ରେଖାଙ୍କ ପତି ଦେଖିବାକୁ ବହୁତ Handsome । ଏହି କାରଣରୁ ବିବାହର ୭ ମାସ ପରେ କରିଥିଲେ ଆତ୍ମହତ୍ୟା  !

ରେଖାଙ୍କ ପତି ଦେଖିବାକୁ ବହୁତ Handsome । ଏହି କାରଣରୁ ବିବାହର ୭ ମାସ ପରେ କରିଥିଲେ ଆତ୍ମହତ୍ୟା !

ବଲିଉଡରେ ଅନେକ ସୁନ୍ଦରୀ ଅଭିନେତ୍ରୀମାନେ ଆସିଛନ୍ତି ଓ ଯାଇଛନ୍ତି, କିନ୍ତୁ ରେଖାଙ୍କ ଭଳି ସୁନ୍ଦରୀର ମୁକାବିଲା କେହି ମଧ୍ୟ କରିନାହାନ୍ତି । ୬୩ ବର୍ଷ ବୟସରେ ରେଖା ବହୁତ ସୁନ୍ଦରୀ ଦେଖାଯାଉଛନ୍ତି । ଯେପରି ଯେପରି ରେଖାଙ୍କ ବୟସ ବଢି ଚାଲିଛି ସେତିକି ସେତିକି ତାଙ୍କ ସୁନ୍ଦରତା ବଢି ଚାଲିଛି । ରେଖା ଏକ ଏପରି ଅଭିନେତ୍ରୀ ଯାହା ବିତି ଯାଇଥିବା ସମୟ ସହିତ ସେ ଆହୁରି ବି ସୁନ୍ଦରୀ ଦିଶୁଛନ୍ତି । ରେଖାଙ୍କ ଫିଲ୍ମର ଗୀତ ‘ଇନ୍ ଆଖ କି ମସ୍ତି କେ ମସ୍ତାନୀ ହଜାରେ ହେ’ ତାଙ୍କ ଉପରେ ବହୁତ ଶୋଭା ପାଏ । ତାଙ୍କର ସୁନ୍ଦରତା ପାଇଁ କେବଳ ବୁଢ଼ା କିମ୍ବା ବୁଢ଼ୀ ନୁହଁନ୍ତି ଯୁବ ପିଡ଼ି ମଧ୍ୟ ପାଗଳ ହୁଅନ୍ତି । ଏକ ସମୟ ଥିଲା ତାଙ୍କ ନାମ ଅମିତାଭ ବଚ୍ଚନଙ୍କ ସହ ଯୋଡ଼ା ଯାଉଥିଲା । ରେଖା ନିଜ ଫିଲ୍ମ କ୍ୟାରୀୟରରୁ ଅଧିକ ତାଙ୍କ ନିଜ ଜୀବନର ସାଥିକୁ ନେଇ ଚର୍ଚ୍ଚାରେ ରହୁଥିଲେ । କେବେ ସେ ଅମିତାଭ ବଚ୍ଚନ ସହ ଅନ୍ୟ କେବେ ବିନୋଦ ମେହେରା ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ । ତାଙ୍କ ମଥାର ସିନ୍ଦୂର ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟମୟ ହୋଇ ରହିଛି ।

ମୁକେଶ ଅଗ୍ରୱାଲଙ୍କ ସହିତ ବିବାହ

newstrend

ରେଖା ୧୯୯୦ ମସିହାରେ ଉଦ୍ୟଗୋପତି ମୁକେଶ ଅଗ୍ରୱାଲଙ୍କୁ ବାହା ହୋଇଥିଲେ କିନ୍ତୁ ବାହା ହେବାର କିଛି ମାସ ପରେ ରେଖା ତାଙ୍କଠାରୁ ଦୁରେଇ ରହିବାକୁ ଲାଗିଲେ । ରେପୋର୍ଟଙ୍କ ମୁତାବକ, ରେଖା କିଛି ମାସ ମଧ୍ୟରେ ହିଁ ନିଜର ଏହି ବାହାଘରକୁ ନେଇ ବିରକ୍ତ ହୋଇଥିଲେ ଓ ମୁକେଶଙ୍କ ସହ ରହିବାକୁ ଚାହୁଁନଥିଲେ । ତାଙ୍କ ଏହି ବାହାଘର ଗୋଟିଏ ବର୍ଷ ମଧ୍ୟ ହୋଇପାରିଲା ନାହିଁ। ମୁକେଶ ରେଖାଙ୍କ ନିକଟକୁ ଯିବାକୁ ବହୁତ ଚେଷ୍ଟା କରିଲେ କିନ୍ତୁ ସେ ନିଜ ମନକୁ ବଦଳାଇ ପାରିଲେ ନାହିଁ ଓ ସେ ବହୁତ ଚିନ୍ତାଗ୍ରସ୍ତରେ ରହିଲେ । ଶେଷରେ ମୁକେଶ ବାହାଘରର ୭ ମାସ ପରେ ୧୯୯୧ ମସିହାରେ ନିଜ ଜୀବନର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

newstrend

ଯେତେବେଳେ ଦୁହିଁଙ୍କ ବାହାଘର ହୋଇଥିଲା ସେତେବେଳେ ରେଖାଙ୍କ ବୟସ ୩୫ ଓ ମୁକେଶଙ୍କୁ ୩୭ ବୟସ ହୋଇଥିଲା । ରେଖା ଓ ମୁକେଶଙ୍କ ସମ୍ପର୍କ ଏକ ସାଧାରଣ ବନ୍ଧୁ ପରି ଗଢି ଉଠିଥିଲା । ମୁକେଶ ରେଖାଙ୍କୁ ପ୍ରଥମ ଦେଖାରୁ ହିଁ ପସନ୍ଦ କରୁଥିଲେ ଓ ତାଙ୍କୁ ବାହା ହେବାକୁ ଚାହୁଁଥିଲେ । ସେ ରେଖାଙ୍କୁ ପ୍ରସ୍ତାବ ଦେଇଥିଲେ ଓ ତା’ପରେ ସେମାନେ ବାହା ହୋଇଥିଲେ । ବାହାଘର ପରେ ମୁକେଶ କହିଲେ କି ନିଜ ବାହାଘର ବିଷୟରେ ତାଙ୍କ ଫିଲ୍ମଷ୍ଟାର ବନ୍ଧୁ ମାନକୁ କହିବା ଦରକାର କିନ୍ତୁ ରେଖା ଏହି କଥା କହିବା ପାଇଁ ରାଜି ନଥିଲେ । ସେ କେବଳ ୩ ଜଣଙ୍କୁ ମିଶିବା ପାଇଁ ଇଚ୍ଛା କରିଥିଲେ ଯିଏକି ଆକବର ଖାନ୍, ସଞ୍ଜୟ ଖାନ୍ ଓ ହେମାମାଳିନୀ । ରେଖା ମୁକେଶଙ୍କ ସହ ହେମା ଓ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଲେ । ହେମା ମୁକେଶଙ୍କୁ ଦେଖିଲେ ଓ କହିଲେ ,’ବର୍ତ୍ତମାନ ଆଉ କୁହନି କି ତମେ ଏହି ପୁରୁଷ ସହ ବିବାହ କରିଛ’। ରେଖା କହିଲେ କି,’ ହଁ ଆମେ ବାହା ହୋଇସାରିଛୁ’। ଏହା ପରେ ହେମାଙ୍କ ପ୍ରଶ୍ନ ଥିଲା କି-‘କଣ ସେ ବହୁତ ଧନୀ ଅଟନ୍ତି’? ଏହି ପ୍ରଶ୍ନର ଉତ୍ତର ରେଖା ଦେଲେ ନାହିଁ ।

ଯେତେବେଳେ ଅମିତାଭଙ୍କୁ ଭଲପାଇ ବସିଥିଲେ

newstrend

ଏକ ଇଣ୍ଟରଭ୍ୟୁରେ ରେଖା କହିଲେ କି ସେ ଅମିତାଭ ବଚ୍ଚନଙ୍କ ସହ ମିଶିବା ପର ଠାରୁ ହିଁ ତାଙ୍କର ଦିୱାନୀ ହୋଇଯାଇଥିଲେ । ଅମିତାଭ ପ୍ରଥମ ଦିନରୁ ହି ତାଙ୍କୁ ଯାଦୁ କରିଦେଇଥିଲେ । ସେ ଅମିତାଭଙ୍କ ସହ ପ୍ରାୟ ୧୦ଟି ଫିଲ୍ମରେ କାମ କରିଛନ୍ତି । ଆମେ ଆପଣଙ୍କୁ ଜଣାଇଦେଉଛୁ କି ଫିଲ୍ମ ‘ସିଲ୍ ସିଲା’ ଅମିତାଭ ଓ ରେଖାଙ୍କ ସମ୍ପର୍କକୁ ନେଇ ଆଧାରିତ ଫିଲ୍ମ ଅଟେ । ସେହି ସମୟରେ ଅମିତାଭଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଖୁବ୍ ଚର୍ଚ୍ଚା ହୋଉଥିଲା । ଏହା ପରେ ତାଙ୍କ ନାମ ବିନୋଦ ମେହେରାଙ୍କ ସହ ମଧ୍ୟ ଯୋଡ଼ା ଗଲା । ଖବର ଏହା ଆସିଥିଲା କି ଦୁହେଁ ବାହା ହେବାକୁ ଚାହୁଁଥିଲେ କିନ୍ତୁ ବିନୋଦ ମେହେରାଙ୍କ ମାଆଙ୍କୁ ଏହି ସମ୍ପର୍କ ଇଚ୍ଛା ନଥିଲା ଓ ଏହି କାରଣରୁ ବିନୋଦ ରେଖା ସହ ଦୂରତା ବଢାଇଦେଲେ । ଏହି କଥା ବର୍ତ୍ତମାନ ପର୍ଯ୍ୟନ୍ତ ଚକିତ କରି ରଖିଛି କି ରେଖା ତାଙ୍କ ମଥାର ସିନ୍ଦୂର କାହା ନାମରେ ଲଗାଉଛନ୍ତି ।

Leave a Reply

Your email address will not be published. Required fields are marked *