ଡାନ୍ସ ଦିୱାନେ ୩ : ଖୋଲାଖୋଲି ଭାବେ ରେଖା କହିଲେ- ‘ଅମିତ୍ ମୋ ଭଲପାଇବା ଅଟେ’ ! ଆଶ୍ଚର୍ଯ୍ୟ ଭାବେ ତାଙ୍କୁ ଦେଖିବାକୁ ଲାଗିଲେ ମାଧୁରୀ, ଭିଡ଼ିଓ ହେଲା ଭାଇରଲ୍…

ଡାନ୍ସ ଦିୱାନେ ୩ : ଖୋଲାଖୋଲି ଭାବେ ରେଖା କହିଲେ- ‘ଅମିତ୍ ମୋ ଭଲପାଇବା ଅଟେ’ ! ଆଶ୍ଚର୍ଯ୍ୟ ଭାବେ ତାଙ୍କୁ ଦେଖିବାକୁ ଲାଗିଲେ ମାଧୁରୀ, ଭିଡ଼ିଓ ହେଲା ଭାଇରଲ୍…

ହିନ୍ଦୀ ସିନେମାର ବହୁତ ସଫଳ ଓ ସୁନ୍ଦରୀ ଅଭିନେତ୍ରୀ ସୂଚୀରେ ସାମିଲ୍ ଏଭରଗ୍ରୀନ୍ ରେଖା ଅଧିକାଂଶ ସମୟରେ କୌଣସି ନା କୌଣସି ଟିଭି ଶୋ’କୁ ଅତିଥି ଭାବେ ନଜର ଆସନ୍ତି । କିଛି ଦିନ ପୂର୍ବରୁ ରେଖା ପ୍ରସିଦ୍ଧ ସିଙ୍ଗିଙ୍ଗ ରିଏଲିଟି ଶୋ’ ଇଣ୍ଡିଆନ୍ ଆଇଡ଼ଲ୍ ୧୨ରେ ଅତିଥି ରୂପେ ନଜର ଆସିଥିଲେ, ସେପଟେ ବର୍ତ୍ତମାନ ଅତିଥି ଭାବେ ରେଖା ଲୋକପ୍ରିୟ ଡାନ୍ସ ରିଏଲିଟି ଶୋ ‘ଡାନ୍ସ ଦିୱାନେ ୩’ରେ ପହଞ୍ଚି ଥିଲେ । ନିକଟରେ କଲର୍ସ ଟିଭିର ନିଜ ଅଧିକାରୀକ ଇଂଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପ୍ରୋମୋ ଭିଡ଼ିଓ ସେୟାର୍ କରିଛନ୍ତି, ଯେଉଁଥିରେ ରେଖା ଓ ଶୋ’ର ଜର୍ଜ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ନଜର ଆସୁଛନ୍ତି । ଏହି ପ୍ରମୋ ।ଆସିବା ମାତ୍ରେ ସୋସିଆଲ୍ ମିଡିଆରେ ଛାଇ ଯାଇଛି । ଆସନ୍ତୁ ଜାଣିବା ଏହି ଭିଡ଼ିଓରେ ଏପରି କଣ ରହିଛି ।

ସୂଚନାଥାଉକି, ହିନ୍ଦୀ ସିନେମାର ଏଭରଗ୍ରୀନ୍ ଅଭିନେତ୍ରୀ ରେଖା ‘ଡାନ୍ସ ଦିୱାନେ ୩’ର ଆଗାମୀ ଏପିସୋଡ଼ରେ ନଜର ଆସିବାକୁ ଯାଉଛନ୍ତି । ଏହାପୂର୍ବରୁ ସୋସିଆଲ୍ ମିଡିଆରେ ଯେଉଁ ଫୋଟ ଓ ଭିଡ଼ିଓ ଭାଇରଲ୍ ହେଉଛି ତାକୁ ଖୁବ୍ ପସନ୍ଦ କରାଯାଉଛି । ଏଥର ରେଖାଙ୍କ ସମ୍ମାନରେ ଶୋ’ର ଥିମ୍ ‘ରେଖା ଉତ୍ସବ’ ରଖାଯାଇଛି । ଶୋ’ରେ ନିଜ ଅଭିନୟ ଶୈଳୀ ଓ ନୃତ୍ୟରୁ ରେଖା ସମସ୍ତଙ୍କୁ ପ୍ରଫୁଲ୍ଲିତ କରିବାକୁ ଯାଉଛନ୍ତି । ଶୋ’ର ଆଗାମୀ ଏପିସୋଡ୍ ବହୁତ ମଜଳିଆ ହେବାକୁ ଯାଉଛି ।

ନିକଟରେ କଲର୍ସ ଟିଭି ପକ୍ଷରୁ ଯେଉଁ ପ୍ରମୋ ଭିଡ଼ିଓ ସୋସିଆଲ୍ ମିଡିଆରେ ସେୟାର୍ କରାଗଲା ସେଥିରେ ରେଖା ଓ।ଅମିତାଭ ବଚ୍ଚନଙ୍କ କଥା ହେଉଛି । ଜଣାଇଦେଉଛୁ ଯେ ଏହି କଥାଟି ଚଳଚ୍ଚିତ୍ର ‘ସିଲସିଲା’ ସହ ଜଡ଼ିତ ଏକ ଡାଇଲଗ୍ ଅଟେ । ବାସ୍ତବରେ, ପ୍ରମୋରେ ମାଧୁରୀ ଦୀକ୍ଷିତ ଓ ରେଖା ଚଳଚ୍ଚିତ୍ର ‘ସିଲସିଲା’ର ଏକ ସିନକୁ ରି କ୍ରିଏଟ୍ କରିଛନ୍ତି । ଏଥିରେ ମାଧୁରୀ ଦୀକ୍ଷିତ, ଜୟା ବଚ୍ଚନ ହୋଇଛନ୍ତି ।

ଆପଣ ଭିଡ଼ିଓରେ ଦେଖିପାରିବେ ଯେ ହିନ୍ଦୀ ସିନେମାର ଦୁଇଟି ସୁପରଷ୍ଟାର୍ ଅଭିନେତ୍ରୀ ପରସ୍ପର ବିପରୀତ ମୁହଁ କରି ଛିଡ଼ା ହୋଇଛନ୍ତି । ମାଧୁରୀ ରେଖାଙ୍କୁ କୁହନ୍ତି ଯେ,’କଣ ଚାହଁନ୍ତି ଆପଣ, ରେଖା କୁହନ୍ତି- ‘ମୁଁ ଚାହିଁଲେ କଣ ହେବପରେ ମାଧୁରୀ କୁହନ୍ତି- ‘ତାଙ୍କୁ ଛାଡ଼ି ଦିଅନ୍ତୁ’ ଏହା ଉପରେ ରେଖା କୁହନ୍ତି- ‘ତାଙ୍କୁ ଛାଡ଼ିବା ମୋ ପକ୍ଷରେ ସମ୍ଭବ ନୁହେଁ ଏବଂ ଯାହା ମୋ ପକ୍ଷେ ସମ୍ଭବ ନୁହେଁ ତାହା ମୁଁ କିପରି କରିପାରିବି ?’ ଏହା ଉପରେ ମାଧୁରୀ କୁହନ୍ତି ‘ଅମିତ ମୋର ସ୍ୱାମୀ ଅଟନ୍ତି, ମୋ ଧର୍ମ ଅଟନ୍ତି, ସେତେବେଳେ ରେଖା କୁହନ୍ତି- ସେ ମୋ ଭଲପାଇବା ଓ ଭଲପାଇବା ମୋ ଭାଗ୍ୟ ହୋଇ ସାରିଛି । ସେ ଡ଼ାଏ ଲଗ୍ ମଝିରେ ଚଳଚ୍ଚିତ୍ର’ସିଲସିଲା’ର ଏକ ସୁପରହିଟ୍ ଗୀତ ‘ଦେଖା ଏକ ଖୁଆବ୍ ତୋ ୟେ ସିଲସିଲଏ ହୁଏ’ ବାଜିବାକୁ ଲାଗିଲା ।

ସୂଚନାଥାଉକି, ଚଳଚ୍ଚିତ୍ର ‘ସିଲସିଲା’ ୧୯୮୧ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମହାନାୟକ ଅମିତାଭ ବଚ୍ଚନ ନଜର ଆସିଥିଲେ । ଚଳଚ୍ଚିତ୍ର ଚାଲିଲା ନାହିଁ, କିନ୍ତୁ ଏହାର ଗୀତ ଓ କାହାଣୀକୁ ଖୁବ୍ ପସନ୍ଦ କରାଯାଇଥିଲା ।

‘ସିଲସିଲା’ ସେହି ଶେଷ ଚଳଚ୍ଚିତ୍ର ଥିଲା ଯେଉଁଥିରେ ରେଖା ଓ ଅମିତାଭ ବଚ୍ଚନ ଏକାଠି କାମ କରିଥିଲେ । ଏହାପରେ ଫ୍ୟାନ୍ସମାନେ ୪୦ବର୍ଷ ମଧ୍ୟରେ ଏହି ଯୋଡ଼ି ଆଉ ଦେଖିବାକୁ ପାଇଲେ ନାହିଁ । ଚଳଚ୍ଚିତ୍ର ସମୟରେ ଦୁହିଁଙ୍କ ବ୍ରେକ୍ ଅପ୍ ହୋଇଗଲା । ବିବାହିତା ହୋଇ ମଧ୍ୟ ବିଗ୍-ବି, ରେଖଙ୍କୁ ନିଜ ହୃଦୟ ଦେଇ ବସିଥିଲେ ଓ ରେଖା ମଧ୍ୟ ମହାନାୟକଙ୍କ ପ୍ରେମରେ ପାଗଳ ହୋଇ ଯାଇଥିଲେ । କୁହାଯାଏ ଯେ ଦୁହେଁ ପାଖାପାଖି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିଥିଲେ ।

Leave a Reply

Your email address will not be published. Required fields are marked *