ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପୁଣି ଆସିଲା ଟ୍ଵିଷ୍ଟ, ସିବିଆଇ ହାତରେ ରିୟାଙ୍କ ଏଫ୍ଆଇଆର୍

ମୁମ୍ବାଇ,୨୮/୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାକୁ ଇତିମଧ୍ୟରେ ୪ ମାସ ବିତିଛି। ହେଲେ ଏବେ ବି ମାମଲାର ସମାଧାନ ହୋଇପାରିନି। ଗୋଟିଏ ପଟେ ସିବିଆଇ ତଦନ୍ତ କରୁଥିବାବେଳେ ଡ୍ରଗ୍ସ ଲିଙ୍କ ଜଣାପଡ଼ିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଛାନଭିନ ଜାରି ରଖିଛି। ଏସବୁ ମଧ୍ୟରେ ନାନା ରହସ୍ୟ ସାମ୍ନାକୁ ଆସୁଛି। ତେବେ ମାମଲାରେ ଡ୍ରଗ୍ସ ଲିଙ୍କ ଜଣାପଡ଼ିବା ପରେ କେସ୍ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିବା ସୁଶାନ୍ତଙ୍କ ବାପା କେକେ ସିଂଙ୍କ ଓକିଲ ବିକାଶ ସିଂ କହିଛନ୍ତି ।

ଅପରପକ୍ଷରେ ଯେପରି ସୁଶାନ୍ତଙ୍କ ପରିବାର ଲୋକ ବିହାରରେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ, ସେହିପରି ରିୟା ମଧ୍ୟ ଏହି ମାମଲାରେ ସୁଶାନ୍ତଙ୍କ ପରିବାର ବିରୋଧରେ ମୁମ୍ବାଇରେ ଏଫ୍ଆଇଆର୍ ଦାଖଲ କରିଥିଲେ। ଏହି ଏଫ୍ଆଇଆର୍ ଏବେ  ସିବିଆଇ ନିକଟରେ ପହଞ୍ଚିଛି। ଏହି ଅଭିଯୋଗ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏହା ଉପରେ ବିକାଶ ସିଂଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି ।

ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂଙ୍କ କହିବା ଅନୁସାରେ, ଏପର୍ଯ୍ୟନ୍ତ ସିବିଆଇ ପକ୍ଷରୁ ସୁଶାନ୍ତଙ୍କ ଭଉଣୀଙ୍କୁ ପଚରାଉଚରା ପାଇଁ ସମନ ମିଳିନାହିଁ। ଯେତେବେଳେ ବି ସିବିଆଇ ସେମାନଙ୍କୁ ପଚରାଉଚରା ପାଇଁ ଡାକିବ, ସୁଶାନ୍ତଙ୍କ ଭଉଣୀ ସେଠାରେ ପହଞ୍ଚି ସମ୍ପୂର୍ଣ୍ଣ ସହଯୋଗ କରିବେ। ମିଳିଥିବା ଖବର ଅନୁସାରେ, ସୁଶାନ୍ତଙ୍କ ପରିବାର ବିରୋଧରେ ରିୟା ମାମଲା ରୁଜୁ କରିଥିଲେ। ଏଫ୍ଆଇଆର୍ ମୁମ୍ବାଇ ପୋଲିସ ସିବିଆଇକୁ ହସ୍ତାନ୍ତର କରିଛି। ଯେକୌଣସି ମୁହୂର୍ତ୍ତରେ ସିବିଆଇ ସୁଶାନ୍ତଙ୍କ ଭଉଣୀମାନଙ୍କୁ  ପଚରାଉଚରା କରିପାରେ।

Be the first to comment

Leave a Reply

Your email address will not be published.


*