ରବି ଶାସ୍ତ୍ରୀ ଗାଙ୍ଗୁଲିଙ୍କ ଉପରେ ଆରୋପ ଲଗାଇଛନ୍ତି…

ରବି ଶାସ୍ତ୍ରୀ ଗାଙ୍ଗୁଲିଙ୍କ ଉପରେ ଆରୋପ ଲଗାଇଛନ୍ତି…

ରବି ଶାସ୍ତ୍ରୀ ଗାଙ୍ଗୁଲିଙ୍କ ଉପରେ ଆରୋପ ଲଗାଇଛନ୍ତି…

ବର୍ତ୍ତମାନ ରବି ଶାସ୍ତ୍ରୀ ଗାଙ୍ଗୁଲିଙ୍କୁ ନେଇ ଦେଲେ ବଡ଼ ବୟାନ, କହିଲେ- କାହିଁକି ବିରାଟଙ୍କ ଠାରୁ ଜବରଦସ୍ତ କ୍ୟାପଟେନ ପଦ ନେଇଗଲେ ଗାଙ୍ଗୁଲି…

ବନ୍ଧୁଗଣ ଆପଣ ଜାଣିଥିବେ, ବିରାଟ କୋହଲି କ୍ୟାପଟେନ ପଦକୁ ନେଇ ବିସିସିଆଇ ଏବଂ ବିରାଟଙ୍କ ମଧ୍ୟରେ ବର୍ତ୍ତମାନ ମଧ୍ୟ ମହଲ ଗରମ ରହିଛି ତାହା ଶାନ୍ତ ହୋଇନାହିଁ । ଯାହା ଆରମ୍ଭରେ ପ୍ରେସ କନଫ୍ରେନ୍ସରେ ବିରାଟ କୋହଲି ବିସିସିଆଇ ଉପରେ, କୌଣସି ସୂଚନା ନଦେଇ ଦିନିକିଆ ସିରିଜ୍ ରେ କ୍ୟାପଟେନ ପଦରୁ ବାହାର କରିଦେଇଥିବା ,ଆରୋପ ଲଗାଇଛନ୍ତି । ଏବଂ କିଛି ଦିନ ପୂର୍ବରୁ ବିସିସିଆଇର ଚିଫ ସିଲେକ୍ଟର ଚେତନ ଶର୍ମା ,ବିରାଟଙ୍କ ଏହି ବୟାନକୁ ମିଛ ବୋଲି କହିଛନ୍ତି ।

ଏହା ଯୋଗୁଁ ଭାରତର ପୁର୍ବ ହେଡ କୋଚ ରବି ଶାସ୍ତ୍ରୀ ନିଜର ଟିପ୍ପଣୀ ସମସ୍ତଙ୍କ ଆଗରେ କହିଛନ୍ତି,ଏହି କଥାବାର୍ତ୍ତାରେ ରବି କହିଛନ୍ତି, କେଉଁଭଳି ଭାବରେ ଏହି ବିବାଦକୁ ଶାନ୍ତ କରିବା କଥା । ଏହାଛଡା ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲିଙ୍କ ବୟାନ ମଧ୍ୟ ସାମ୍ନାରେ ରଖିବାକୁ ଦାବୀ କରିଛନ୍ତି ।
କହିବା ପାଇଁ ଚାହୁଁଛୁ, ରବି ଶାସ୍ତ୍ରୀ ଗୋଟିଏ ଇଂରାଜୀ ଖବର କାଗଜରେ ଦିଆହୋଇଥିବା ଇଣ୍ଟର୍ଭ୍ୟୁରେ କହିଥିଲେ, କେଉଁ ଭଳି ଭାବରେ ମାମଲାକୁ ସୁଧାର କରିହେବ । ଯଦି ବିରାଟ ଏବଂ ବୋର୍ଡ ମଧ୍ୟରେ ମାମଲାକୁ ନେଇ ପୂର୍ବରୁ କଥାବାର୍ତ୍ତା ହୋଇଥାନ୍ତା ତେବେ ଏହି ମାମଲା ଏହା ପର୍ଯ୍ୟନ୍ତ ପହଞ୍ଚି ନଥାନ୍ତା । ଆଗକୁ ସେ କହିଲେ, କୋହଲି ନିଜର କଥାକୁ ସାମ୍ନାରେ ରଖିଛନ୍ତି, ଏବେ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ନିଜର କଥାକୁ ସମସ୍ତଙ୍କ ଆଗରେ ରଖିବା ଆବଶ୍ୟକ ।

କିନ୍ତୁ ଏଥିପାଇଁ ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ରହିବା ଆବଶ୍ୟକ ଅଟେ । ଆଶ୍ଚର୍ୟ୍ଯ ଏହାକି ବିରାଟ କୋହଲିଙ୍କ ଦିନିକିଆ ସିରିଜରେ କ୍ୟାପଟେନ ପଦ ଉପରେ ଶୁଣାଣିରେ ଶାସ୍ତ୍ରୀ ପୂର୍ବରୁ ନିଜର ରାୟ ଦେଇଛନ୍ତି । ପ୍ରଥମେ ସେ ବିସିସିଆଇ ଘୋଷଣାକୁ ତାରିଫ କରିଥିଲେ । ଏହି ସମୟରେ ଯେତେବେଳେ ରବି ଶାସ୍ତ୍ରୀଙ୍କୁ ତାଙ୍କର ଏବଂ ବିରାଟଙ୍କ ମଧ୍ୟରେ ସଂବନ୍ଧ ବିଷୟରେ ପ୍ରଶ୍ନ ପଚାରିଲେ, ସେ କହିଥିଲେ , ତାଙ୍କ ଦୁଇଜଣ ମଧ୍ୟରେ ବହୁତ ଭଲ ସମ୍ବନ୍ଧ ରହିଅଛି ।

ଲୋକ କିଛି ମଧ୍ୟ କୁହନ୍ତୁ, ବିରାଟ ନିଜର ସବୁ କାର୍ଯ୍ୟ ନିଜ ଉପାୟରେ କରିଛନ୍ତି । ରବି ଏହା ମଧ୍ୟ କହିଲେ, ତାଙ୍କର ଏବଂ ବିରାଟଙ୍କ ଭାବନା ଅଧିକ ମେଳ ଖାଇଥିବା କାରଣରୁ ଭାରତ ଆନେକ ସିରିଜରେ ବିଜୟ ଲାଭ କରିଥିଲା । ମଇଦାନରେ ବିରାଟଙ୍କ ଏହି ଆକ୍ରମଣ ରୂପ ଅଧିକ ପସନ୍ଦ ଯୋଗ୍ୟ ଅଟେ । ରବି ଏହା କହିଥିଲେ ,ବିରାଟଙ୍କ ଆରମ୍ଭରେ ଯେଉଁ ଭଳି ବ୍ୟବହାର ଥିଲା ତାହା ପୁରାପୁରି ବିରାଟ କୋହଲିଙ୍କ ଆକ୍ରମଣ ରୂପ ଭଳି ଥିଲା । କିନ୍ତୁ ସାଙ୍ଗମାନେ ଆମକୁ ଏହା ଦେଖିବାକୁ ପଡ଼ିବ , ଶେଷରେ ମାମଲା କେତେ ଆଗକୁ ଯାଉଛି । ଏହି ବିବାଦରୁ ଆମର ଭାରତୀୟ ଟିମ୍ କୁ କେତେ ଶୀଘ୍ର ଶାନ୍ତି/ମୁକ୍ତି ମିଳୁଛି ।

Leave a Reply

Your email address will not be published. Required fields are marked *