ସଲମାନ ଖାନଙ୍କ ଚଳଚ୍ଚିତ୍ର ‘ତେରେ ନାମ’ର ସେହି ପାଗଳ ଭିଖାରୁଣୀ ମନେ ଅଛି ଆପଣଙ୍କୁ, ଦେଖନ୍ତୁ ବାସ୍ତବ ଜୀବନରେ ସେ କିପରି ଦେଖାଯାଆନ୍ତି !

ସଲମାନ ଖାନଙ୍କ ଚଳଚ୍ଚିତ୍ର ତେରେ ନାମକୁ ରିଲିଜ୍ ହୋଇ ଆଜି ୧୭ ବର୍ଷ ପୂରଣ ହୋଇଗଲାଣି । ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ନୂତନ ରେକର୍ଡ ସୃଷ୍ଟି କରିଥିଲା । ଏହା ସହିତ ସଲମାନଙ୍କ କ୍ୟାରିୟରକୁ ଶୀର୍ଷରେ ପହଞ୍ଚାଇ ଦେଇଥିଲା । ଚଳଚ୍ଚିତ୍ର’ତେରେ ନାମ’ରେ ଏକ ପାଗଳ ପ୍ରେମୀର ଭୂମିକାରେ ଅଭିନୟ କରିଥିବା ରାଧେ ଚେହେରାରେ ପଡୁଥିବା ବାଳ ଆଜି ମଧ୍ୟ ଲୋକଙ୍କୁ ମନେ ଅଛି । ଏହା ତାମିଲ ଭାଷାରେ ପ୍ରସ୍ତୁତ ଚଳଚ୍ଚିତ୍ର ‘ସେତୁ’ (୧୯୯୯)ର ରିମେକ୍ ଅଟେ । ଏହି ଚଳଚ୍ଚିତ୍ରରେ ଅନେକଗୁଡ଼ିଏ କଳାକାର ଅଭିନୟ କରିଥିଲେ କିନ୍ତୁ ସେଥିରେ ଜଣେ ଥିଲେ ଯିଏକି ଭିଖାରୁଣୀ ଚରିତ୍ରରେ ଅଭିନୟ କରିଥିଲେ ।

Google

ଚଳଚ୍ଚିତ୍ରରେ ଭିଖାରୁଣୀ ଚରିତ୍ରରେ ଅଭିନୟ କରିଥିବା ସେହି ଝିଅ ବାସ୍ତବ ଜୀବନରେ ଜଣେ ଜଣାଶୁଣା ଅଭିନେତ୍ରୀ ରାଧିକା ଚୌଧୁରୀ ଅଟନ୍ତି । ରାଧିକା ହିନ୍ଦୀ ସିନେମା ସଙ୍ଗେ ସଙ୍ଗେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ‘ତେରେ ନାମ’ରେ ରାଧିକା ଆପଟେ ପୁରୁଣା ଚିରା କନା ପିନ୍ଧିଥିଲେ କିନ୍ତୁ ପ୍ରକୃତରେ ସେ ଖୁବ୍ ସୁନ୍ଦର ଦେଖାଯାଆନ୍ତି ।

Google

ଚଳଚ୍ଚିତ୍ର ତେରେ ନାମରେ ପାଗଳ ଭିଖାରୁଣୀଙ୍କ ଚରିତ୍ରରେ ନଜର ଆସିଥିବା ରାଧିକା ଚୌଧୁରୀ ନିଜ ଅଭିନୟ ବଳରେ ସମସ୍ତଙ୍କୁ ଭାବୁକ କରିଦେଇଥିଲେ । ପାଗଳ ଖାନା ଯାଉଥିବା ସଲମାନଙ୍କୁ ଅଟକାଇବା ପାଇଁ ପଛରେ ଗୋଡେଇ ଥିବା ଭିଖାରୁଣୀର ସେହି ଭାବୁକ ସିନ୍ ଆଜି ମଧ୍ୟ ଫ୍ୟାନ୍ସ ମାନଙ୍କୁ କାନ୍ଦିବାକୁ ବାଧ୍ୟ କରିଥାଏ ।

Google

୧୯୯୯ ମସିହାରେ ତେଲୁଗୁ ଚଳଚ୍ଚିତ୍ର ଜରିଆରେ ରାଧିକା ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ରାଧିକାଙ୍କ ପ୍ରଥମ ବଲିଉଡ଼ ଚଳଚ୍ଚିତ୍ର କରିନା କପୂର ଓ ଫରଦୀନ୍ ଖାନଙ୍କ ସହିତ ଅଭିନୟ କରିଥିବା ‘ଖୁସି’ ଥିଲା । ଏହା ପରେ ରାଧିକା ଗୋଟିଏ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଅଭିନୟରୁ ବିଦାୟ ନେଇଗଲେ ।

Google

ତା’ପରେ ରାଧିକା ନିର୍ଦେଶନା କରିବାକୁ ସ୍ଥିର କଲେ । ୨୦୧୦ ମସିହାରେ ସେ ଲାସ୍ ଭେଗାସ୍ ଫିଲ୍ମ ଫେଷ୍ଟିବଲରେ ନିଜର ଶର୍ଟ ଫିଲ୍ମ ‘ଅରେଞ୍ଜ ବ୍ଲମସ୍’ ପାଇଁ ସିଲଭର ଏସ୍ ପୁରସ୍କାରରେ ଲାଭ କରିଥିଲେ ।

Be the first to comment

Leave a Reply

Your email address will not be published.


*