ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀୱା ହେଉଛନ୍ତି କୋଟିପତି ପିତାଙ୍କ ଝିଅ ! ବିବାହ ପୂର୍ବରୁ ଜାମାତାଙ୍କୁ ୧କୋଟି ଟଙ୍କାର ଅଡ଼ି ଦେଇଛନ୍ତି…

ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀୱା ହେଉଛନ୍ତି କୋଟିପତି ପିତାଙ୍କ ଝିଅ ! ବିବାହ ପୂର୍ବରୁ ଜାମାତାଙ୍କୁ ୧କୋଟି ଟଙ୍କାର ଅଡ଼ି ଦେଇଛନ୍ତି…

ଭାରତୀୟ ଅଲରାଉଣ୍ଡର୍ ରବିନ୍ଦ୍ର ଜାଡେଜା ଆମ ସମସ୍ତଙ୍କର ପ୍ରିୟ ଖେଳାଳି ଅଟନ୍ତି । ତାଙ୍କର ନିଷ୍ଠାପର ଏବଂ ଶକ୍ତି ବାସ୍ତବରେ ପ୍ରଶଂସନୀୟ ଅଟେ । ବାଲ୍ୟକାଳରୁ ସେ ନିଜ ଜୀବନ କୁ କ୍ରିକେଟ୍ ପାଇଁ ଉତ୍ସର୍ଗୀକୃତ କରିଥିଲେ । ୨୦୦୯ ମସିହାରେ ରବିନ୍ଦ୍ର ଜାଡେଜା ନିଜର ଆନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିଲେ । ସେ ବୋଲିଂ ସହିତ ବ୍ୟାଟିଂ ଏବଂ ଫିଲ୍ଡିଂରେ ମଧ୍ୟ ସଫଳ ହୋଇପାରିଛନ୍ତି । ସେ ପ୍ରଥମ ଶ୍ରେଣୀ କ୍ରିକେଟରେ କ୍ରମାଗତ ଭାବରେ ତିନିଗୁଣ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଏବଂ ସାମଗ୍ରିକ ଅଷ୍ଟମ କ୍ରିକେଟର୍ ଅଟନ୍ତି । ପଡ଼ିଆରେ ତାଙ୍କ ଫିଲ୍ଡିଂ ଦେଖିବା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ । ଦୁନିଆର ଶ୍ରେଷ୍ଠ ଫିଲ୍ଡର ମାନଙ୍କ ମଧ୍ୟରେ ତାଙ୍କୁ ଗଣନା କରାଯାଏ ।

ଯଦି ଆମେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବାର୍ତ୍ତା କରିବା, ତେବେ ଜାଡୁଙ୍କୁ କେବଳ ସିଧାସାଧା ସରଳ ଝିଅ ପସନ୍ଦ ଥିଲେ । କିନ୍ତୁ ସେ କେବଳ ନିଜ ଖେଳ ପ୍ରତି ଧ୍ୟାନ ଦେଉଥିଲେ । ଥରେ ତାଙ୍କ ଭଉଣୀ ନୈନା ରବିନ୍ଦ୍ରଙ୍କୁ ତାଙ୍କ ସାଙ୍ଗଙ୍କ ସହିତ ଭେଟିବାକୁ କହିଥିଲେ । ବହୁତ ଥର କହିବା ପରେ ସେ ଅନିଚ୍ଛା ସତ୍ତ୍ୱେ ମଧ୍ୟ ସେହ ଝିଅକୁ ଭେଟିବାକୁ ରାଜି ହୋଇଥିଲେ । କିନ୍ତୁ ଯେତେବେଳେ ସେ ସେହି ଝିଅଙ୍କୁ ଦେଖିଲେ, ସେ କ୍ଲିନ୍ ବୋଲ୍ଡ ହୋଇ ଯାଇଥିଲେ । ସେହି ଝିଅ ଜଣକ ଆଉ କେହି ନୁହଁନ୍ତି ବରଂ ରୀୱା ସୋଲାଙ୍କୀ ଥିଲେ । ରୀୱାଙ୍କୁ ଦେଖିବା ମାତ୍ରେ ଜାଡେଜାଙ୍କୁ ଅନୁଭବ ହୋଇଥିଲା କି, ସେ ହେଉଛନ୍ତି ସେହି ଝିଅ ଯାହାକୁ ସେ ତାଙ୍କ ଜୀବନ ସାଥୀ କରିବାକୁ ଚାହୁଁଥିଲେ ।

ବାସ୍ତବରେ ଏକ ସାକ୍ଷାତକାରରେ ରବିନ୍ଦ୍ର କହିଥିଲେ କି ପ୍ରଥମ ଦେଖାରେ ରୀୱା ଆକର୍ଷଣୀୟ, ଶିକ୍ଷିତ ଏବଂ ସମ୍ବେଦନଶୀଳ ଲାଗିଥିଲେ ଏବଂ ରବିନ୍ଦ୍ରଙ୍କୁ ଏହି ସମସ୍ତ ଗୁଣ ଗୁଡିକର ସନ୍ଧାନ ଥିଲା । ପ୍ରଥମ ସାକ୍ଷାତ ପରେ ଦୁହେଁ ନିଜ ଫୋନ୍ ନମ୍ବର୍ ପରସ୍ପର ସହିତ ସେୟାର୍ କରିଥିଲେ ଏବଂ ସମ୍ପର୍କରେ ରହିଥିଲେ । ଦୁହେଁ ଖୁବ୍ ଶୀଘ୍ର ପରସ୍ପରଙ୍କ ଅତି ନିକଟତର ହୋଇଥିଲେ । କିଛି ମାସ ମଧ୍ୟରେ ସେମାନେ ନିଶ୍ଚିତ ହୋଇ ପାରିଥିଲେ କି ଦୁହେଁ ପ୍ରକୃତରେ ପରସ୍ପରଙ୍କ ଜୀବନ ସାଥୀ ଅଟନ୍ତି । ସେମାନେ ୨୦୧୬ ମସିହାରେ ବିବାହ କରିଥିଲେ ।

ଆପଣଙ୍କୁ କହିରଖୁଛୁ କି ରୀୱା ସୋଲାଙ୍କୀ ରାଜକୋଟର କଣ୍ଟ୍ରାକ୍ଟର୍ ତଥା କୋଟିପତି ବ୍ୟବସାୟୀ ହରଦେବ ସିଂ ସୋଲାଙ୍କୀଙ୍କ ଏକମାତ୍ର ଝିଅ ଅଟନ୍ତି, ତାଙ୍କର ନିଜସ୍ଵ ଦୁଇଟି ଘରୋଇ ବିଦ୍ୟାଳୟ ଏବଂ ହୋଟେଲ୍ ମଧ୍ୟ ଅଛି, ରୀୱାଙ୍କ ଜେଜେବାପା ହରି ସିଂ ସୋଲାଙ୍କୀ ଗୁଜୁରାଟ କଂଗ୍ରେସର ଜଣେ ବଡ ନେତା ଅଟନ୍ତି, ରୀୱାଙ୍କ ମାତା ପ୍ରଫୁଲ୍ଲବା ରାଜକୋଟ୍ ରେଳବାଇର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଅଟନ୍ତି । ରୀୱା ତାଙ୍କ ପିତାମାତାଙ୍କ ପ୍ରିୟ ତଥା ଅଲିଅଳି ଝିଅ ଅଟନ୍ତି । ତାଙ୍କ ପରିବାର ରାଜକୋଟର୍ କାଲାଭଡ୍ ରୋଡରେ ଅବସ୍ଥିତ ସରିତା ବିହାର ସୋସାଇଟିରେ ରୁହନ୍ତି । ରୀୱାଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ ସେ ମେକାନିକାଲ୍ ଇଞ୍ଜିନିୟରିଂରେ ବିଟେକ୍ କରିଛନ୍ତି, ଏହା ପରେ ସେ UPSC ପ୍ରସ୍ତୁତି ପାଇଁ ଦିଲ୍ଲୀ ଆସିଥିଲେ ।

ହୃଦୟସ୍ପର୍ଶୀ ବିଷୟ ଏହିକି ଯେ ଜାଡେଜା ଏବଂ ରୀୱାଙ୍କ ବିବାହ ୨୦୧୬ ମସିହା ଏପ୍ରେଲ୍ ମାସ ୧୭ ତାରିଖରେ ହୋଇଥିଲା । ଜାଡେଜାଙ୍କୁ ବିବାହ ପୂର୍ବରୁ ତାଙ୍କ ଶ୍ୱଶୁର ଅର୍ଥାତ୍ ରୀୱାଙ୍କ ପିତା ପାଖାପାଖି ୧ କୋଟି ଟଙ୍କା ମୂଲ୍ୟର ଅଡି Q7 କାର୍ ଉଭୟଙ୍କୁ ଉପହାର ଦେଇଥିଲେ । କେବଳ ଏତିକି ନୁହେଁ ଜାଡେଜାଙ୍କ ବିବାହ ମଧ୍ୟ ବହୁତ ବିଳାସପୂର୍ଣ୍ଣ ଏବଂ ରାଜକୀୟ ଢ଼ଙ୍ଗରେ ହୋଇଥିଲା । ଏହି ତିନି ଦିନିଆ ବିବାହ ସମାରୋହରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *