କଞ୍ଚା କ୍ଷୀର : ଦାମୀ ବ୍ୟୁଟି ପ୍ରଡକ୍ଟସ୍ ଠାରୁ କାହିଁ କେତେ ଗୁଣରେ ତ୍ଵଚା ଉତ୍ତମ ସାବ୍ୟସ୍ତ ହୋଇଥାଏ । ଏହାକୁ ବ୍ୟବହାର କରିଲେ ହୋଇଯିବେ ସୁନ୍ଦରୀ …

କଞ୍ଚା କ୍ଷୀର : ଦାମୀ ବ୍ୟୁଟି ପ୍ରଡକ୍ଟସ୍ ଠାରୁ କାହିଁ କେତେ ଗୁଣରେ ତ୍ଵଚା ଉତ୍ତମ ସାବ୍ୟସ୍ତ ହୋଇଥାଏ । ଏହାକୁ ବ୍ୟବହାର କରିଲେ ହୋଇଯିବେ ସୁନ୍ଦରୀ …

ସୁନ୍ଦର ଦେଖାଯିବା କାହାକୁ ବା ପସନ୍ଦ ନୁହେଁ । ଯେକେହିବି ଭିଡ଼ ମଧ୍ୟରେ ଅଲଗା ଏବଂ ସୁନ୍ଦର ଦେଖା ଯିବାକୁ ଚାହାଁନ୍ତି । ଏହି କାରଣରୁ ସେମାନେ ବ୍ୟୁଟି ପାର୍ଲର୍ ଏବଂ ଦାମୀ ପ୍ରଡକ୍ଟସ୍ ଉପରେ ଅନେକ ଚର୍ଚ୍ଚା ମଧ୍ୟ କରିଥାନ୍ତି । ବଜାରରେ ମିଳୁଥିବା ଏହି ବ୍ୟୁଟି ପ୍ରଡକ୍ଟସରେ ଅନେକ ପ୍ରକାରର ହାନୀକାରକ କ୍ୟାମିକାଲ୍ ମଧ୍ୟ ଥାଏ । ଏହା ଆପଣଙ୍କ ତ୍ୱଚାକୁ ଖୁବଶୀଘ୍ର ଖରାପ କରି ଦେଇଥାଏ । ତେଣୁ ଘରୋଇ ଉପଚାର ସବୁଠାରୁ ଭଲ ହୋଇଥାଏ ।

ଆଜି ଆମେ ଆପଣଙ୍କୁ କଞ୍ଚା କ୍ଷୀର ଦ୍ଵାରା ସୁନ୍ଦର ଦେଖାଯିବାର ରାମବାଣ ଚିକିତ୍ସା ବିଷୟରେ କହିବାକୁ ଯାଉଛୁ । ଏବେ ପର୍ଯ୍ୟନ୍ତ ଆପଣ କ୍ଷୀରର ବ୍ୟବହାର କେବଳ ସୁସ୍ଥ ରହିବା ପାଇଁ କରି ଆସିଥିବେ । କିନ୍ତୁ କଞ୍ଚା କ୍ଷୀର ଆପଣଙ୍କର ତ୍ୱଚା ଏବଂ କେଶକୁ ଭଲ ରଖିବା ପାଇଁ ଲାଭକାରୀ ହୋଇଥାଏ । ଏହାକୁ ଠିକ୍ ଭାବରେ ଉପଯୋଗ କରି ପାରିଲେ ଭଲ ଫାଇଦା ମିଳିଥାଏ ।

କଞ୍ଚା କ୍ଷୀର ଏବଂ ଗାଜର :-

ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଦୁଇରୁ ତିନୋଟି ଛୋଟ ଚାମଚ କଞ୍ଚା କ୍ଷୀର ଏବଂ ଗାଜର ରସ କୁ ମିଶାଇ ଦିଅନ୍ତୁ । ଏବେ ସେଥିରେ ଏକ ଚାମଚ ଦହି ମଧ୍ୟ ମିଶାଇ ଦିଅନ୍ତୁ । ଏସବୁକୁ ଭଲ ଭାବରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ । ଏବେ ଏହି ପେଷ୍ଟ ନିଜ ଚେହେରା ଏବଂ ବେକରେ ଲଗାନ୍ତୁ । ଏହାକୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ତ୍ୱଚାରେ ଚମକ ଆସିଯିବ ଯାହା ଦ୍ଵାରା ଆପଣ ଅଧିକ ସୁନ୍ଦର ଦେଖାଯିବେ ।

କଞ୍ଚା କ୍ଷୀର ଏବଂ କଦଳୀ

ଏକ ଚାମଚ୍ ହଳଦୀ, ଏକ ବଡ଼ ଚାମଚ୍ କଞ୍ଚା କ୍ଷୀରକୁ ଭଲ ଭାବରେ ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଦଶ ମିନିଟ୍ ପର୍ଯ୍ୟନ୍ତ ନିଜ ତ୍ୱଚା ଏବଂ ବେକରେ ଲଗାଇ ରଖନ୍ତୁ । ପରେ ଏହାକୁ ଥଣ୍ଡାପାଣି ଦ୍ୱାରା ଧୋଇ ନିଅନ୍ତୁ । ଆପଣଙ୍କ ତ୍ୱଚାରେ ଉଜ୍ଜଳତା ଆସିବ । ତାସହିତ ତ୍ୱଚା ମଧ୍ୟ ସୁନ୍ଦର ହୋଇଯିବ ।

କଞ୍ଚା କ୍ଷୀର ଏବଂ ମହୁ

ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ ଦୁଇ ଛୋଟ ଚାମଚ୍ କ୍ଷୀର ଏବଂ ଦୁଇ ବଡ଼ ଚାମଚ ମହୁ କୁ ଭଲଭାବରେ ମିଶାଇ ଦିଅନ୍ତୁ । ଏବେ ଏହାକୁ ଚେହେରାରେ ଲଗାଇ ୧୫ ମିନିଟ୍ ପର୍ଯ୍ୟନ୍ତ ରହିବାକୁ ଦିଅନ୍ତୁ । ଆପଣଙ୍କ ଚେହେରାରେ ଉଜ୍ଜଳତା ଆସିଯିବ । ଏହି ମିଶ୍ରଣକୁ ଆପଣ କେଶରେ ମଧ୍ୟ ଲଗାଇ ପାରିବେ ।

କେଶରେ ଏହାକୁ ଆପଣ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ୨୦ ମିନିଟ୍ ପରେ ସାମ୍ପରେ ଧୋଇ ଦିଅନ୍ତୁ । ଆପଣଙ୍କ କେଶ ସିଲକୀ ଏବଂ ଉଜ୍ଜଳ ହୋଇଯିବ । କିନ୍ତୁ ଏହି ଧ୍ୟାନ ରଖିବେ ଯଦି ଆପଣଙ୍କର ସେନସିଟିଭ୍ ସ୍କିନ୍ ତେବେ ଆପଣ କେବଳ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *