ପ୍ରେମ ବାସ୍ତବରେ ଅନ୍ଧ ହୋଇଥାଏ, ଏହି ଅଭିନେତ୍ରୀଙ୍କୁ ଦେଖି ନିଅନ୍ତୁ ! ଏମାନଙ୍କ ସ୍ୱାମୀ ଚାରି ଚାରୋଟି ପିଲାର ବାପା…

ପ୍ରେମ ବାସ୍ତବରେ ଅନ୍ଧ ହୋଇଥାଏ, ଏହି ଅଭିନେତ୍ରୀଙ୍କୁ ଦେଖି ନିଅନ୍ତୁ ! ଏମାନଙ୍କ ସ୍ୱାମୀ ଚାରି ଚାରୋଟି ପିଲାର ବାପା…

ବଲିଉଡ ଫିଲ୍ମରେ ଅନେକଥର ଅସମଞ୍ଜସ୍ୟ ଥିବା ଯୋଡ଼ି ମାନଙ୍କୁ ଦେଖିବାକୁ ମିଳିଥାଏ । ଏପରି ଘଟଣା ଅନେକ ସମୟରୁ ଚାଲି ଆସୁଛି । ଫିଲ୍ମ ଜରିଆରେ ଏହା ଆଦୌ ଜଣା ପଡ଼ି ନଥାଏ ଯେ କେଉଁ ଅଭିନେତାଙ୍କୁ କେଉଁ ଅଭିନେତ୍ରୀଙ୍କୁ ପ୍ରେମ ହୋଇ ଯାଉଛି । ନା କେହି ବୟସ ଦେଖିଥାଏ ନା କେହି କାହାର ଷ୍ଟେଟସ୍ । ଏହିପରି ଅନେକ କାହାଣୀ ଆମକୁ ବାସ୍ତବ ଜୀବନରେ ଦେଖିବାକୁ ମିଳିଥାଏ । ବଲିଉଡରେ ଏହିପରି ଅନେକ ପ୍ରେମ କାହାଣୀ ରହିଛି ଯାହା ପ୍ରମାଣ କରିଥାଏ ଯେ ପ୍ରେମ ଅନ୍ଧ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ବଲିଉଡର ସେହିପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯେଉଁମାନେ ପ୍ରେମରେ ପଡ଼ି ସବୁକିଛି କୁ ଭୁଲାଇ ଦେଇଛନ୍ତି ତ ଆଉ କିଛି ତିନି ଚାରୋଟି ପିଲା ଥିବା ପିତାଙ୍କୁ ବିବାହ କରିଛନ୍ତି । ଏଥିମଧ୍ୟରୁ ଅନେକଙ୍କ ନାମ ଶୁଣିବାକୁ ମଧ୍ୟ ଆପଣ ଆଗ୍ରହ ପ୍ରକାଶ କରିବେ ।

ଜୟା ପ୍ରଦା :-

୮୦ ଦଶକରେ ଅଭିନେତ୍ରୀ ଥିବା ଜୟା ପ୍ରଦାଙ୍କ ନାମ ଏକ ତରଫା ଥିଲା । ସେ ୧୯୮୬ରେ ଫିଲ୍ମ ନିର୍ମାତା ଶ୍ରୀକାନ୍ତ ନହାଟାଙ୍କୁ ବିବାହ କରିଥିଲେ । ଜୟା ପ୍ରଦା ଏବଂ ଶ୍ରୀକାନ୍ତ ନହାଟାଙ୍କ ବିବାହ ସେହି ସମୟର ସବୁଠାରୁ ବିବାଦିତ ବିବାହ ମାନଙ୍କ ମଧ୍ୟରେ ଅନ୍ୟତମ ଥିଲା । ଶ୍ରୀକାନ୍ତ ନହାଟା ବିବାହିତ ଥିଲେ ଏବଂ ତାଙ୍କର ତିନି ସନ୍ତାନ ମଧ୍ୟ ଥିଲେ । ସେ ନିଜର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ୱିତୀୟ ବିବାହ କରିଥିଲେ । ଜୟା ପ୍ରଦାଙ୍କୁ ଏହି ବିବାହ କାରଣରୁ ଅନେକ କିଛି ଶୁଣିବାକୁ ପଡ଼ିଥିଲା । ଜୟାଙ୍କର ନିଜର କୌଣସି ସନ୍ତାନ ନଥିଲେ । ସେ ନିଜ ଭଉଣୀଙ୍କ ପୁଅକୁ କୋଳେଇ ନେଇଥିଲେ ।

ହେମା ମାଳିନୀ :-

ହେମା ମାଳିନୀ ନିଜ ସମୟର ସବୁଠାରୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ପ୍ରଶଂସକ ମଧ୍ୟ ଲକ୍ଷାଧିକ ସଂଖ୍ୟାରେ ଥିଲେ । ସଂଜୀବ୍ କୁମାର୍ ଏବଂ ଜିତେନ୍ଦ୍ର ଭଳି ଅଭିନେତା ହେମା ମାଳିନୀଙ୍କୁ ବିବାହ କରିବାର ସ୍ବପ୍ନ ଦେଖିଥିଲେ । ଏହି ଅଭିନେତାମାନେ ଯେତେବେଳେ କୁଆଁରା ଥିଲେ ସେତେବେଳେ ସେମାନେ ହେମା ମାଳିନୀଙ୍କୁ ପସନ୍ଦ କରୁଥିଲେ । କିନ୍ତୁ “ଡ୍ରିମ୍ ଗାର୍ଲ”ଙ୍କ ହୃଦୟ ବିବାହିତ ଏବଂ ଚାରି ସନ୍ତାନଙ୍କ ପିତା ଥିବା ଅଭିନେତା ଧର୍ମେନ୍ଦ୍ରଙ୍କ ଉପରେ ଆସିଥିଲା । ଯେତେବେଳେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କର ବିବାହ ହେଲା ସେତେବେଳେ ଧର୍ମେନ୍ଦ୍ରଙ୍କ ବଡ଼ ପୁଅ ୨୩ ବର୍ଷୀୟ ସୋନି ଦେଓଲ୍ ବଲିଉଡରେ ଡେବ୍ୟୁ କରିବା ପ୍ରସ୍ତୁତିରେ ଥିଲେ ।

ଶବାନା ଆଜମୀ :-

ଶବାନା ଆଜମୀଙ୍କ ନାମ ମଧ୍ୟ ଏହି ଲିଷ୍ଟରେ ସାମିଲ୍ ଅଛି । ଶବାନା ଆଜମୀ ଲେଖକ ଜାବେଦ ଅଖତରଙ୍କୁ ବିବାହ କରିଥିଲେ । ଜାବେଦ ଅଖତର ପୂର୍ବରୁ ହନୀ ଇରାନୀଙ୍କୁ ବିବାହ କରି ସାରିଥିଲେ । ଏହା ବ୍ୟତୀତ ସେ ଦୁଇ ସନ୍ତାନ ଫରହାନ୍ ଅଖତର ଏବଂ ଜୋୟା ଅଖତରଙ୍କ ବାପା ମଧ୍ୟ ଥିଲେ । ଶବାନା ଆଜମୀଙ୍କର ମଧ୍ୟ ନିଜର ସନ୍ତାନ ନାହାଁନ୍ତି । ଫରହାନ୍ ଏବଂ ଜୋୟା ତାଙ୍କୁ ନିଜ ମା’ ଭଳି ସମ୍ମାନ ଦେଇଥାନ୍ତି । ଶବାନା ଆଜମୀଙ୍କ ବାପା ଲୋକପ୍ରିୟ ଗାୟକ କୈଫି ଆଜମୀ ଏହି ବିବାହ ବିରୋଧରେ ଥିଲେ ।

ଶ୍ରୀଦେବୀ :-

ଶ୍ରୀଦେବୀ ଯେତିକି ସୁନ୍ଦର ଥିଲେ ସେତିକି ବିବାଦିତ ତାଙ୍କ ଜୀବନ ମଧ୍ୟ ଥିଲା । ଶ୍ରୀଦେବୀଙ୍କୁ ‘ହୋମ୍ ବ୍ରେକର୍’ର ଟ୍ୟାଗ୍ ମଧ୍ୟ ଦିଆଯାଇଥିଲା । ଶ୍ରୀଦେବୀ ବୋନୀ କପୂରଙ୍କୁ ବିବାହ କରିଥିଲେ । ବୋନୀ କପୂର ନିଜର ପ୍ରଥମ ପତ୍ନୀ ମୋନାଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କୁ ବିବାହ କରିଥିଲେ । ବୋନୀ ପୂର୍ବରୁ ଦୁଇ ସନ୍ତାନ ଅର୍ଜୁନ ଏବଂ ଅଂଶୁଲା କପୂରଙ୍କ ପିତା ଥିଲେ । ଏମାନଙ୍କୁ ମଧ୍ୟ ସମାଜର ଗାଳି ଏବଂ କଥା ଶୁଣିବାକୁ ପଡ଼ିଥିଲା ।

ଶିଳ୍ପା ସେଟ୍ଟୀ :-

ଶିଳ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରା ଉଭୟ ଲୋକପ୍ରିୟ ଦମ୍ପତ୍ତି ଅଟନ୍ତି । ସେମାନଙ୍କ କ୍ୟାମେଷ୍ଟ୍ରି ମଧ୍ୟ ଖୁବ୍ ଉତ୍ସାହ ଜନକ । ଶିଳ୍ପା ମଧ୍ୟ ରାଜ କୁନ୍ଦ୍ରାଙ୍କର ଦ୍ୱିତୀୟ ପତ୍ନୀ ଅଟନ୍ତି । ଏହା ତ ସାରା ଦୁନିଆ ଜାଣିଛି ଯେ ରାଜ କୁନ୍ଦ୍ରା ନିଜର ପ୍ରଥମ ପତ୍ନୀ କବିତାଙ୍କୁ ଛାଡ଼ପତ୍ର ଦେଇ ଶିଳ୍ପା ସେଟ୍ଟୀଙ୍କୁ ବିବାହ କରିଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରାଜ କୁନ୍ଦ୍ରାଙ୍କର ଏକ ଝିଅ ଦେଲେନା କୁନ୍ଦ୍ରା ମଧ୍ୟ ଅଛନ୍ତି । ଶିଳ୍ପା ଆସିବା ପରେ ରାଜ କୁନ୍ଦ୍ରା ନିଜ ଝିଅକୁ ଭୁଲାଇ ଦେଇଥିଲେ ।

କରୀନା କପୂର୍ ଖାନ୍ :-

କରୀନା କପୂରଙ୍କ ନାମ ତାଙ୍କ ସମୟରେ ଅନେକ ଅଭିନେତାଙ୍କ ନାମ ସହିତ ଯୋଡ଼ି ଥିଲା । କିନ୍ତୁ ସେ ଛୋଟ ନବାବ ସୈଫ୍ ଅଲୀ ଖାନଙ୍କୁ ପସନ୍ଦ କରୁଥିଲେ । କରୀନା କପୂର ଏବଂ ସୈଫଙ୍କ ଲଭ୍ ଷ୍ଟୋରୀ ଫିଲ୍ମ ‘ଟଶନ୍’ର ଶେଟରେ ହୋଇଥିଲା ।କରୀନା କପୂରଙ୍କ ନାମ ଶାହୀଦ୍ କପୂରଙ୍କ ନାମ ସହିତ ମଧ୍ୟ ଯୋଡ଼ି ଥିଲା । ଏହାପରେ କରୀନା କପୂର ଛାଡ଼ପତ୍ର ପ୍ରାପ୍ତ ଏବଂ ଦୁଇ ସନ୍ତାନଙ୍କ ପିତା ସୈଫ ଅଲୀଙ୍କୁ ବିବାହ କରିଥିଲେ । ସୈଫ ଅଲୀ ବୟସରେ ମଧ୍ୟ କରୀନା କପୂରଙ୍କ ଠାରୁ ୧୧ ବର୍ଷର ବଡ଼ ଅଟନ୍ତି ।

Leave a Reply

Your email address will not be published. Required fields are marked *