ଏହି ଦୁଇ ଲୋକଙ୍କ ପାଇଁ କଞ୍ଚା ପିଆଜ ବିଷ ଠାରୁ କମ୍ ନୁହେଁ…..

ଏହି ଦୁଇ ଲୋକଙ୍କ ପାଇଁ କଞ୍ଚା ପିଆଜ ବିଷ ଠାରୁ କମ୍ ନୁହେଁ…..

ଏହି ଦୁଇ ଲୋକଙ୍କ ପାଇଁ କଞ୍ଚା ପିଆଜ ବିଷ ଠାରୁ କମ୍ ନୁହେଁ, ଭୁଲରେ ମଧ୍ୟ ଖାଇବା ଉଚିତ ନୁହଁ ।

ଭାରତୀୟ ବ୍ୟଞ୍ଜନ ପ୍ରସ୍ତୁତ ପାଇଁ ପିଆଜର ବହୁଳ ବ୍ୟବହାର କରାଯାଏ । ବିନା ପିଆଜର ଖାଦ୍ୟକୁ ଅଧୁରା ବୋଲି ମନେ କରାଯାଏ । ପ୍ରାୟତଃ ଲୋକମାନେ କଞ୍ଚା ପିଆଜକୁ ସାଲାଡ଼ ଭାବରେ ଖାଇଥାନ୍ତି । ବହୁତ୍ କମ୍ ଲୋକ ଥିବେ ଯେଉଁମାନେ ପିଆଜ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଅଧିକାଂଶ ଲୋକ ବିନା ପିଆଜରେ ସାଲାଡ଼ ଖାଇବା ପସନ୍ଦ କରନ୍ତି ନାହିଁ ।

କଞ୍ଚା ପିଆଜ କୋଷ୍ଟକୋଠିନ୍ୟ ଏବଂ କାନ ଯୁକ୍ତ ସମସ୍ୟାରୁ ଆରାମ ଦେଇଥାଏ, କିନ୍ତୁ ଆପଣ ଏହା ଜାଣନ୍ତି କି କିଛି ବ୍ୟକ୍ତି ମାନଙ୍କୁ କଞ୍ଚା ପିଆଜ ସେବନରୁ ଦୂରରେ ରହିବା ଆବଶ୍ୟକ । ପିଆଜରେ ବହୁତ ଅଧିକ ପୋଷକ ତତ୍ତ୍ଵ ଏବଂ ସୁରକ୍ଷା କ୍ଷମତା ରହିଥାଏ ଯାହା ଆମର ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ସହାୟକ ହୋଇଥାଏ । ପିଆଜରେ ଔଷଧୀୟ ଗୁଣ ରହିଥିବା କାରଣରୁ ଏହାର ଉପଯୋଗ ଏବଂ ବ୍ୟବହାର କରିବା ଫଳରେ ବିଭିନ୍ନ ରୋଗରୁ ମୁକ୍ତି ମଧ୍ୟ ମିଳିଥାଏ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ କଞ୍ଚା ପିଆଜର ଲାଭ ବିଷୟରେ ଶୁଣିଥିଲେ ଏବଂ ପଢିଥିବେ କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ କଞ୍ଚା ପିଆଜର କ୍ଷତି ବିଷୟରେ ଅବଗତ କରାଇବୁ । କିଛି ଖାସ୍ ଲୋକ ମାନଙ୍କୁ କଞ୍ଚା ପିଆଜର ବ୍ୟବହାର କରିବା କଥା ନୁହଁ । ଏହି ଲୋକଙ୍କ ପାଇଁ କଞ୍ଚା ପିଆଜ ଘାତକ ହୋଇପାରେ । ତଳେ ପଢନ୍ତୁ କେଉଁ କେଉଁ ଲୋକଙ୍କୁ କଞ୍ଚା ପିଆଜ ସେବନ କରିବା ଉଚିତ୍ ନୁହେଁ ।

କଞ୍ଚା ପିଆଜରେ ରହିଥାଏ ଫାଇବର, ଆମର ପେଟରେ ଅଟକିଥିବା ଖାଦ୍ୟକୁ ବାହାର ବା ହଜମ କରିବାରେ ସାହାଯ୍ୟ କରିଥାଏ । ଏହା ପେଟକୁ ସଫା କରିଥାଏ ତେଣୁ ଯେଉଁ ଲୋକ ମାନଙ୍କୁ କୋଷ୍ଟକୋଠିନ୍ୟ ସମସ୍ୟା ରହିଛି ସେମାନେ ଆପଣ ପିଆଜର ସେବନ କଲେ ସେମାନଙ୍କ ନିମନ୍ତେ ଉଚିତ ହୋଇଥାଏ ।

ରକ୍ତ ଚାପ ସାମାନ୍ୟ ହୋଇଥାଏ

କଞ୍ଚା ପିଆଜ ଉଚ୍ଚ ରକ୍ତ ଚାପ ସମସ୍ୟାକୁ ସମାନ ରଖିବାରେ ସାହାଯ୍ୟ କରେ । ଏଥିରେ ରକ୍ତର ବନ୍ଦ ଧମନୀ ଖୋଲିଯାଏ, ଯାହାଦ୍ଵାରା ହୃଦୟ ରୋଗ ଶେଷ ହୋଇଯାଏ । କଞ୍ଚା ପିଆଜରେ ଏସିଡ ଏବଂ ମିଥାଇଲ ସଲ୍ଫାଇଡ ରହିଥାଏ, ଯାହା କଲଷ୍ଟ୍ରୋଲକୁ କମ କରିବାରେ ଏବଂ ଭଲ କଲଷ୍ଟୋଲକୁ ବୃଦ୍ଧି କରିବାରେ ସାହାଯ୍ୟ କରେ ।

ମଧୁମେହ ପାଇଁ ଲାଭକାରୀ

ମଧୁମେହରେ ମଧ୍ୟ କଞ୍ଚା ପିଆଜ ଲାଭ ଦାୟକ ହୋଇଥାଏ । ଏହା ଶରୀରରେ ଇଁସୁଲିନର ମାତ୍ରା ବୃଦ୍ଧି କରେ । ଏଥି ଯୋଗୁଁ ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ପିଆଜ ସେବନ କରିବା ଲାଭ ଦାୟକ ଅଟେ ।

ଏହି ଦୁଇ ପ୍ରକାରର ବ୍ୟକ୍ତିଙ୍କୁ ପିଆଜ ସେବନ କରିବା ଉଚିତ୍ ନୁହେଁ

ରକ୍ତ ହୀନତାରେ ପୀଡ଼ିତ ବ୍ୟକ୍ତି

ଏହା ଛଡ଼ା ରକ୍ତହୀନତାରେ କଷ୍ଟ ଭୋଗୁଥିବା ଲୋକ ମାନଙ୍କୁ କଞ୍ଚା ପିଆଜର ସେବନ କରିବା ଉଚିତ୍ ନୁହେଁ । ରକ୍ତହୀନତା କାରଣରୁ ଲୋକ ଏମୀନିୟା ରୋଗରେ ପୀଡିତ ହୋଇଯାଏ । ଏହି ରୋଗରେ ଲୌହର ମାତ୍ରା କମିଯାଏ, ଯାହା ଦ୍ଵାରା ରକ୍ତର ଗଠନ ହେବା ମଧ୍ୟ କମିଯାଏ । ତେଣୁ ଆପଣଙ୍କ ଶରୀରରେ ରକ୍ତର ଅଭାବ ଅଛି ତେବେ କଞ୍ଚା ପିଆଜ ସେବନ କରନ୍ତୁ ନାହିଁ । କଞ୍ଚା ପିଆଜ ଖାଇବା ଦ୍ବାରା ରକ୍ତର ସ୍ତର କମ ହୋଇଯାଏ, ଯାହାଦ୍ଵାରା ଅନେକ ସମସ୍ୟା ହୋଇଥାଏ ।

ଯକୃତ ସମସ୍ୟାରେ ପିଡ଼ିତ ଲୋକ

ଯକୃତର ସମସ୍ୟାରେ ପୀଡ଼ିତ ରୋଗୀ ମଧ୍ୟ କଞ୍ଚା ପିଆଜ ଖାଇବା ଉଚିତ୍ ନୁହଁ । ଯକୃତ ରୋଗୀଙ୍କ ନିମନ୍ତେ କଞ୍ଚା ପିଆଜ ସେବନ କରିବା ବିଷ ସହ ସମାନ ଅଟେ । କଞ୍ଚା ପିଆଜ ଯକୃତର ସମସ୍ୟାକୁ ବୃଦ୍ଧି କରିଦିଏ । ଯଦି ଆପଣ ଯକୃତ ଭଳି କୌଣସି ସମସ୍ୟାରେ ପୀଡ଼ିତ ତେବେ ଆପଣ ଆଜି ହିଁ କଞ୍ଚା ପିଆଜ ସେବନ କରିବା ତ୍ୟାଗ କରିନେବା ଉଚିତ୍ ।

Leave a Reply

Your email address will not be published. Required fields are marked *