ରିଲାଏନ୍ସ ଜିଓ ଏବଂ ଗୁଗଲ ମିଶି ଲଞ୍ଚ କରିବେ ଶସ୍ତା 5G ଆଣ୍ଡ୍ରଏଡ୍ ଫୋନ !

ରିଲାଏନ୍ସ ଜିଓ ଏବଂ ଗୁଗଲ ମିଶି ଲଞ୍ଚ କରିବେ ଶସ୍ତା 5G ଆଣ୍ଡ୍ରଏଡ୍ ଫୋନ !

ରିଲାଏନ୍ସ ନିଜର ୪୩ତମ ବାର୍ଷିକ ଜେନେରାଲ ମିଟିଙ୍ଗରେ ଏହା ଘୋଷଣା କରିଛି ଯେ ଗୁଗଲ ଏବଂ ଜିଓ ମିଶି ଶସ୍ତା 5G ସ୍ମାର୍ଟ ଫୋନ୍ ଲଞ୍ଚ କରିବେ । ମୁକେଶ ଅମ୍ବାନୀ ରିଲାଏନ୍ସର ବାର୍ଷିକ ମିଟିଙ୍ଗରେ କହିଛନ୍ତି ଯେ ଜିଓ ଏକ କମ୍ପ୍ଲିଟ ସଲ୍ୟୁସନ ପ୍ରସ୍ତୁତ କରିଛି ଯାହା ଆଗାମୀ ବର୍ଷ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ରୋଲ୍ ଆଉଟ କରାଯାଇ ପାରିବ । ଏହି ରୋଲ୍ ଆଉଟ ସରକାରଙ୍କ ତରଫରୁ 5G ସ୍ପେକ୍ଟ୍ରମ ଉପଲବ୍ଧ କରିବା ପରେ କରାଯିବ । ସେ ଆଗକୁ ମଧ୍ୟ କହିଛନ୍ତି ଯେ ସରକାରଙ୍କ ତରଫରୁ ସ୍ପେକ୍ଟ୍ରମ ଉପଲବ୍ଧ କରାଯିବା ପରେ ଜିୟ ପ୍ଲାଟଫର୍ମ ଦୁନିଆର ଅନ୍ୟ ଟେଲିକମ୍ ଅପରେଟର୍ସକୁ 5G ସଲ୍ୟୁସନ ଏକ୍ସପୋର୍ଟ କରିପାରିବ ।

ଜିଓ ଏବଂ ଗୁଗଲର ପାର୍ଟନରଶିପ୍ :-

ଗୁଗଲର CEO ସୁନ୍ଦର ପିଚାଈ କହିଛନ୍ତି ଯେ ଭାରତ ଭଳି ଦେଶରେ ସମସ୍ତଙ୍କ ପାଖରେ ଇଣ୍ଟରନେଟ୍ ହେବା ଉଚିତ । ସେ କହିଛନ୍ତି ଯେ ଜିଓ ଏବଂ ଗୁଗଲର ପାର୍ଟନରଶିପ୍ ଦ୍ଵାରା ଲକ୍ଷ ଲକ୍ଷ ଭାରତୀୟଙ୍କୁ ଇଣ୍ଟରନେଟ୍ ସେବା ମିଳିପାରିବ ପୁଣି ସେହିମାନଙ୍କୁ ଯେଉଁ ମାନଙ୍କ ପାଖରେ ସ୍ମାର୍ଟଫୋନ ଉପଲବ୍ଧ ନାହିଁ ।

ଆଣ୍ଡ୍ରଏଡ୍ ବେଷଡ ସ୍ମାର୍ଟଫୋନ ପାଇଁ ଅପରେଟିଂ ସିଷ୍ଟମ ବନାଇବେ ଜିଓ – ଗୁଗଲ :-

Google

ମୁକେଶ ଅମ୍ବାନୀ ଏହି ବୈଠକରେ କହିଛନ୍ତି ଯେ ଗୁଗଲ ଜିଓ ପ୍ଲାଟଫର୍ମରେ ୭.୭ ପ୍ରତିଶତ ଭାଗୀଦାର ପାଇଁ ୩୩୭୩୭ କୋଟି ଟଙ୍କା ନିବେଶ କରିବ । ଗୁଗଲର ନିବେଶ ସହିତ ହିଁ ରିଲାଏନ୍ସରେ ବର୍ତ୍ତମାନ ନିବେଶର ଆକଳନ ୧.୫୨ ଲକ୍ଷ କୋଟିରେ ପହଂଚି ଯାଇଛି । ଏହିଭଳି ଭାବରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୪ଟି କମ୍ପାନୀ ଜିଓରେ ବ୍ୟୟ କରି ସାରିଛନ୍ତି । ଜିଓ ଏବଂ ଗୁଗଲ ମିଶି ଆଣ୍ଡ୍ରଏଡ୍ ବେଷଡ ସ୍ମାର୍ଟଫୋନ ପାଇଁ ଅପରେଟିଂ ସିଷ୍ଟମ୍ ବନାଇବ ।

2G ମୁକ୍ତ ଭାରତ ଜିଓର ଲକ୍ଷ :-

ଏହି ମିଟିଙ୍ଗରେ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓର ଲକ୍ଷ ଭାରତକୁ 2G ମୁକ୍ତ କରିବା ଅଟେ । ଏଥିପାଇଁ କମ୍ପାନୀ 2G ଗ୍ରାହକ ମାନଙ୍କ ପର୍ଯ୍ୟନ୍ତ 4G ଇଣ୍ଟରନେଟ୍ ପହଞ୍ଚାଇବ । ଅମ୍ବାନୀ କହିଛନ୍ତି ଯେ ଆମର ଲକ୍ଷ ସମସ୍ତ ଭାରତୀୟଙ୍କ ହାତରେ ସ୍ମାର୍ଟଫୋନ ଦେବା ଅଟେ । ଭାରତରେ ପାଖାପାଖି ୩୫ କୋଟି 2G ୟୁଜର ଅଛନ୍ତି । ଗୁଗଲ ଏବଂ ଜିଓ ମିଶି ଏହି ଲୋକଙ୍କ ପାଇଁ ଶସ୍ତା ସ୍ମାର୍ଟଫୋନ ବନାଇବେ । ଜିଓର ଲକ୍ଷ ୩୦ କୋଟି ଲୋକଙ୍କୁ 2G ଠାରୁ 4Gକୁ ଅପଗ୍ରେଡ କରିବା ଅଟେ ।

ଜିଓ ଫୋନ ଦୁନିଆର ସବୁଠାରୁ ଶସ୍ତା 4G ହ୍ୟାଣ୍ଡସେଟ୍ :-

Google

ମିଟିଙ୍ଗରେ ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ଫୋନ ଏହି ସମୟରେ ଦୁନିଆର ସବୁଠାରୁ ଶସ୍ତା 4G କନେକ୍ଟୀଭିଟୀ ଯୁକ୍ତ ଫୋନ ଅଟେ । ୨୦୧୭ରେ ଲଞ୍ଚ ହୋଇଥିବା ଜିଓ ଫୋନର ମୂଲ୍ୟ ବର୍ତ୍ତମାନ ୬୯୯ ଟଙ୍କା ଅଟେ । ପୁଣି ୨୦୧୮ରେ ଆସିଥିବା ଜିଓ ଫୋନ ୨ର ମୂଲ୍ୟ ୨,୯୯୯ ଟଙ୍କା ଅଟେ ।

Leave a Reply

Your email address will not be published. Required fields are marked *