ଅମିତାଭଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ରେଖା । କହିଥିଲେ ଯେ – ମିଷ୍ଟର ବଚ୍ଚନ ମୋ ପାଇଁ ଜରୁରୀ ଅଟନ୍ତି, ଆଉ କାହା ପାଇଁ ନୁହେଁ !

ଅମିତାଭଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ରେଖା । କହିଥିଲେ ଯେ – ମିଷ୍ଟର ବଚ୍ଚନ ମୋ ପାଇଁ ଜରୁରୀ ଅଟନ୍ତି, ଆଉ କାହା ପାଇଁ ନୁହେଁ !

ଗୁଲଜାର ସାହବଙ୍କ ଦ୍ୱାରା ଲିଖିତ ଏହି ସାୟେରି ବଲିଉଡ଼ ଅଭିନେତ୍ରୀ ରେଖାଙ୍କ ଜୀବନର ଏକ ଅତି ସୁନ୍ଦର ଦୁଃଖଦ ଅଂଶକୁ ବର୍ଣ୍ଣନା କରିଥାଏ । ରେଖାଙ୍କ ଜୀବନରେ ଅନେକ ପ୍ରେମ ଆସିଛି କିନ୍ତୁ ସେଥିମଧ୍ୟରୁ କେବଳ ଗୋଟିଏ ନାମ ଏପରି କାହାକୁ ସାରା ଜୀବନ ଯୋଡ଼ା ଯାଇଥିଲା । ଅମିତାଭ ଏବଂ ରେଖା କେବେ ଏକ ହୋଇ ପାରିଲେନି କିନ୍ତୁ ଦୁହିଁଙ୍କର ନାମକୁ ପ୍ରାୟ ଅସଫଳ ପ୍ରେମ ବିଷୟରେ ବର୍ଣ୍ଣନା କରାଯାଇଥାଏ । ଅମିତାଭ ଜୟା ବଚ୍ଚନଙ୍କ ସ୍ୱାମୀ ଥିଲେ, କିନ୍ତୁ ତାଙ୍କ ଜୀବନକୁ ରେଖା ମଧ୍ୟ ଆସିଥିଲେ । ୮୦ ଦଶକରେ ଅମିତାଭ, ଜୟା ଏବଂ ରେଖାଙ୍କର ଲୋଭଟ୍ରାଅଙ୍ଗଲ ଚର୍ଚ୍ଚାରେ ରହିଥିଲା । ଅମିତାଭ କେବେ ମଧ୍ୟ ସାର୍ବଜନିକ ରୂପରେ ଏହି କଥାକୁ ସ୍ଵୀକାର କରି ନାହାନ୍ତି ଯେ ସେ ରେଖାଙ୍କ ସହିତ କୌଣସି ସମ୍ପର୍କରେ ଥିଲେ, କିନ୍ତୁ ରେଖା ଏହାକୁ ସ୍ଵୀକାର କରି ସାରିଛନ୍ତି ଯେ ସେମାନେ ଦୁହେଁ ପରସ୍ପରକୁ ଖୁବ୍ ଭଲ ପାଉଥିଲେ । ଯେତେବେଳେ ରେଖା ବିଗ୍ ବୀଙ୍କ ସହିତ ଥିବା ସମ୍ପର୍କକୁ ଖୋଲାଖୋଲି ଭାବରେ ସ୍ଵୀକାର କରିଥିଲେ :-

newstrend

ରେଖା ଏବଂ ଜୟା କୌଣସି ଏକ ସମୟରେ ସାଙ୍ଗ ଥିଲେ କିନ୍ତୁ ରେଖା ଯେତେବେଳେ ଜୟାଙ୍କ ସ୍ଵାମୀ ଅମିତାଭଙ୍କ ନିକଟତର ହେଲେ ସେତେବେଳେ ସେମାନଙ୍କ ମଧ୍ୟରେ ମନ ମାଳିନ୍ୟ ସୃଷ୍ଟି ହୋଇଥିଲା । ସେତେବେଳେ ଏପରି ଖବର ଆସିବାରେ ଲାଗିଥିଲା ଯେ ଜୟା ଏବଂ ଅମିତାଭଙ୍କ ବିବାହ ଭାଙ୍ଗି ଯାଇଥାନ୍ତା କିନ୍ତୁ ସମୟ ଥାଉ ଥାଉ ଅମିତାଭ ନିଜକୁ ସୁଧାରୀ ନେଲେ ଏବଂ ସେ ନିଜ ସ୍ତ୍ରୀ ଜୟାଙ୍କୁ ବାଛି ଥିଲେ ଏବଂ ସବୁଦିନ ପାଇଁ ରେଖାଙ୍କ ଠାରୁ ଦୂରେଇ ଯାଇଥିଲେ ।

ଯେତେବେଳେ ରେଖା ଖୋଲାଖୋଲି ସ୍ଵୀକାର କରିଥିଲେ ଅମିତାଭଙ୍କ ସହ ନିଜ ପ୍ରେମ ସମ୍ପର୍କ :- 

newstrend

ତା’ପରେ ସେ ୧୯୮୪ରେ ରେଖା ଏକ ଫିଲ୍ମଫେୟରେରେ ଦେଇଥିବା ଇଣ୍ଟରଭ୍ୟୁରେ ନିଜର ଏବଂ ଅମିତାଭଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ବ୍ୟକ୍ତ କରିଥିଲେ । ରେଖାଙ୍କୁ ପଚରା ଯାଇଥିଲା ଯେ ଆପଣଙ୍କ ସହିତ ରିଲେସନସିପକୁ ନେଇ ଅମିତାଭ କାହିଁକି ଚୁପ୍ ଥିଲେ ? ଏହି ପ୍ରଶ୍ନରେ ସେ କହିଥିଲେ ଯେ, ‘ ତାଙ୍କୁ ଏପରି ଆଦୋୖ କରିବାର ନଥିଲା ? ସେ ନିଜର ଚରିତ୍ର ବଞ୍ଚାଇବା ପାଇଁ ଏପରି କରିଥିଲେ । ନିଜ ପରିବାର ଏବଂ ପିଲାଙ୍କୁ ସୁରକ୍ଷା କରିବା ପାଇଁ ସେ ଏପରି କରିଥିଲେ । ମୋତେ ଲାଗୁଛି ଯେ ଏହା ଭଲ କଥା । ମୋତେ ଆଦୋୖ ଫରକ ପଡ଼େ ନାହିଁ ଯେ ଲୋକମାନେ କଣ ଭାବନ୍ତି ? ଲୋକଙ୍କୁ ତାଙ୍କ ଭଲପାଇବା କିମ୍ବା ମୋ ପ୍ରତି ତାଙ୍କର ଭଲ ପାଇବା ବିଷୟରେ ଜାଣି କଣ ହେବ ? ମୁଁ ତାଙ୍କୁ ଭଲ ପାଏ ଏବଂ ମୋତେ କେବଳ ଭଲ ପାଇବାର ଅଛି । ଏତିକି ଯଥେଷ୍ଟ । ମୋତେ କାହାରି କିଛି ଭାବିବାରେ ଆଦୋୖ ଫରକ୍ ପଡେନାହିଁ ‘ ।:-

ପତ୍ନୀଙ୍କ ପାଇଁ ପ୍ରେମକୁ ଛାଡ଼ି ଥିଲେ ବିଗ୍ ବୀ :-

newstrend

କେବଳ ଏତିକି ନୁହେଁ , ରେଖା ଏହା ମଧ୍ୟ କହିଥିଲେ ଯେ, ‘ ସେ ଯଦି କେବଳ ମୋତେ କହିଥାନ୍ତେ ଯେ ସେ ମୋତେ ଭଲପାଆନ୍ତି ନାହିଁ ତେବେ ସେତେବେଳେ ମଧ୍ୟ ମୁଁ ନିରାଶ ହୋଇ ଯାଇଥାନ୍ତି, କିନ୍ତୁ ସେ କେବେ ମଧ୍ୟ ଏପରି କହି ନାହାନ୍ତି । ଏହିପରି ସେ ଗଣମାଧ୍ୟମରେ ଯାହା ମଧ୍ୟ କହିଛନ୍ତି ସେ ବିଷୟରେ ମୁଁ କାହିଁକି ଚିନ୍ତା କରିବି ? ମୋତେ ଜଣାଅଛି ଯେ ଲୋକମାନେ ନିଶ୍ଚିତ ଭାବରେ କହୁଥିବେ ଯେ ବିଚାରି ରେଖା ପାଗଳ ଅଟେ । ହୁଏତ ମୋ ପାଇଁ ଏହା ଉପଯୁକ୍ତ । କିନ୍ତୁ ଏପରି ନୁହେଁ ଯେ ତାଙ୍କର ୧୦ ଜଣଙ୍କ ସହିତ ଅଫେୟାର ରହିଛି । ମିଷ୍ଟର ବଚ୍ଚନ ବର୍ତ୍ତମାନ ମଧ୍ୟ ସେହି ପୁରୁଣା ଯୁଗର ବ୍ୟକ୍ତି ଅଟନ୍ତି । ସେ କାହାରି ମନରେ କଷ୍ଟ ଦେବାକୁ ଚାହାନ୍ତି ନାହିଁ, ତେବେ ନିଜ ପତ୍ନୀଙ୍କୁ କିପରି କଷ୍ଟ ଦେଇ ପାରିବେ ।

newstrend

ରେଖା ଏହା ମଧ୍ୟ କହିଥିଲେ ଯେ, ମୋର ମନ୍ତବ୍ୟ ସାଧାରଣ ନୁହେଁ ଏହା ମୋତେ ଜଣା ଅଛି । ଆମେ ସମସ୍ତେ ମଣିଷ , ଯେଉଁଭଳି ଭାବରେ ପରସ୍ପର ଉପରେ ରାଗିଯାଉ ଠିକ୍ ସେହିଭଳି ପରସ୍ପରକୁ ସ୍ବୀକାର ମଧ୍ୟ କରିଥାଉ । ତାହାଠାରୁ ଆଉ ଅଧିକ କଣ ଦରକାର । ଯେତେବେଳେ ମୁଁ ସେହି ବ୍ୟକ୍ତିଙ୍କ ସହିତ ଅଛି ତେବେ ମୋତେ ଆଦୋୖ ଫରକ୍ ପଡ଼େ ନାହିଁ ‘ ।

newstrend

ଏହାକୁ ପ୍ରକାଶ କରନ୍ତୁ ନାହିଁ, ସେ ଏହାକୁ ଗ୍ରହଣ କରିବେ ନାହିଁ । ତା’ପରେ ମୁଁ ଏହା ଉପରେ ମନ୍ତବ୍ୟ ଦେବି । ତା’ପରେ ତାଙ୍କ କ୍ୟାମ୍ପରୁ ଷ୍ଟେଟମେଣ୍ଟ ଆସିବ, ନା ସେ ପରବୀନ ବୋବୀଙ୍କ ଭଳି ପାଗଳ ଅଟନ୍ତି । ଏଠାରେ ପରବୀନ ବୋବୀ ନାହାନ୍ତି , ଷ୍ଟେଟମେଣ୍ଟ ଦେବାକୁ ମୁଁ ଅଛି । ଛାଡ଼ନ୍ତୁ, ମୁଁ ମୋ ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ କାହିଁକି କହିବି । ମୁଁ ଅତ୍ୟନ୍ତ କ୍ରିଏଟିଭ ମଣିଷ ଅଟେ । ଅନେକ ଜିନିଷ ପ୍ରତି ମୋର ଆଗ୍ରହ ରହିଛି । ଲୋକମାନେ ମୋର ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରନ୍ତି, କିନ୍ତୁ ମୁଁ ସେ ସବୁ କେବଳ ମୋ ପର୍ଯ୍ୟନ୍ତ ହିଁ ସୀମିତ ରଖିବାକୁ ପସନ୍ଦ କରେ । ମିଷ୍ଟର ବଚ୍ଚନ ମୋ ପାଇଁ ଜରୁରୀ ଅଟନ୍ତି, ଆଉ ଅନ୍ୟ କାହା ପାଇଁ ନୁହେଁ ‘ ।

Leave a Reply

Your email address will not be published. Required fields are marked *