ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନୂଆ ନୂଆ ଘଟଣା ସମ୍ମୁଖକୁ ଆସୁଛି । ପ୍ରତିଦିନ ଏଭଳି ରହସ୍ୟର ଖୁଲାସା ହେଉଛି ଯାହାକୁ ବିଶ୍ୱାସ ମଧ୍ୟ କରି ହେଉନାହିଁ । ବର୍ତ୍ତମାନ ଏକ ଖବର ଆସିଛି ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ! ଖବରଟି ହେଉଛି ରିୟା ଓ ମହେଶ ଭଟ୍ଟଙ୍କର ସମ୍ପର୍କକୁ ନେଇ କାରଣ ସେମାନଙ୍କର ହ୍ଵାଟ୍ସଆପ୍ ଚାଟ୍ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ପୁଣିଥରେ ଟ୍ରୋଲ୍ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ । ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ସମ୍ପର୍କକୁ ନେଇ ବହୁତ ଥର ପ୍ରଶ୍ନ ଉଠିଥିଲା କିନ୍ତୁ ଏହା ବିଷୟରେ ସେମାନେ ଜଣାଉନଥିଲେ । କିନ୍ତୁ ବର୍ତ୍ତମାନ ରିୟା ନିଜେ ମହେଶ ଭଟ୍ଟଙ୍କ ସହିତ ଥିବା ସମ୍ପର୍କକୁ ନେଇ ଖୁଲାସା କରିଦେଇଛନ୍ତି ।
ରିୟା ଓ ମହେଶଙ୍କ ସମ୍ପର୍କ :-

ଆପଣମାନେ ଜାଣିଥିବେ ୨୦୧୯ରେ ମହେଶ ଭଟ୍ଟଙ୍କୁ ୭୦ ବର୍ଷ ପୂର୍ତ୍ତି ହୋଇଯାଇଛି । ରିୟା ଓ ତାଙ୍କର ସମ୍ପର୍କକୁ ଦେଖିବାକୁ ଗଲେ ଉଭୟ ବାପା ଓ ଝିଅର ସଦୃଶ । କିନ୍ତୁ କିଛି ଫୋଟୋ ଜନତାଙ୍କୁ ତାଙ୍କର ସମ୍ପର୍କକୁ ନେଇ ବିଚଳିତ କରିଦେଇଛି । ବିଗତ ବର୍ଷ ମହେଶଙ୍କ ଜନ୍ମଦିନରେ ରିୟା ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଲେଖିଥିଲେ, “ମୋର ପ୍ରିୟର ବୃଦ୍ଧ ବ୍ୟକ୍ତି ଆପଣ ମତେ ବହୁତ ଭଲ ପାଇବା ସହିତ ମୋତେ ଆଗକୁ ବଢିବା ପାଇଁ ବହୁତ ସାହାର୍ଯ୍ୟ କରିଛନ୍ତି” । ସେଥିପାଇଁ ଆପଣଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଏହି ପୋଷ୍ଟରେ ରିୟାଙ୍କୁ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ବହୁତ ନିନ୍ଦା କରିଥିଲେ ଓ ପରେ ରିୟା ବାଧ୍ୟ ହୋଇ ଏହି ପୋଷ୍ଟକୁ ଡିଲେଟ୍ କରିଦେଇଥିଲେ ।
ରିୟା ଏବଂ ମହେଶଙ୍କ ସମ୍ପର୍କ ବାପା ଓ ଝିଅ ସଦୃଶ :-

ଯେତେବେଳେ ରିୟାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେବାକୁ ପଡିଲା, ତା’ପରବର୍ତ୍ତୀ ସମୟରେ ରିୟା ଅନ୍ୟ ଏକ ଫୋଟ ସେୟାର କରିଥିଲେ ଏବଂ କ୍ୟାପସନରେ ଚଳଚିତ୍ର “ଅମର ପ୍ରେମ”ର ଏକ ଗୀତାର କିଛି ଅଂଶ (‘तू कौन है, तेरा नाम है क्या? सीता भी यहां बदनाम हुई’) ଲେଖିଥିଲେ । ରିୟା, ମହେଶ ଭଟ୍ଟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ ଯେ, ସୋସିଆଲ ମିଡିଆରେ ଜନତାଙ୍କ ଦ୍ଵାରା ଟ୍ରୋଲ୍ ହେବା ପରେ ସେ ବହୁତ କ୍ରୋଧିତ ହୋଇଯାଇଥିଲେ ଏବଂ ଏହା ସଙ୍ଗେ ସଙ୍ଗେ ନିଜ ବିବୃତ୍ତିରେ ପ୍ରକାଶ କରିଥିଲେ ଯେ, ମହେଶଙ୍କ ସହିତ ତାଙ୍କର ବାପା ଓ ଝିଅର ସମ୍ପର୍କ ରହିଛି । ଏହା ସହ ରିୟା କହିଛନ୍ତି ଯେ, ମହେଶ ଭଟ୍ଟ ତାଙ୍କ ପାଇଁ ଜଣେ ପରାମର୍ଶଦାତା ।
ମହେଶଙ୍କର ପ୍ରେମ ବଦଳାଇଦେଲା ରିୟାଙ୍କ ଜୀବନ :-

ପୂର୍ବରୁ ଅନେକ ଥର ରିୟା ଓ ମହେଶ ଭଟ୍ଟଙ୍କର ସମ୍ପର୍କକୁ ନେଇ ପ୍ରଶ୍ନ ଉଠିଛି ଓ ସେମାନଙ୍କ ସମ୍ପର୍କ ବିବାଦ ଘେରକୁ ମଧ୍ୟ ଆସିଯାଇଥିଲା । ଯେଉଁ ସମୟରେ ରିୟା ମହେଶ ଭଟ୍ଟଙ୍କର ଏକ ଚଳଚିତ୍ର “ଜଲେବି”ରେ କାମ କରୁଥିଲେ, ସେହି ସମୟ ଠାରୁ ରିୟା ଓ ମହେଶ ଭଟ୍ଟଙ୍କ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ନିଆଁ ଧୀରେ ଧୀରେ କୁହୁଁଳୁ ଥିଲା ।
“ଜଲେବି” ଫିଲ୍ମଟି ମହେଶ ଭଟ୍ଟଙ୍କ ଦ୍ଵାରା ପ୍ରଯୋଜିତ କରାଯାଇଥିଲା । ଏହି ସମୟରେ ରିୟା କହିଥିଲେ, “ଫିଲ୍ମରେ ମହେଶଙ୍କ ତରଫରୁ ତାଙ୍କୁ ସକାରାତ୍ମକ ସପୋର୍ଟ ମିଳୁଛି ଓ ମହେଶଙ୍କର ପ୍ରେମ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଦେଇଛି ।” ସେହି ସମୟରେ ରିୟାଙ୍କ ଏହିପରି ବିବୃତ୍ତି ଶୁଣିବା ପରେ ସୋସିଆଲ ମିଡିଆର ୟୁଜର୍ସମାନେ ରିୟା ଓ ମହେଶ ଭଟ୍ଟଙ୍କୁ ନେଇ ଏକ ବଡ ହଙ୍ଗମା କରିଥିଲେ ।