ସୁଶାନ୍ତ ସିଂ ରାଜପୁତଙ୍କୁ ନିଜ ନିୟନ୍ତ୍ରଣରେ ରଖୁଥିଲେ ରିୟା ଚକ୍ରବର୍ତ୍ତୀ ! ଭଉଣୀ ସହିତ ମଧ୍ୟ ମିଶିବାକୁ ଦେଉନଥିଲେ…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାକୁ ଯାଞ୍ଚ କରିବାପାଇଁ କେନ୍ଦ୍ରସରକାର ସିବିଆଇକୁ ଅନୁମତି ଦେଇଛନ୍ତି । ଏହି କାରଣରୁ ଏହି ମାମଲାର ସମସ୍ତ ଲୁଚି ରହିଥିବା ବିଷୟ ପଦାକୁ ଆସିବ ବୋଲି ଆଶା କରାଯାଉଛି । ଏହି ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରତ୍ୟେକ ଦିନ କିଛି ନା କିଛି ନୂଆଁ ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । ସୂତ୍ର ଅନୁସାରେ ସୁଶାନ୍ତ ସିଂ ରାଜପୁତଙ୍କୁ ରିୟା ଚକ୍ରବର୍ତ୍ତୀ ନିଜ ଅଧୀନରେ ରଖିଥିଲେ । ସୁଶାନ୍ତ ସିଂ ନିଜ ଦୈନନ୍ଦିନ ଜୀବନରେ କେତେବେଳେ କଣ କରିବାର ଅଛି, ତାହା ସବୁ ରିୟା ଚକ୍ରବର୍ତ୍ତୀ ନିର୍ଣ୍ଣୟ କରୁଥିଲେ ।

google

ସୂତ୍ର ଅନୁସାରେ ପାଟଣା ପୋଲିସ୍ ଯାଞ୍ଚ କରିବା ପରେ ଏହି କଥା ସାମ୍ନାକୁ ଆସିଲା ଯେ, ସୁଶାନ୍ତ କୌଣସି ମଧ୍ୟ ବିଷୟକୁ ନେଇ ରିୟା ସହିତ ଝଗଡ଼ା କରୁନଥିଲେ ଓ ରିୟାଙ୍କୁ ଡ଼ରୁଥିଲେ । ଯାହା ରିୟା କହୁଥିଲେ, ସୁଶାନ୍ତ ତାହା କରୁଥିଲେ । ସୁଶାଙ୍କ ଘରେ ଯେଉଁ ଦିନଠାରୁ ରିୟା ରହିବାକୁ ଲାଗିଲେ, ତାଙ୍କ ଖର୍ଚ୍ଚ ମଧ୍ୟ ବହୁତ ବଢ଼ିଗଲା । ବଢୁଥିବା ଖର୍ଚ୍ଚକୁ ଦେଖି ସୁଶାନ୍ତ ବହୁତ ଚିନ୍ତିତରେ ଥିଲେ ଏହି କାରଣରୁ ନିଜ ରୁମ୍ ପାର୍ଟନର୍ ସିଦ୍ଧାର୍ଥ ପିଠାନିଙ୍କୁ ପଚାରିଥିଲେ କି, ଘରର ଖର୍ଚ୍ଚ ହଠାତ୍ ଏତେ କିପରି ବଢ଼ିଗଲା । ସୁଶାନ୍ତ, ସିଦ୍ଧାର୍ଥକୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କହିଥିଲେ । ସିଦ୍ଧାର୍ଥ ସୁଶାନ୍ତଙ୍କୁ କହିଲେ କି, ଘରର ସବୁ ଖର୍ଚ୍ଚ ରିୟା କରୁଛନ୍ତି । ସୁଶାନ୍ତ ସିଦ୍ଧାର୍ଥ ସାମ୍ନାରେ ଡ଼ାକି ପଚାରିଲେ କି, ଏଭଳି କାହିଁକି ହେଉଅଛି ?ସୂତ୍ର ଅନୁସାରେ ସୁଶାନ୍ତଙ୍କୁ ସିଦ୍ଧାର୍ଥ ଆଗରେ ରିୟା କିଛି ମଧ୍ୟ ଜବାବ୍ ଦେଲେ ନାହିଁ ଓ ସେ କହିଲେ କି, ସେ ସୁଶାନ୍ତଙ୍କ ସହିତ ଏକା କଥା ହେବାକୁ ଚାହୁଁଛନ୍ତି । ଦୁହେଁ ଏକା କଣ କଥାହେଲେ ତାହା ବିଷୟରେ କାହାକୁ ମଧ୍ୟ ଜଣାନାହିଁ, କିନ୍ତୁ ସୁଶାନ୍ତ ବାହାରକୁ ଆସି ସିଦ୍ଧାର୍ଥକୁ କହିଲେ କି, ତାଙ୍କ ଦୁହେଙ୍କ ବିଷୟରୁ ଦୂରରେ ରୁହନ୍ତୁ । ଏଭଳି ଥରେ, ଦୁଇ ଥର ନୁହଁ ବରଂ ଅନେକ ଥର ହୋଇଥିଲା । ରିୟା ସହିତ ଝଗଡ଼ା କରିବା ବଦଳରେ ସେ ସବୁବେଳେ ଚୁପ୍ ହୋଇ ରହୁଥିଲେ । ସୁଶାନ୍ତ ସିଦ୍ଧାର୍ଥକୁ କହିଥିଲେ କି, ରିୟା ଆମ ପରିବାର ଭଳି ଅଟେ । ସୁଶାନ୍ତ, ରିୟାଠାରୁ କେତେ ଡ଼ରୁଥିଲେ ତାହା ବିହାର ପୋଲିସ୍ ପ୍ରକାଶ କରିଥିଲେ ।

google

ସୁଶାନ୍ତଙ୍କ ଘରେ ରୋଷେଇ କରୁଥିବା ଏକ ବ୍ୟକ୍ତି ବିହାର ପୋଲିସଙ୍କୁ କହିଲା ଯେ, ସୁଶାନ୍ତ ନିଜ ଭଉଣୀଙ୍କ ସହିତ ମଧ୍ୟ ମିଶି ପାରୁନଥିଲେ । ସୁଶାନ୍ତଙ୍କ କଲ୍ ଡ଼ିଟେଇଲରୁ ମଧ୍ୟ ଏହି କଥା ଜଣା ପଡ଼ିଲା କି, ୨୦ ଠାରୁ ୨୫ ଜାନୁଆରୀ ମଧ୍ୟରେ ଯେତେବେଳେ ନିଜ ବଡ଼ ଭଉଣୀଙ୍କୁ ମିଶିବା ପାଇଁ ଚଣ୍ଡୀଗଡ଼କୁ ଯାଇଥିଲେ, ସେହି ମଧ୍ୟରେ ରିୟା ସୁଶାନ୍ତଙ୍କୁ ୧୯ ଥର କଲ୍ କରିଥିଲେ । ଏହା ସେହି ସମୟ ଥିଲା ଯେତେବେଳେ ସୁଶାନ୍ତ ବହୁତ ଚିନ୍ତିତରେ ଥିଲେ ଓ ନିଜ ଭଉଣୀ ସହ ମିଶି କଥା ହେବାକୁ ଚାହୁଁଥିଲେ ।

google

କିଛି ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଯେତେବେଳେ ସୁଶାନ୍ତ ଚଣ୍ଡୀଗଡ଼କୁ ନିଜ ଭଉଣୀ ସହ ମିଶିବା ପାଇଁ ଯାଉଛନ୍ତି ବୋଲି ରିୟାଙ୍କୁ ଜଣାପଡ଼ିଲା ତେବେ ସେ ବହୁତ ରାଗି ଯାଇଥିଲେ ଓ ମୁମ୍ବାଇକୁ ଶୀଘ୍ର ଫେରି ଆସିବାକୁ ଚାପ ପକାଉଥିଲେ । ରିପୋର୍ଟ ଅନୁସାରେ ରିୟା ସୁଶାନ୍ତଙ୍କୁ ଧମକ୍ ଦେଉଥିଲେ । ସୁଶାନ୍ତଙ୍କ ନିଜ ଘର ଲୋକଙ୍କ ସହିତ କଲ୍ କରି କଥାହେବା ବା ତାଙ୍କ ଘରକୁ ଘରର କୌଣସି ସଦସ୍ୟ ଆସିବା, ଏହା ରିୟାଙ୍କୁ ବିଲକୁଲ୍ ପସନ୍ଦ ଲାଗୁନଥିଲା । ଅନେକ ଥର ସେ ରାଗି ଘରରୁ ବାହାରକୁ ଚାଲିଯାଉଥିଲେ । ଏହି ରହସ୍ୟ ସୁଶାନ୍ତଙ୍କ ନିକଟତର ସାଙ୍ଗ ସ୍ମିତା ବାରିକ ଖୁଲାସା କରିଲେ । ସ୍ମିତା ବାରିକ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ବହୁତ କିଛି କଥା ଖୁଲାସା କରିସାରିଛନ୍ତି ।

Be the first to comment

Leave a Reply

Your email address will not be published.


*