ବଲିଉଡ଼ର କଳା କାରୋବାର ବିଷୟରେ ଆଶ୍ଚର୍ଯ୍ୟ ଜନକ ଖୁଲସା କରିଛନ୍ତି ରବିନା ଟଣ୍ଡନ ! କହିଛନ୍ତି:- ରୋଲ୍ ପାଇବା ପାଇଁ କୌଣସି ହିରୋ ସହିତ ଶୋଇ ନାହିଁ…

ବଲିଉଡ଼ର କଳା କାରୋବାର ବିଷୟରେ ଆଶ୍ଚର୍ଯ୍ୟ ଜନକ ଖୁଲସା କରିଛନ୍ତି ରବିନା ଟଣ୍ଡନ ! କହିଛନ୍ତି:- ରୋଲ୍ ପାଇବା ପାଇଁ କୌଣସି ହିରୋ ସହିତ ଶୋଇ ନାହିଁ…

ରବିନା ଟଣ୍ଡନ ୯୦ ଦଶକରେ ଗୋଟିଏରୁ ବଡ଼ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଅକ୍ଷୟ କୁମାର ଓ ଗୋବିନ୍ଦାଙ୍କ ସହିତ ତାଙ୍କ ଯୋଡିଙ୍କୁ ଖୁବ୍ ପସନ୍ଦ କରାଯାଉଥିଲା । ରବିନା ଖୁବ୍ ବର୍ଷ ଧରି ବଡ଼ ପରଦାରୁ ଦୂରେଇ ଯାଇଥିଲେ କିନ୍ତୁ ନିଜ ବୟାନକୁ ନେଇ ସେ ପୁଣିଥରେ ଥରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବାସ୍ତବରେ ରବିନା ଟଣ୍ଡନ ବଲିଉଡ଼ର ଏକ ଦଳକୁ କେନ୍ଦ୍ର କରି କହିଛନ୍ତି ଯେ କିଭଳି ଭାବେ ବଲିଉଡ଼କୁ କଳୁଷିତ କରୁଛନ୍ତି ।

google

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ନେପୋଟିଜମ୍ ଓ ଗ୍ରୁପିଜମ୍ ଉପରେ ଆରମ୍ଭ ହୋଇଥିବା କହଳ ରବିନା ଟଣ୍ଡନ ମଧ୍ୟ ନିଜ କଥା ସାମନାରେ ରଖିଛନ୍ତି ।

google

ରବିନା କହିଛନ୍ତି ଯେ, ‘ଇଣ୍ଡଷ୍ଟ୍ରିରେ ତାଙ୍କର କୌଣସି ଗଡ଼ଫାଦର ନଥିଲେ, ସେ କୌଣସି କ୍ୟାମ୍ପର ମଧ୍ୟ ଅଂଶ ନଥିଲେ, କୌଣସି ହିରୋ ତାଙ୍କୁ ପ୍ରମୋଟ୍ କରୁନଥିଲେ, ସେ କୌଣସି ହିରୋଙ୍କ ସହିତ ଶୋଉ ନଥିଲେ ଏବଂ ତାଙ୍କର ଅଫେୟାର ମଧ୍ୟ ଅନ୍ୟ କୌଣସି ହିରୋଙ୍କ ସହିତ ନଥିଲା ।

google

ରବିନା ଆଗକୁ କହିଛନ୍ତି ଯେ, ‘ତାଙ୍କୁ ଅନେକ ଲୋକ ଜିଦ୍ଦି ବୋଲି ଭାବୁଥିଲେ । କାରଣ ସେ ହିରୋଙ୍କ କହିବା ଅନୁଯାୟୀ ଚାଲୁନଥିଲେ ଏଥିପାଇଁ ତାଙ୍କୁ ଲୋକମାନେ ଜିଦ୍ଦି ଓ ଅହଙ୍କାରୀ ବୋଲି ଭାବୁଥିଲେ । ରବିନା ତାଙ୍କ କହିବା ଅନୁଯାୟୀ ହସୁନଥିଲେ ଓ ଏବଂ ତାଙ୍କ କହିବା ଅନୁଯାୟୀ କୌଣସି କାର୍ଯ୍ୟ କରୁନଥିଲେ ।

google
google

ରବିନା ଟଣ୍ଡନ ଏହା ମଧ୍ୟ କହିଛନ୍ତି ଯେ ବଲିଉଡ଼ରେ ଏକ ହିରୋ ଥାଏ ତାହାର ଗାର୍ଲଫ୍ରେଣ୍ଡ ଥାଆନ୍ତି ଓ ଥାଆନ୍ତି କିଛି ପତ୍ରକାର । ଏହି ସବୁ ଲୋକ ମିଶି ଏକ ନେକ୍ସସ୍ ଚଳାନ୍ତି ।

google

ରବିନା ଟଣ୍ଡନ ଏହା ପୂର୍ବରୁ ଏକ ଟ୍ୱିଟରେ ମଧ୍ୟ କହିଥିଲେ ଯେ ବଲିଉଡ଼ରେ ଏକ ଗ୍ୟାଙ୍ଗ ରହିଥାନ୍ତି, ଯେଉଁଠାରେ ହିରୋଙ୍କ ସବୁ କଥାକୁ ପୂରଣ କରାଯାଏ । ହିରୋ କହିଲେ ହିରୋଇନଙ୍କୁ ଚଳଚ୍ଚିତ୍ରରୁ ବାହାର ମଧ୍ୟ କରିଦିଆଯାଏ ।

Leave a Reply

Your email address will not be published. Required fields are marked *