ବ୍ୟକ୍ତିଗତ ଜୀବନରେ ଅତ୍ୟନ୍ତ ରୋମାଣ୍ଟିକ୍ ଅଟନ୍ତି ରିଦ୍ଧିମାନ ସାହା, ୪ବର୍ଷ ଡେଟ୍ ପରେ ଇଣ୍ଟରନେଟ୍ ସାଙ୍ଗ ସହ କରିଥିଲେ ବିବାହ !

ରିଦ୍ଧିମାନ୍ ସାହାଙ୍କ ପତ୍ନୀ ଦେବ୍ରତି ସାହା କୋଲକାତାରେ ‘ରୋମି ସାହା କା ଫୁଡ୍ ପଏଣ୍ଟ’ ନାମରେ ନିଜର ରେଷ୍ଟୁରାଣ୍ଟ ଚଲାନ୍ତି । ରୋମି ଭ୍ରମଣ କରିବାକୁ ମଧ୍ୟ ବହୁତ ଭଲ ପାଆନ୍ତି । ସେ ପ୍ରାୟତଃ ପରିବାର ସହିତ ଭ୍ରମଣ କରନ୍ତି ।

ରିଦ୍ଧିମାନ୍ ସାହାଙ୍କ ଗଣତି ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ୱିକେଟ୍ କିପରଙ୍କ ମଧ୍ୟରେ ହୋଇଥାଏ, କିନ୍ତୁ ବହୁତ କମ୍ ଲୋକଙ୍କୁ ଏହା ଜଣା ଅଛି କି ସେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ଫାଇନାଲରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମାନ ଅଟନ୍ତି । ଆଇପିଏଲ ଫାଇନାଲରେ ତାଙ୍କ ବ୍ୟତୀତ କେବଳ ସେନ୍ ୱାଟସନ୍ ଶତକ କରିପାରିଛନ୍ତି । କ୍ରିକେଟ୍ ପଡ଼ିଆରେ ଚଉକା-ଛକା ଲଗାଉଥିବା ରିଦ୍ଧିମାନ ସାହା ବ୍ୟକ୍ତିଗତ ଜୀବନରେ ବହୁତ ରୋମାଣ୍ଟିକ୍ ଅଟନ୍ତି । ସାହାଙ୍କ ପ୍ରେମକାହାଣୀର ଆରମ୍ଭ ସୋସିଆଲ ନେଟୱାର୍କିଂ ସାଇଟ୍ ଅରକୁଟ୍ ଠାରୁ ଆରମ୍ଭ ହୋଇଥିଲା । ସେ ତାଙ୍କ ଇଣ୍ଟରନେଟ୍ ସାଙ୍ଗକୁ ୪ବର୍ଷ ପଯ୍ୟନ୍ତ ଡେଟ୍ କରିବା ପରେ ବିବାହ କରିଥିଲେ ।

ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାର ଶକ୍ତିଗଢ଼ ଗାଁର ୨୪ଅକ୍ଟୋବର ୧୯୮୪କୁ ଜନ୍ମ ହୋଇଥିବା ରିଦ୍ଧିମାନ ସାହା ୨୦୧୧ରେ ରୋମି ମିତ୍ରାଙ୍କୁ ବିବାହ କରିଥିଲେ । ସାହା ଏବଂ ରୋମିଙ୍କ ସାକ୍ଷାତ ୨୦୦୭ରେ ସୋସିଆଲ ନେଟୱାର୍କିଂ ସାଇଟ ଅରକୁଟ୍ ଜରିଆରେ ହୋଇଥିଲା । ସାହା ଅରକୁଟରେ ରୋମିଙ୍କ ଫଟୋ ଦେଖିଥିଲେ ଏବଂ ପ୍ରଥମ ଦେଖାରେ ସେ ତାଙ୍କୁ ଭଲ ଲାଗିଥିଲେ । ସାହା ରୋମିଙ୍କୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇଥିଲେ । ରୋମି ମଧ୍ୟ ତାଙ୍କ ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ଇଣ୍ଟରନେଟ୍ ଜରିଆରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । କିଛିଦିନରେ ଦୁହେଁ ଭଲ ସାଙ୍ଗ ହୋଇଗଲେ । ଏହି ବନ୍ଧୁତା କେତେବେଳେ ପ୍ରେମରେ ପରିଣତ ହୋଇଗଲା, ଦୁହେଁ ଜାଣିପାରିଲେ ନାହିଁ । ସାହା ରୋମିଙ୍କୁ ୪ ବର୍ଷ ପଯ୍ୟନ୍ତ ଡେଟ୍ କରିଥିଲେ ଏବଂ ୨୦୧୧ରେ ନିଜର ଏହି ଇଣ୍ଟରନେଟ୍ ସାଙ୍ଗ ସହ ବିବାହ କରିଥିଲେ । ବିବାହ ପରେ ରୋମି ନିଜ ନାମ ବଦଳାଇ ଦେବ୍ରତି ସାହା ରଖିଥିଲେ ।

କହିଦଉଛୁ ଯେ ରିଦ୍ଧିମାନ ସାହା ମାଷ୍ଟର ଅଫ ସାଇନ୍ସ ଏବଂ ବ୍ୟାଚଲର ଅଫ ଏଜୁକେଶନରେ ଡିଗ୍ରୀ କରିଛନ୍ତି । ଏବଂ ତାଙ୍କ ପତ୍ନୀ ଦେବ୍ରତି ସାହା ବ୍ୟବସାୟ କରନ୍ତି । ସେ କୋଲକାତାରେ ‘ରୋମି ସାହା କା ଫୁଡ୍ ପଏଣ୍ଟ’ ନାମରେ ନିଜର ରେଷ୍ଟୁରାଣ୍ଟ ଚଲାନ୍ତି । ଦେବ୍ରତି ସାହା ଭ୍ରମଣ କରିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି ।

ସେ ପ୍ରାୟତଃ ପରିବାର ସହିତ ଭ୍ରମଣ କରନ୍ତି । ସେ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି । ଏହା ବ୍ୟତୀତ ତାଙ୍କର ଚେଷ୍ଟା ରହେକି ସେ ଅଧିକରୁ ଅଧିକ ସମୟ ତାଙ୍କ ପରିବାରଙ୍କୁ ଦିଅନ୍ତୁ । ଦେବ୍ରତି ସାହା ଏବଂ ରିଦ୍ଧିମାନ ସାହା ଗୋଟିଏ ଝିଅ ଏବଂ ପୁଅର ମାଆ-ବାପା ଅଟନ୍ତି ।

ଏହା ମଧ୍ୟ କମ ଲୋକଙ୍କୁ ଜଣାଅଛି କି ରିଦ୍ଧିମାନ ସାହା କ୍ରେକେଟ୍ ବଦଳରେ ଫର୍ମୁଲା ୱାନ୍ ଡ୍ରାଇଭର ହେବାକୁ ଚାହୁଁଥିଲେ , କିନ୍ତୁ ପରିବାର ଆର୍ଥିକ ସ୍ଥିତି ଭଲ ନଥିବା ଯୋଗୁଁ ଏବଂ ଭାରତରେ ଏହି ଖେଳ ପ୍ରତି ଅଧିକ ସଚେତନତା ନହେବା କାରଣରୁ ସେ ନିଜର ସ୍ୱପ୍ନ ସାକାର କରିବାର ସ୍ୱପ୍ନ ଛାଡ଼ିଦେଇଥିଲେ ।

Be the first to comment

Leave a Reply

Your email address will not be published.


*