ଜବ୍ କାର୍ଡରେ ଦୀପିକା, ଜ୍ୟାକଲିନ: ଆକାଉଣ୍ଟରେ ଜମା ହୋଇଛି ପାରିଶ୍ରମିକ !

ଭୋପାଳ,୧୬/୧୦: ମଧ୍ୟପ୍ରଦେଶ ଖରଗାନେ ଜିଲ୍ଲାର ଏକ ପଞ୍ଚାୟତରୁ ଭିନ୍ନ ଦୁର୍ନୀତି ସାମ୍ନାକୁ ଆସିଛି । ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଓ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମେତ ଅନ୍ୟାନ୍ୟ ଅଭିନେତ୍ରୀଙ୍କ ଫଟୋ ରୋଜଗାର ଗ୍ୟାରେଣ୍ଟି ଦେଉଥିବା ଜବ୍ କାର୍ଡରେ ରହିଛି । ପଞ୍ଚାୟତର ସଚିବ ଓ ରୋଜଗାର ସହାୟକ ମିଶି ଏଭଳି ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଜିଲ୍ଲାରେ ଅନଲାଇନ୍‌ ଜବ୍ କାର୍ଡରେ ଗ୍ରାମର ମହିଳା ଓ ପୁରୁଷଙ୍କ ଫଟୋ ଜାଗାରେ ଅଭିନେତ୍ରୀଙ୍କ ଫଟୋ ଲାଗିଛି । କେବଳ ଏତିକି ନୁହେଁ, ଏହି ଜବ୍ କାର୍ଡ ଆକାଉଣ୍ଟରେ ପାରିଶ୍ରମିକ ଅର୍ଥରାଶି ମଧ୍ୟ ଜମା ହୋଇଛି ।

ଅନ୍ୟପକ୍ଷରେ କିଛି ଲୋକଙ୍କୁ ଏକଥା ବି ଜଣା ନାହିଁ ଯେ, ସେମାନଙ୍କ ଜବ୍ କାର୍ଡରେ ଟଙ୍କା ଜମା ହେଉଛି । କାରଣ ସେମାନ କାମ କରିବାକୁ ଯାଇନଥାନ୍ତି ବୋଲି ପ୍ରକାଶ କରିଛନ୍ତି । ଗ୍ରାମବାସୀଙ୍କ ନିକଟରେ ଯେଉଁ ଜବ୍ କାର୍ଡ ରହିଛି, ତା’ର କ୍ରମାଙ୍କ ନମ୍ବରରେ ବହୁ ଫରକ ରହିଛି । କିଛି କୃଷକ ଏମିତି ବି ଅଛନ୍ତି, ଯେଉଁମାନଙ୍କ ପାଖରେ ୫୦ ଏକର ଜମି ରହିଛି । ଏଥିସହ ସେମାନଙ୍କ ନାମରେ ଥିବା କାର୍ଡରେ ଫିଲ୍ମ ଅଭିନେତ୍ରୀଙ୍କ ଫୋଟୋ ରହିଛି । ପିପଲଖେଡ଼ା ନାକା ଗ୍ରାମପଞ୍ଚାୟତରେ ୧୫ ଜବ୍ କାର୍ଡ ଏମିତି ଅଛି ଯେଉଁଥିରେ ଅଭିନେତ୍ରୀମାନଙ୍କର ଫଟୋ ରହିଛି ।

ପ୍ରମାଣ ସ୍ୱରୂପ, ସେହି ଗ୍ରମାର ଜଣେ କୃଷକଙ୍କ ନାମ ମନୋଜ ଦୁବେ । ଯାହାଙ୍କ ପଖରେ ୫୦ ଏକର ଜମି ରହିଛି । ସେ କହିଛନ୍ତି, ଜବ୍ କାର୍ଡ କରିନାହାନ୍ତି କିମ୍ବା କେବେ ମଜୁରି ଖଟିବାକୁ ଯାଇନାହାନ୍ତି । ମନ୍ତ୍ରୀ ଓ ସଚିବ ତାଙ୍କର ନକଲି କାର୍ଡ ତିଆରି କରି ୩୦ ହଜାର ଟଙ୍କା ଉଠାଇ ନେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତାଙ୍କ କାର୍ଡ ଉପରେ ଦୀପିକା ପାଦୁକୋନଙ୍କ ଫଟୋ ଲାଗିଥିବା କଥା ସେ କହିଛନ୍ତି । ଏଥିସହ ଏଭଳି କାର୍ଯ୍ୟକୁ ନେଇ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଅପରପକ୍ଷରେ ଏହି ପୂରା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଓ ପଞ୍ଚାୟତ ସିଇଓ ଗୌରବ ବେନଲ କହିଛନ୍ତି ।

Be the first to comment

Leave a Reply

Your email address will not be published.


*