ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥାଏ କଞ୍ଚା ଆମ୍ବର ପଣା  ! ମିଳିବ ଏହି ଚାରୋଟି ଲାଭ…

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ୍ୟ ହୋଇଥାଏ କଞ୍ଚା ଆମ୍ବର ପଣା ! ମିଳିବ ଏହି ଚାରୋଟି ଲାଭ…

ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଗଲାଣି । ଏମିତିରେ ଆମ ସମସ୍ତଙ୍କୁ ନିଜ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖିବା ମଧ୍ୟ ଆରମ୍ଭ କରିଦେବା ଉଚିତ୍ । ଗରମରେ ନିଜକୁ ହାଇଡ୍ରେଟ୍ ରଖିବା ନିତାନ୍ତ ଜରୁରୀ ଅଟେ । ଏଥିପାଇଁ ଏହି ସମୟରେ ଆପଣଙ୍କୁ ଅଧିକରୁ ଅଧିକ ପାଣି ପିଇବାର ପରାମର୍ଶ ଦିଆଯାଇଥାଏ । କିନ୍ତୁ ଅନେକଥର ପାଣି ପିଇ ପିଇ ମଧ୍ୟ ମଣିଷ ବିରକ୍ତ ହୋଇଯାଏ । ଏପରି ସ୍ଥିତିରେ ଆପଣ ପାଣି ବଦଳରେ ସୁସ୍ଥ ପାନୀୟ ମଧ୍ୟ ପିଇ ପାରିବେ । ଏହି ସ୍ୱସ୍ଥ୍ୟ ପେୟ ଆପଣଙ୍କୁ ଗ୍ରୀଷ୍ମପ୍ରବାହରୁ ମଧ୍ୟ ବଞ୍ଚାଇ ପାରିବ ।

ଗରମ ଦିନରେ କଞ୍ଚା ଆମ୍ବରେ ପ୍ରସ୍ତୁତ ଆମ୍ବ ପଣା ପିଇବାର ମଜା ମଧ୍ୟ ଭିନ୍ନ ପ୍ରକାରର । ଏହା ନା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଏହାକୁ ଆପଣ ଗରମରେ ପ୍ରତିଦିନ ପିଇପାରିବେ । ଏହା ଶରୀରଭିତରକୁ ପ୍ରବେଶ କରିବା ମାତ୍ରେ ଶରୀରକୁ ଅନେକ ଫାଇଦା ମିଳିଥାଏ । ତେଣୁ ଚାଲନ୍ତୁ ଜାଣିନେବା ଯେ କଞ୍ଚା ଆମ୍ବର ପ୍ରସ୍ତୁତ ପାନୀୟ ପିଇବା ଦ୍ୱାରା କଣ ଲାଭ ମିଳିଥାଏ ।

୧. ଆମ୍ବ ପଣା ପିଇବା ଦ୍ୱାରା ଆପଣଙ୍କ ଶକ୍ତି ସ୍ତର ବଢ଼ିବା ଅନୁଭବ କରି ପାରିବେ । ଏହାକୁ ପିଇବା ମାତ୍ରେ ଏନରଜେଟିକ୍ ଫିଲିଙ୍ଗ ଆସିଥାଏ । ଆମ୍ବ ପାଣରେ ଆଇରନ୍ ଅଧିକ ମାତ୍ରାରେ ଥାଏ । ଏହା ସ୍ୱାସ୍ଥ୍ୟ ଉପରେ ଖୁବ୍ ଭଲ ପ୍ରଭାବ ପକାଇ ଥାଏ । ଏହାଦ୍ଵାରା ଆପଣଙ୍କ ଶରୀର ଶକ୍ତିଶାଳୀ ହୋଇଯାଏ । ଶରୀରକୁ ଦୁର୍ବଳତା ଦୂରେଇ ଯାଏ ।

୨. ଆମ୍ବ ପଣାରେ ‘ଭିଟାମିନ୍-B6’ ରହିଥାଏ । ଏହାଦ୍ଵାରା ହର୍ମୋନ୍ ଗୁଡ଼ିକ ଖୁବ୍ ଭଲ ଭାବରେ କାମ କରିଥାନ୍ତି । ଏହାକୁ ପିଇବା ପରେ ଶରୀରରେ ହେପି ହର୍ମୋନ୍ ଉପଯୁକ୍ତ ନିୟନ୍ତ୍ରଣରେ ରହିଥାଏ । ଏହିଭଳି ଭାବରେ ମନୁଷ୍ୟ ଡିପ୍ରେସନରୁ ମଧ୍ୟ ବର୍ତ୍ତ ଥାଏ । ସହଜ ଭାଷାରେ କହିଲେ ଆମ୍ବ ପଣା ପିଇବା ଦ୍ୱାରା ଆପଣ ଶାନ୍ତ ଏବଂ ରିଲେକ୍ସ ଅନୁଭବ କରିବେ । ଏହାଦ୍ଵାରା ମାନସିକ ଅବସାଦ କମ୍ ହୋଇଯାଏ । ଯାହାଦ୍ୱାରା ଆପଣ ଖୁବ୍ ଭଲ ଅନୁଭବ କରିବେ ।

୩ . ମଧୁମେହ ରୋଗୀ ମଧ୍ୟ କଞ୍ଚା ଆମ୍ବ ପଣା ପିଇବା ଉଚିତ୍ । କିନ୍ତୁ ଏଥିରେ ଚିନି ନମିଶଇଲେ ଭଲ ରହିବ । ଏହି କଞ୍ଚା ଆମ୍ବ ଆପଣଙ୍କ ଶରୀରର ଇନସୁଳିନ୍ ସ୍ତର କୁ ସାମାନ୍ୟ ରଖିବାର କାମ୍ କରିଥାଏ । ଏହିଭଳି ଭାବରେ ରୋଗୀ ଏହାକୁ ପିଇଲେ ଖୁବ୍ ଫାଇଦା ମିଳିଥାଏ ।

୪. ପାଚନ ତନ୍ତ୍ର କୁ ଅଧିକ ଭଲ ବନାଇବାରେ ମଧ୍ୟ ଆମ୍ବ ପଣା ଲାଭକାରୀ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କର ପାଚନ ତନ୍ତ୍ର ମଜବୁତ୍ ହୋଇଥାଏ । କେବଳ ସେତିକି ନୁହେଁ ଏହା ପେଟ ବ୍ୟଥାର ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ । ବାସ୍ତବରେ ଏଥିରେ ପେକ୍ଟିନ୍ ନାମକ ରସାୟନ ଥାଏ ଯାହା ପାଚନ ପାଇଁ ଭଲ ହୋଇଥାଏ । ତେଣୁ ସବୁ ଦିଗରୁ ଦେଖିଲେ ଆମ୍ବ ପଣା ଆପଣଙ୍କ ପେଟ ଏବଂ ପାଚନ ସହିତ ଜଡ଼ିତ ସମସ୍ତ ସମସ୍ୟାରୁ ମୁକ୍ତି ଦେବା କାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *