୫୯ ବର୍ଷର ହେଲେ ରବି ଶାସ୍ତ୍ରୀ, ବଲିଉଡ଼ର ଅନେକଗୁଡ଼ିଏ ଅଭିନେତ୍ରୀଙ୍କ ସହ ଥିଲା ‘ଅଫେୟାର୍’ର ଚର୍ଚ୍ଚା !

୫୯ ବର୍ଷର ହେଲେ ରବି ଶାସ୍ତ୍ରୀ, ବଲିଉଡ଼ର ଅନେକଗୁଡ଼ିଏ ଅଭିନେତ୍ରୀଙ୍କ ସହ ଥିଲା ‘ଅଫେୟାର୍’ର ଚର୍ଚ୍ଚା !

ପୂର୍ବତନ କ୍ରିକେଟର୍ ରବି ଶାସ୍ତ୍ରୀ ୫୯ ବର୍ଷର ହୋଇଗଲେଣି । ନିଜ ସମୟରେ ରବି ଶାସ୍ତ୍ରୀ ଚେମ୍ପିୟାନ୍ ଅଫ୍ ଚେମ୍ପିୟାନ୍ ଅଟନ୍ତି । ରବି ଶାସ୍ତ୍ରୀ ବର୍ତ୍ତମାନ ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଅଟନ୍ତି । ଘରୋଇ ମ୍ୟାଚରେ ସେ ତିଳକରାଜଙ୍କ ‘୬ଟି ବଲ୍’ରେ ‘୬ଟି ଛ’ ମାରିଥିଲେ । ୮୦ ଦଶକରେ ରବି ଶାସ୍ତ୍ରୀ କ୍ରିକେଟର୍ ସୁପରଷ୍ଟାର୍ ଥିଲେ । ବଲିଉଡ଼ର କିଛି ଅଭିନେତ୍ରୀ ତାଙ୍କୁ ହୃଦୟ ଦେଇ ବସିଥିଲେ । ତନ୍ମଧ୍ୟରୁ ଏକ ନାମ ଅମୃତା ସିଂହଙ୍କ ଥିଲା । ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ସମ୍ପର୍କ ଖୁବ୍ ଚର୍ଚ୍ଚିତ ହୋଇଥିଲା ।

୮୦ ଦଶକରେ ଖୁବ୍ ଚର୍ଚ୍ଚିତ ହୋଇଥିଲା ରବି ଶାସ୍ତ୍ରୀ ଓ ଅମୃତା ସିଂହଙ୍କ ଯୋଡ଼ି । ଏହାର ଚର୍ଚ୍ଚା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଦୁହେଁ ଏକ ମ୍ୟାଗେଜିନ୍ କଭର୍ ପେଜ୍ ପାଇଁ ଏକାଠି ଫୋଟସୁଟ୍ କରାଇଥିଲେ । ଫୋଟସୁଟ୍ ଜରିଆରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ଦୁହେଁ ୧୯୮୬ରେ ନିର୍ବନ୍ଧ କରି ନେଇଥିଲେ । ଯଦିଓ ଦୁହିଁଙ୍କ ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ଶାସ୍ତ୍ରୀ ସେହି ସମୟରେ ନିଜ ସମ୍ପର୍କ ବିଷୟରେ କହିଥିଲେ ଯେ- “ମୁଁ ଏକ ଅଭିନେତ୍ରୀ ସ୍ତ୍ରୀ ଚାହେଁ ନାହିଁ । ମୋତେ ଏପରି ମହିଳାଙ୍କ ସହ ବିବାହ କରିବା ଉଚିତ୍ ଯାହାଙ୍କ ପ୍ରଥମ ପ୍ରାଥମିକତା ତାଙ୍କ ଘର ହେଉ କ୍ୟାରିୟର୍ ନାହିଁ ।”

ସେପଟେ ଅମୃତା ସିଂହ କହିଥିଲେ ଯେ ଏବେ ତ ମୁଁ ନିଜ କ୍ୟାରିୟର୍ ଯୋଗୁଁ ଏହି ସମ୍ପର୍କକୁ ଆଗକୁ ବଢ଼ାଇ ପାରିବି ନାହିଁ । କିନ୍ତୁ ମୋତେ ବିଶ୍ୱାସ ଯେ କିଛି ବର୍ଷପରେ ମୁଁ ଫୁଲ୍ ଟାଇମ୍ ମଦର୍ ଓ ୱାଇଫ୍ ହୋଇଯିବି ।” ୧୯୯୦ରେ ରବି ଶାସ୍ତ୍ରୀ ରିତୁ ସିଂହଙ୍କୁ ବିବାହ କରିଥିଲେ ।

ଗତ ଦିନ ଖବର ଆସିଥିଲା ଯେ ରବି ଶାସ୍ତ୍ରୀ ବଲିଉଡ଼ ଅଭିନେତ୍ରୀ ନିମୃତ କୌରଙ୍କୁ ଡେଟ୍ କରୁଛନ୍ତି । ଦୁହିଁଙ୍କ ଅଫେୟାରର ଖବର ମିଡିଆରେ ଛାଇ ରହିଥିଲା କିନ୍ତୁ ନିମୃତ ଓ ରବି ଶାସ୍ତ୍ରୀ ଉଭୟ ଏହି କଥାର ଖଣ୍ଡନ କରିଥିଲେ । ଏକ ସାକ୍ଷାତକାରରେ ରବି ଶାସ୍ତ୍ରୀ କହିଥିଲେ ଯେ, ଏପରି କଥା ଗାଈର ଗୋବର ବ୍ୟତୀତ କିଛି ନାହିଁ । ଏହାସବୁ ଅଯଥା କଥା ଅଟେ । ଆମ ମଧ୍ୟରେ ଏପରି କିଛି ନାହିଁ ।

ଖବର ଅନୁଯାୟୀ ଦୁହିଁଙ୍କ ଅଫେୟାର୍ ଆଜି ନହେଲେ କାଲି ନୁହେଁ ବରଂ ଦୁଇ ବର୍ଷରୁ ଚାଲୁଅଛି । ଗତ ଦୁଇ ବର୍ଷରୁ ନିଜଠାରୁ ବଡ଼ ରବି ଶାସ୍ତ୍ରୀଙ୍କୁ ନିମୃତ ସିକ୍ରେଟଲି ଡେଟ୍ କରୁଛନ୍ତି । ରବି ଶାସ୍ତ୍ରୀ ଖୁବ୍ ଆଗରୁ ନିଜ ସ୍ତ୍ରୀ ରିତୁଙ୍କ ଠାରୁ ଛାଡପତ୍ର ନେଇଛନ୍ତି । ରବି ଓ ନିମୃତଙ୍କୁ ଏକ ପ୍ରସିଦ୍ଧ ଗାଡ଼ି ବ୍ରାଣ୍ଡ ବ୍ରାଣ୍ଡ ଏମ୍ବେସେଡ଼ର୍ ଭାବେ ରଖିଥିଲେ । ଯାହା ଫଳରେ ଦୁହେଁ ଅନେକ ଥର ଗାଡିର ଲଂଚିଙ୍ଗରେ ଏକାଠି ନଜର ଆସିଥିଲେ । ନିମୃତ ଓ ରବି ଶାସ୍ତ୍ରୀଙ୍କ ‘ଲଭ୍ ଅଫେୟାର୍’କୁ ଗୋପନୀୟ ରଖାଯାଇଛି । ଛାଡ଼ନ୍ତୁ ଏବେ ସତଟି କଣ ତାହା ସେମାନେ ଜାଣିବେ ।

Leave a Reply

Your email address will not be published. Required fields are marked *