିଟ୍ କରିଛନ୍ତି । ଏହି ଟ୍ୱିଟରେ ଶେଖର ସୁମନ ଲେଖିଥିଲେ ଯେ, “ସମସ୍ତଙ୍କୁ ଅଭିନନ୍ଦନ…..ଧନ୍ୟବାଦ ଭଗବାନ, ଜୟ ଶ୍ରୀ ରାମ, ହର ହର ମହାଦେବ । ସତ୍ୟର ବିଜୟ ହେଲା । ମିଥ୍ୟାର ମୁହଁ କଳା । ଉତ୍ସବ ପାଳନ କରନ୍ତୁ….. ବର୍ତ୍ତମାନ ଏହି ମାମଲା ସିବିଆଇକୁ ଦେଇ ଦିଆଯାଇଛି । ଦୋଷୀ ମାନଙ୍କୁ ଫାଶୀ ହେବା ଦରକାର ।”

Leave a Reply

Your email address will not be published. Required fields are marked *