ପୂର୍ବତନ CMଙ୍କ ପତ୍ନୀ ଉପରେ ରାଗିଲେ ରେଣୁକା କହିଲେ:- ସୁଶାନ୍ତଙ୍କ ମାମଲା ଉପରେ ରାଜନୀତି କରନ୍ତୁ ନାହିଁ ।

ପୂର୍ବତନ CMଙ୍କ ପତ୍ନୀ ଉପରେ ରାଗିଲେ ରେଣୁକା କହିଲେ:- ସୁଶାନ୍ତଙ୍କ ମାମଲା ଉପରେ ରାଜନୀତି କରନ୍ତୁ ନାହିଁ ।

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଅତି ରହସ୍ୟ ଜନକ ହେବାରେ ଲାଗିଛି । ଯେଉଁଠି ଏହି ମାମଲାରେ ମୁମ୍ବାଇ ପୋଲିସର ଯାଞ୍ଚ ଉପରେ ପ୍ରଶ୍ନ ଉଠୁଛି ସେଠାରେ ବିହାର ପୋଲିସ୍ ଏବଂ ମୁମ୍ବାଇ ପୋଲିସ୍ ମଧ୍ୟରେ ବିବାଦ ମଧ୍ୟ ସମ୍ନାକୁ ଆସୁଛି । ଯେଉଁଠି ସୁଶାନ୍ତଙ୍କ ପ୍ରଶଂସକ ବାରମ୍ବାର ଭାବରେ ଏହି ମାମଲାର ସିବିଆଇ ଯାଞ୍ଚ ପାଇଁ ଦାବି କରିଥିଲେ ଓ ସିବିଆଇ ସୁଶାନ୍ତଙ୍କ ମାମଲାକୁ ନିଜ ହାତକୁ ନେଇଛି ତଥାପି ବିହାର ଏବଂ ମୁମ୍ବାଇର ରାଜନେତାଙ୍କ ମଧ୍ୟରେ ଆରୋପ ଏବଂ ପ୍ରତ୍ୟାରୋପର ସ୍ରୋତ ଜାରି ରହିଛି ।

କିନ୍ତୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସଙ୍କ ପତ୍ନୀ ଅମୃତାଙ୍କର ଏକ ଟ୍ଵିଟ୍ ଉପରେ ବିବାଦ ହୋଇଛି ଏବଂ ଯାହା ଉପରେ ଅଭିନେତ୍ରୀ ରେଣୁକା ଶହାଣେ ମଧ୍ୟ ନିଜର ମତ ରଖିଛନ୍ତି । ADS ଅମୃତା ଟ୍ଵିଟ୍ ଜରିଆରେ କହିଥିଲେ ଯେ, “ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାକୁ ଯେଉଁ ଭଳି ଭାବରେ ହ୍ୟାଣ୍ଡେଲ କରାଯାଉଛି, ମୋତେ ଲାଗୁଛି ଯେପରି ମୁମ୍ବାଇ ନିଜର ମାନବତା ହରାଇ ଦେଇଛି । ନିର୍ଦୋଷ ଏବଂ ସ୍ୱାଭିମାନୀ ନାଗରିକଙ୍କ ପାଇଁ ବର୍ତ୍ତମାନ ମୁମ୍ବାଇରେ ବଂଚିବା ରହିବା ଆଦୋୖ ସୁରକ୍ଷିତ ହୋଇ ରହିନାହିଁ ।” ଏହି ଟ୍ଵିଟକୁ ରିଟ୍ଵିଟ୍ କରି ରେଣୁକା ଲେଖିଛନ୍ତି ଯେ,

ଦୟାକରି ସୁଶାନ୍ତଙ୍କ ଦୁର୍ଘଟଣା ଜନକ ମୃତ୍ୟୁକୁ ରାଜନୀତିକରଣ କରନ୍ତୁ ନାହିଁ ଏବଂ ଏପରିକି ମୁମ୍ବାଇ ଏବଂ ଏଠାକାର ଲୋକଙ୍କ ପାଇଁ ଭୁଲ୍ ଶବ୍ଦର ବ୍ୟବହାର ମଧ୍ୟ କରନ୍ତୁ ନାହିଁ । ଆପଣଙ୍କ ପାଖରେ ସେହି ସବୁ କ୍ଷମତା ରହିଛି ଯାହାର ବ୍ୟବହାର କରି ଆପଣ ପୋଲିସ୍ ତଦନ୍ତରେ ସହଯୋଗ କରି ପାରିବେ ଏବଂ ସେହି ସବୁ ତଥ୍ୟକୁ ଉପଲବ୍ଧ ମଧ୍ୟ କରାଇ ପାରିବେ, ଯାହା ଆପଣଙ୍କୁ ଠିକ୍ ଲାଗୁଛି ।

google

ରେଣୁକାଙ୍କର ଏହି ଟ୍ଵିଟ ଉପରେ ଜଣେ ବ୍ୟକ୍ତି କମେଣ୍ଟ କରିଥିଲେ ଏବଂ ତାହାର ଉତ୍ତର ଦେଇ ରେଣୁକା ଲେଖିଥିଲେ ଯେ – ଯଦି ସେ ସୀଏମ ଙ୍କ ପତ୍ନୀ ହୋଇଥାନ୍ତେ , ତେବେ ମୁମ୍ବାଇ ବିଷୟରେ କେବେ ଏପରି ବୟାନ ଦେଇ ନଥାନ୍ତେ , ତାହା ଯାହାବି ହୋଇଥାଉ ନା କାହିଁକି । ମନେ ରଖନ୍ତୁ ଏଲଫିଙ୍ଗଷ୍ଟନ ପୁଲ ଦେବେନ୍ଦ୍ର ଫଡଣବୀସ ଙ୍କ ସରକାର ସମୟରେ ହିଁ ଭାଙ୍ଗି ଥିଲା ଯେଉଁଥିରେ ଅନେକ ନାଗରିଗ ଙ୍କ ଜୀବନ ଯାଇଥିଲା , କିନ୍ତୁ ସେହି ସମୟରେ ସେ ମୁମ୍ବାଇ ସୁରକ୍ଷିତ ନରହିବା କିମ୍ବା ଅସମ୍ବେଦନଶୀଳ ହେବା ବିଷୟରେ କିଛିବି କହି ନଥିଲେ । ‘

google

ରେଣୁକା ଶହାଣେ ଆଉ ଏକ ଟ୍ଵିଟ କରିଥିଲେ । ଅଭିନେତ୍ରୀ ଟ୍ଵିଟ୍ କରି କହିଥିଲେ ଯେ, ‘ ଏହି ମାମଲାର ଯାଞ୍ଚ କୌଣସି ମିଡିଆ , ରାଜନେତା ଏବଂ କାହାକୁ ବିନା ଚାପ ରେ ହିଁ ହେବା ଉଚିତ । ଯଦି ଏହା ଆତ୍ମହତ୍ୟା ଥିଲା ଏବଂ ଏଥିରେ ଘୃଣା ଥିଲା ତେବେ ଆମକୁ ଅପରାଧୀ ମାନଙ୍କୁ ସମ୍ନାକୁ ଆଣିବାକୁ ପଡ଼ିବ । ଏବଂ ଯଦି ଏହା ଏକ ହତ୍ୟା ଥିଲା, ତେବେ ହତ୍ୟାକାରୀଙ୍କୁ ଗିରଫ କରାଯିବା ଉଚିତ ।

Leave a Reply

Your email address will not be published. Required fields are marked *