ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ରେଖା ! ପରିସ୍ଥିତି ବଶତଃ ଏହି କାରଣରୁ ବାଧ୍ୟତାମୂଳକ ଭାବେ ଅଭିନୟ ଆରମ୍ଭ କରିଥିଲେ…

ଅଭିନେତ୍ରୀ ହେବାକୁ ଚାହୁଁନଥିଲେ ରେଖା ! ପରିସ୍ଥିତି ବଶତଃ ଏହି କାରଣରୁ ବାଧ୍ୟତାମୂଳକ ଭାବେ ଅଭିନୟ ଆରମ୍ଭ କରିଥିଲେ…

ହିନ୍ଦୀ ସିନେମାର ସର୍ବୋତ୍ତମ ତଥା ଚିର ସବୁଜ ଅଭିନେତ୍ରୀ ରେଖା କ୍ରମାଗତ ଭାବରେ ହେଡଲାଇନରେ ରହି ଆସିଛନ୍ତି । ରେଖା ତାଙ୍କ ୫୦ ବର୍ଷର ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଏକ ବଳିକି ହିଟ୍ ଫିଲ୍ମ ଦେଇଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଏବଂ ପ୍ରଦର୍ଶନ ପାଇଁ ସମଗ୍ର ବିଶ୍ୱ ପାଗଳ । ରେଖା, ୬୬ ବର୍ଷ ବୟସରେ ମଧ୍ୟ ଆଜିର ହିରୋଇନ୍ ମାନଙ୍କୁ ପଛରେ ପକାଇ ଦିଅନ୍ତି ।

ରେଖା ହିନ୍ଦୀ ସିନେମା ଜଗତର ସର୍ବୋତ୍ତମ ଏବଂ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଯଦିଓ ରେଖା ସବୁବେଳେ ହେଡଲାଇନରେ ରହିଥା’ନ୍ତି, ହେଲେ ସେ ଦୀର୍ଘ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ । ରେଖା ଖୁବ୍ କମ୍ ବୟସରେ ଚଳଚ୍ଚିତ୍ରରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ରେଖା ଜଣେ ଅଭିନେତ୍ରୀ ନୁହେଁ ଆଉ କିଛି ହେବାକୁ ଚାହୁଁଥିଲେ । ହେଲେ କଣ ହବ, ଭାଗ୍ୟରେ ଅନ୍ୟ କିଛି ଲେଖାଥିଲା ।

ରେଖା ଜଣେ ଏୟାର୍ ହୋଷ୍ଟେସ୍ ହେବାକୁ ଚାହୁଁଥିଲେ

କୁହାଯାଏ ଯେ ରେଖା ଏୟାରହୋଷ୍ଟେସ୍ ହେବାର ସ୍ୱପ୍ନ ଦେଖିଥିଲେ । ହେଲେ ଭାଗ୍ୟ ଆଗରେ ତାଙ୍କର ସ୍ଵପ୍ନ ହରିଯାଇଥିଲା । ଶେଷରେ ପରଦାରେ ଆସିବା ପରେ ସେ ଲକ୍ଷ ଲକ୍ଷ ହୃଦୟକୁ ପାଗଳ କରିଥିଲେ । ଏୟାର୍ ହୋଷ୍ଟେସ୍ ହେବାର ତାଙ୍କର ସ୍ୱପ୍ନ କେବଳ ଏକ ସ୍ୱପ୍ନ ହୋଇରହିଗଲା । ଆକାଶରେ ଉଚ୍ଚ ଉଡ଼ିବାର ସ୍ୱପ୍ନ ଦେଖୁଥିବା ରେଖା ଫିଲ୍ମ ପରଦାରେ ମଧ୍ୟ ଅନେକ ସଫଳତା ପାଇଛନ୍ତି । ୭୦ ଏବଂ ୮୦ ଦଶକରେ ସେ ବଲିଉଡରେ ରାଜ୍ କରୁଥିଲେ । ଏକ ସମୟରେ ସେ ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ, କିନ୍ତୁ ପରେ ଚଳଚ୍ଚିତ୍ର ତାଙ୍କୁ ଦେଶ ତଥା ବିଶ୍ଵରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା ।

ମାଆଙ୍କ ନିର୍ଦ୍ଦେଶରେ କରିଥିଲେ ଚଳଚ୍ଚିତ୍ରରେ କାମ

କୁହାଯାଏ ଯେ ତାଙ୍କ ମାତାଙ୍କ କଥାରେ ରେଖା ଫିଲ୍ମ ଜଗତରେ ପ୍ରବେଶ କରିଥିଲେ । ଚଳଚ୍ଚିତ୍ରରେ କାମ କରିବାରେ ତାଙ୍କର ଉଦ୍ଦେଶ୍ୟ ନଥିଲା । ମାଆଙ୍କ ଜିଦ୍ ଆଗରେ ରେଖାଙ୍କୁ ନଇଁବାକୁ ପଡିଥିଲା । ମା’ଙ୍କ ନିର୍ଦ୍ଦେଶରେ ସେ ହିନ୍ଦୀ ସିନେମାରେ କ୍ୟାରିୟର୍ କରିବାକୁ ନିଷ୍ପତ୍ତି ନେଇଥିଲେ । ଫିଲ୍ମ ଜଗତ କୁ ଆସିବା ପାଇଁ ରେଖାଙ୍କର ମୁଖ୍ୟ କାରଣ ମଧ୍ୟ ତାଙ୍କ ପରିବାରର ଆର୍ଥିକ ଅବସ୍ଥା ଥିଲା । ବାସ୍ତବରେ, ରେଖାଙ୍କ ପରିବାର ବହୁତ ବଡ ଥିଲା, ହେଲେ ରୋଜଗାର କାମ୍ ଥିଲା । ସେଥିପାଇଁ ତାଙ୍କ ମା’ ରେଖାଙ୍କୁ ଅଭିନୟ କରିବାକୁ କହିଥିଲେ । ପ୍ରଥମେ ରେଖା ମା’ଙ୍କୁ ମନା କରିଦେଇଥିଲେ, କିନ୍ତୁ ପରେ ସେ ରାଜି ହୋଇଥିଲେ । ରେଖା ନିଜେ ତାଙ୍କ ସାକ୍ଷାତକାରରେ ଏହି ବିଷୟରେ କହିଛନ୍ତି ।

ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଅଭିନୟ ଆରମ୍ଭ କରିଥିଲେ

ସାକ୍ଷାତକାରରେ ଅଭିନେତ୍ରୀ ରେଖା କହିଛନ୍ତି ଯେ, ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ପାରିବାରିକ ସମସ୍ୟା ଦେଖି ରେଖା ମାତ୍ର ୧୩ ବର୍ଷ ବୟସରେ ସ୍କୁଲ୍ ଯିବା ବନ୍ଦ କରିଦେଲେ ଓ ଅଭିନୟ ଆରମ୍ଭ କରିଥିଲେ । ରେଖା କେବଳ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି ।

Leave a Reply

Your email address will not be published. Required fields are marked *