ରିଷି କପୁରଙ୍କ ଭାଇ ରାଜୀବ କପୁର ହୃଦଘାତରେ ଦେହାନ୍ତ ହେଲେ ! ୫୮ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ରିଷି କପୁରଙ୍କ ଭାଇ ରାଜୀବ କପୁର ହୃଦଘାତରେ ଦେହାନ୍ତ ହେଲେ ! ୫୮ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ

ବଲିଉଡର ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ଭାଇ ରାଜୀବ କପୁରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି । ରାଜୀବଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଲହରୀ ଖେଳିଯାଇଛି ।

କୋମଲ ନେହାଟା ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ସେ ତାଙ୍କର ଟ୍ୱିଟରେ ଲେଖିଛନ୍ତି – ବହୁତ ଖରାପ ଓ ଦୁଃଖଦାୟକ ଖବର । ରାଜୀବ କପୁର ୫୮ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ତୁଷାର କପୁର ମଧ୍ୟ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ତୁଷାର ଟ୍ୱିଟ୍ କରି ଲେଖିଛନ୍ତି- ରାଜୀବ କପୁରଙ୍କ ଦେହାନ୍ତ ବିଷୟରେ ଶୁଣି ସେ ବହୁତ ଦୁଃଖିତ, ସମଗ୍ର ପରିବାର ପାଇଁ ଭଗବାନଙ୍କ ପାଖେ ମୋର ସମବେଦନା ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

ସୂଚନାଯୋଗ୍ୟ ଯେ ରାଜୀବ କପୁର ୨୫ ଅଗଷ୍ଟ ୨୯୬୨ରେ ଜନ୍ମଗ୍ରହଣ କରିଥିଲେ । ସେ ରାଜ କପୁର ଏବଂ କୃସ୍ନା କପୁରଙ୍କ ସାନପୁଅ ଥିଲେ । ରାଜୀବ କପୁର ୧୯୮୫ରେ “ରାମ ତେରୀ ଗଙ୍ଗା ମାଲି” ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ସେ “ଏକ୍ ଜାନ୍ ହେ ହମ୍, ଯବଦସ୍ତ, ହମ ତୋ ଚାଲେ ପର୍ଦେଶୀ, ଲଭର୍ ବୟ, ଜମ୍ମିଦାର” ଭଳି ଚଳଚ୍ଚିତ୍ରରେ ନିଜ ଅଭିନୟର ଜାଦୁ ଦର୍ଶକଙ୍କୁ ଦେଇଖାଇଥିଲେ । ରାଜୀବ କପୁର ତାଙ୍କ ପିତା ରାଜ କପୁର ଏବଂ ବଡ ଭାଇ ରିଷି କପୁରଙ୍କ ପରି ସଫଳ ହୋଇପାରିଲେ ନାହିଁ । ସେ ୧୪ଟି ବଲିଉଡ ଫିଲ୍ମରେ ଅଭିନୟ କରିଥିଲେ କିନ୍ତୁ “ରାମ ତେରୀ ଗଙ୍ଗା ମାଲି” ବ୍ୟତୀତ ଆଉ କୌଣସି ଚାଲିଲା ନାହିଁ ।

ଫିଲ୍ମ “ରାମ ତେରୀ ଗଙ୍ଗା ମାଲି” ବ୍ୟତୀତ ରାଜୀବ କପୁର କୌଣସିରେ ହିଟ୍ ହୋଇନଥିଲେ । ଏହି ଫିଲ୍ମ ଯୋଗୁଁ ରାଜ କପୁରଙ୍କ ସହ ତାଙ୍କର ସମ୍ପର୍କ ଖରାପ ହୋଇଯାଇଥିଲା । ଚଳଚ୍ଚିତ୍ରର ସଫଳତା ପାଇଁ ସମସ୍ତ ଶ୍ରେୟ ମନ୍ଦକିନୀଙ୍କ ଝରଣା ଦୃଶ୍ୟକୁ ମିଳିଥିଲା ଏବଂ ରାଜ କପୁର ତାଙ୍କ ପିତାଙ୍କ ଉପରେ ଏତେ ରାଗିଯାଇଥିଲେ ଯେ ମୃତ୍ୟୁ ପରେ ସେ ଅନ୍ତିମ ସଂସ୍କାରରେ ଯୋଗ ଦେଇନଥିଲେ । କେବଳ ଏତିକି ନୁହେଁ କପୁର ପରିବାର ଠୁ ଅଲଗା ହୋଇ ସେ ତିନି ଦିନ ପର୍ଯ୍ୟନ୍ତ ମଦ୍ୟପାନ କରିଥିଲେ ।

ରାଜୀବ କପୁରଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ଏତେ ସଫଳ ହୋଇନଥିଲା । ୨୦୦୧ରେ ସେ ଆରତୀ ସାବରବାଲଙ୍କୁ ବିବାହ କରିଥିଲେ କିନ୍ତୁ ଖୁବ୍ ଶୀଘ୍ର ଦୁହେଁଙ୍କ ଛାଡପତ୍ର ହୋଇଥିଲେ । ସେବେଠାରୁ ସେ ଏକୁଟିଆ ରହୁଥିଲେ । ଗତ ଦୁଇ ବର୍ଷ ମଧ୍ୟରେ କପୁର ପରିବାରରେ ଏହା ହେଉଛି ଚତୁର୍ଥ ମୃତ୍ୟୁ । ୨୦୧୮ରେ କୃଷ୍ଣ କପୁରଙ୍କ ଦେହାନ୍ତ ହୋଇଥିବାବେଳେ ରିତୁ କପୁର ନନ୍ଦା ଏବଂ ରିଷି କପୁରଙ୍କର ୨୦୨୦ରେ ଦେହାନ୍ତ ହୋଇଛି ଏବଂ ବର୍ତ୍ତମାନ ରାଜୀବ କପୁରଙ୍କ ଦେହାନ୍ତ ହୋଇଛି ।

Leave a Reply

Your email address will not be published. Required fields are marked *