ବିନା ଲକ୍ଷଣ ଥିବା ମଧ୍ୟ ଚିହ୍ନଟ ହେଉଛି କରୋନା ପୋଜିଟିଭ୍ ! ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ସେମାନଙ୍କ ‘ଫୁସ୍-ଫୁସ୍’ ଉପରେ ମଧ୍ୟ ପଡ଼ୁଛି ପ୍ରଭାବ…

ବିନା ଲକ୍ଷଣ ଥିବା ମଧ୍ୟ ଚିହ୍ନଟ ହେଉଛି କରୋନା ପୋଜିଟିଭ୍ ! ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ସେମାନଙ୍କ ‘ଫୁସ୍-ଫୁସ୍’ ଉପରେ ମଧ୍ୟ ପଡ଼ୁଛି ପ୍ରଭାବ…

କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଦିନ ସଂକ୍ରମଣ ମାମଲା ବଢ଼ୁଛି । ସଂକ୍ରମଣର ବଢ଼ୁଥିବା ମାମଲା ମଧ୍ୟରେ ଏଥର ଭୂତାଣୁ ରୋଗୀଙ୍କ ‘ଫୁସ୍-ଫୁସ୍’କୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଉଛି । ପୁଣି ଅନ୍ୟ ପକ୍ଷରେ ଏପରି ମଧ୍ୟ ଲୋକେ ସଂକ୍ରମିତ ହେଉଛନ୍ତି ଯେଉଁଥିରେ କୌଣସି ଲକ୍ଷଣ ନାହିଁ । ଏଥର ଭୂତାଣୁ ବିନା ଲକ୍ଷଣ ଥିବା ରୋଗୀଙ୍କ ‘ଫୁସ୍-ଫୁସ୍’ କୁ ମଧ୍ୟ ସଂକ୍ରମିତ କରୁଛି । ଯିଏ ସଂକ୍ରମିତ ହେଉଛନ୍ତି ତାଙ୍କର ସଂକ୍ରମିତ ହେବାର ଲକ୍ଷଣ ଦେଖା ଯିବା ପୂର୍ବରୁ ‘ଫୁସ୍-ଫୁସ୍’ ୨୫ ପ୍ରତିଶତ ଖରାପ ହୋଇଯାଉଛି । ଜାଣନ୍ତୁ କିପରି ଭାବରେ ‘ଫୁସ୍-ଫୁସ୍’କୁ ସଂକ୍ରମିତ କରୁଛି କରୋନା ଭୂତାଣୁ ।

ଶ୍ୱାସ ଅବରୋଧ ହେବା :-

ଯଦି ଆପଣ କରୋନା ସଂକ୍ରମିତ ଅଟନ୍ତି ଏବଂ ଆପଣଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି କିମ୍ବା ଚାଲିବା ଦ୍ୱାରା ଆପଣଙ୍କର ଶ୍ୱାସ ଅବରୋଧ ହେଉଛି ତେବେ ଏହାର ଅର୍ଥ ଏହିକି ଯେ ଭୂତାଣୁ ଆପଣଙ୍କ ‘ଫୁସ୍-ଫୁସ୍’ କୁ ପ୍ରଭାବିତ କରୁଛି । ଯେଉଁ କାରଣରୁ ଶରୀରରେ ଅମ୍ଳଜାନ ସ୍ତର ଖୁବ୍ କମ୍ ହୋଇପାରେ ।

ନିଶ୍ୱାସ ନେବାରେ ସମସ୍ୟା :-

ରିପୋର୍ଟ ଅନୁସାରେ କରୋନାର ୬୦ ପ୍ରତିଶତରୁ ୬୫ ପ୍ରତିଶତ ରୋଗୀଙ୍କର ନିଶ୍ୱାସ ନେବାରେ ସମସ୍ୟା ହେଉଛି । ଏହାସହିତ ତାଙ୍କର ଅମ୍ଳଜାନ ସ୍ତର ନ୍ୟୁନ୍ ହେଉଛି । ଯଦି ଏମିତିରେ ଠିକ୍ ସମୟରେ ଅମ୍ଳଜାନ ନମିଳେ ତେବେ ସ୍ଥିତି ଗମ୍ଭୀର ହୋଇପାରେ ।

ବିନା ଲକ୍ଷଣ ରିପୋର୍ଟ ପୋଜିଟିଭ୍ :-

କରୋନାର ଏପରି ରୋଗ ସାମ୍ନାକୁ ଆସୁଛି ଯେଉଁ ମାନଙ୍କ ଶରୀରରେ କୌଣସି ବି ଲକ୍ଷଣ ନାହିଁ । କିନ୍ତୁ ଯେତେବେଳେ ତାଙ୍କର ସିଟି ସ୍କେନ୍ କରାଯାଉଛି ସେତେବେଳେ ତାପମାତ୍ରା ୩୫ କିମ୍ବା ତାଠାରୁ କମ୍ ମିଳୁଛି । ଏହାର ଅର୍ଥ ଏହକି ଯେ ରୋଗୀ କରୋନା ପୋଜିଟିଭ୍ ଅଟେ । ଯଦି ସିଟି ସ୍କେନର ମୁଲ୍ୟ ୨୨ରୁ କମ୍ ତେବେ ରୋଗୀକୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା ରହିଛି ।

କାଶ-ଥଣ୍ଡା :-

କାଶ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ପ୍ରାଥମିକ ଲକ୍ଷଣ ଅଟେ । କାଶ କାରଣରୁ ଭୂତାଣୁ ଶରୀରର ଅନେକ ଅଂଶକୁ ପ୍ରଭାବିତ କରିଥାଏ । ଅଧିକ କାଶର ଏହାବି ଏକ କାରଣ ଯେ ଶରୀରର ଅନେକ ଅଂଶ ଫୁଲିବା ଭଳି ପରିସ୍ଥିତି ଦେଖା ଦେବ କିମ୍ବା ଅବରୋଧ ସମସ୍ୟା ।

ରିପୋର୍ଟ ନେଗେଟିଭ୍ ପରେ ବି ‘ଫୁସ୍-ଫୁସ୍’ ଡ୍ୟାମେଜ୍ :-

କରୋନାର ନୂଆ ଭେଟିଏଣ୍ଟ କାରଣରୁ ସଂକ୍ରମଣର ଆଶଙ୍କା ବଢ଼ିବାରେ ଲାଗିଛି । ଏଥର ଏପରି ଅନେକ ରୋଗୀ ମଧ୍ୟ ଚିହ୍ନଟ ହୋଇଛନ୍ତି ଯେଉଁ ମାନଙ୍କ ମଧ୍ୟରେ ଲକ୍ଷଣ ନଜର ଆସିବା ପରେ ବି ରିପୋର୍ଟ ନେଗେଟିଭ୍ ଆସିଛି, କିନ୍ତୁ ତାଙ୍କର ‘ସିଟି ସ୍କେନ୍’ର ରିପୋର୍ଟ କହୁଛି ଯେ ତାଙ୍କ ଅନେକ ଡ୍ୟାମେଜ୍ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *