‘LPG’ ଉପରେ ଜରୁରୀ ସୂଚନା :- ଏବେ ଶସ୍ତାରେ ହେବ ରୋଷେଇ ! ରୋଷେଇ ଗ୍ୟାସର ବର୍ଦ୍ଧିତ ଦର ପାଇଁ କରନ୍ତୁ ନାହିଁ ଚିନ୍ତା…

‘LPG’ ଉପରେ ଜରୁରୀ ସୂଚନା :- ଏବେ ଶସ୍ତାରେ ହେବ ରୋଷେଇ ! ରୋଷେଇ ଗ୍ୟାସର ବର୍ଦ୍ଧିତ ଦର ପାଇଁ କରନ୍ତୁ ନାହିଁ ଚିନ୍ତା…

LPGର ବୃଦ୍ଧି ମୂଲ୍ୟ ଯୋଗୁ ସାଧାରଣଲୋକଙ୍କ ବଜେଟ୍ ବିଗିଡି ଯାଉଛି । ଗୋଟିଏ ପଟେ ପେଟ୍ରୋଲ୍ ଡିଜେଲର ଦର ଏବଂ ଅନ୍ୟ ପଟେ ଏଲପିଜି ମୂଲ୍ୟ ଦିନକୁ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ଦିଲ୍ଲୀରେ ଏଲପିଜି ସିଲିଣ୍ଡରର ମୂଲ୍ୟ ୮୪୩ଟଙ୍କାରେ ପହଞ୍ଚିଛି । ତେଣୁ ଆଜି ଆମେ ଆପଣଙ୍କୁ ଏପରି କିଛି ବିକଳ୍ପ କହୁଛୁ ଯାହା ଦ୍ୱାରା ଆପଣଙ୍କୁ ଏହି ବର୍ଦ୍ଧିତ ଦରଦାମରୁ କିଛି ପରିମାଣରେ ମୁକ୍ତି ମିଳିପାରିବ ।

ଯଦି LPG ଏବଂ ଇଲେକ୍ଟ୍ରିକ କୁକର୍, ଇନଡକ୍ସନ୍ କିମ୍ବା ଇଲେକ୍ଟ୍ରିକ୍ ଷ୍ଟୋଭ୍ ଭିତରେ ତୁଳନା କରାଯାଏ ତେବେ LPG ତୁଳନାରେ ଏହି ସବୁ ଉପକରଣ ବହୁତ ଶସ୍ତା ଅଟେ । ଏହା ବ୍ୟତୀତ PNG ମଧ୍ୟ LPG ତୁଳନାରେ ପ୍ରାୟ ୬୦ପ୍ରତିଶତ ଶସ୍ତା ଅଟେ । ୱାର୍ଲ୍ଡ ରିସୋର୍ସ ଇନଷ୍ଟିଚ୍ୟୁଟର ଆସୋସିଏଟ୍ ଡାଇରେକ୍ଟର୍ ଦୀପକ ଶ୍ରୀରାମକୃଷ୍ଣଙ୍କ ଅନୁଯାୟୀ ବର୍ତ୍ତମାନ ଦିଲ୍ଲୀରେ LPG ଅପେକ୍ଷା ବୈଦ୍ୟୁତିକ ରନ୍ଧନ ଖୁବ୍ ଶସ୍ତା ଅଟେ ।

ଦିଲ୍ଲୀରେ ବିଦ୍ୟୁତ ଦର ୟୁନିଟ୍ ପିଛା ୮ଟଙ୍କା ଅଟେ ଏବଂ LPG ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୮୪୩ ଟଙ୍କା ଅଟେ । ଏହି ଦାମ୍ ଅନୁଯାୟୀ LPG ସିଲିଣ୍ଡରରେ ୧୦ଲିଟର୍ ପାଣି ଫୁଟାଇବା ପାଇଁ ୧୦.୧୫ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏବଂ ଇଲେକ୍ଟ୍ରିକ୍ ଚୁଲାରେ ଏଥିପାଇଁ ୯.୪୬ ଟଙ୍କା ଖର୍ଚ୍ଚ ହୁଏ ଏହି ଉପାୟରେ ଆପଣ ବହୁତ ଟଙ୍କା ସଞ୍ଚୟ କରିପାରିବେ । ଯେଉଁ ରାଜ୍ୟଗୁଡ଼ିକରେ ବିଦ୍ୟୁତରେ ସବସିଡି ଦିଆଯାଉଛି ସେଠାରେ ଆହୁରି ମଧ୍ୟ କମ୍ ଖର୍ଚ୍ଚ ହେବ ।

ସୂଚନାଯୋଗ୍ୟ ଯେ ୧ ଜୁଲାଇ ୨୦୨୧ରୁ LPG ସିଲିଣ୍ଡରର ମୂଲ୍ୟ ୧୪୦ ଟଙ୍କା ବୃଦ୍ଧି କରାଯାଇଥିଲା ଏବଂ ୨୦୨୦ମସିହାରୁ ସରକାର LPG ଉପରେ ଦିଆଯାଉଥିବା ସବସିଡି ରଦ୍ଦ କରିଦେଇଛନ୍ତି । ଏହି କାରଣରୁ ଗ୍ରାହକଙ୍କୁ LPGର ସମ୍ପୂର୍ଣ୍ଣ ମୂଲ୍ୟ ପୈଠ କରିବାକୁ ହେବ । ଏଭଳି ପରିସ୍ଥିତିରେ ଗ୍ରାହକଙ୍କ ବଜେଟ୍ ଉପରେ ଏହାର ଗଭୀର ପ୍ରଭାବ ପଡୁଛି ।

LPGର ବର୍ଦ୍ଧିତ ଦର ଯୋଗୁଁ PNGକୁ ଏହାର ବିକଳ୍ପ ଭାବରେ ବ୍ୟବହାର କରାଯିବା ପାଇଁ ଯୋଜନା ଚାଲିଛି । LPGର ମୂଲ୍ୟ ବୃଦ୍ଧି ଯୋଗୁଁ LPG ଏବଂ PNGର ଦର ମଧ୍ୟରେ ଆକାଶ ପାତାଳର ଫରକ ସୃଷ୍ଟି ହୋଇଛି । LPG ତୁଳନାରେ ବର୍ତ୍ତମାନ PNG ପ୍ରାୟ ୬୦ ପ୍ରତିଶତ ଶସ୍ତା ଅଟେ । କିନ୍ତୁ ବର୍ତ୍ତମାନ PNG ଗ୍ୟାସ୍ ସମସ୍ତଙ୍କ ପାଖରେ ପହଞ୍ଚିବା ଅସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *