୪୬ ବର୍ଷରେ ଆଈ ହୋଇଗଲେ ରବୀନା ଟଣ୍ଡନ୍ ! ଝିଅଙ୍କ ଠାରୁ ମାତ୍ର ୧୧ ବର୍ଷ ସାନ ଅଟନ୍ତି…

୪୬ ବର୍ଷରେ ଆଈ ହୋଇଗଲେ ରବୀନା ଟଣ୍ଡନ୍ ! ଝିଅଙ୍କ ଠାରୁ ମାତ୍ର ୧୧ ବର୍ଷ ସାନ ଅଟନ୍ତି…

ରବୀନା ଟଣ୍ଡନ୍ ବଲିଉଡର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି, ଯିଏକି ବହୁତ କମ୍ ବୟସରେ ମାଁ ହୋଇଯାଇଥିଲେ । ବାସ୍ତବରେ ରବୀନା ବିବାହ କରିବା ପୂର୍ବରୁ ମାଁ ହେବାର ସ୍ୱପ୍ନକୁ ସାକାର କରି ଦେଇଥିଲେ ଏବଂ ୧୯୯୫ ମସିହାରେ ପୂଜା ଏବଂ ଛାୟା ନାମକ ଦୁଇ ଝିଅଙ୍କୁ ଗ୍ରହଣ କରିଥିଲେ । ବର୍ତ୍ତମାନ ସମୟରେ ଛାୟା ଏବଂ ପୂଜା ସେମାନଙ୍କ ସ୍ୱାମୀଙ୍କ ସହିତ ବୈବାହିକ ଜୀବନକୁ ଉପଭୋଗ କରୁଛନ୍ତି । କହିରଖୁଛୁ ୪୬ ବର୍ଷୀୟ ରବୀନା ଟଣ୍ଡନ୍ ବର୍ତ୍ତମାନ ଆଈ ହୋଇସାରିଛନ୍ତି । ଛାୟାଙ୍କ ଗୋଟିଏ ପୁଅ ଅଛି, ଯାହାଙ୍କୁ ରବୀନା ବହୁତ ଭଲ ପାଆନ୍ତି । ନିକଟ ଅତୀତରେ ରବୀନା ଏକ ସାକ୍ଷାତକାରରେ ଆଈ ହେବାର ଖୁସି ଏବଂ ଅନେକ ବିଷୟରେ କହିଛନ୍ତି ।

‘ଏକ ଇଂରେଜୀ ୱେବସାଇଟ୍’ରେ ଦେଇଥିବା ସାକ୍ଷାତକାରରେ ରବୀନା କହିଛନ୍ତି କି, ସେ ତାଙ୍କ ବଡ଼ ଝିଅ ଛାୟାଙ୍କ ଠାରୁ ମାତ୍ର ୧୧ ବର୍ଷ ବଡ଼ ଅଟନ୍ତି । ରବୀନାଙ୍କ ମୁତାବିକ, ଆଈ ଶବ୍ଦ ମାନେ ଆମ ମନରେ ୭୦-୮୦ ବର୍ଷର ପ୍ରତିଛବି ଆସିଥାଏ । ଯେବେ ମୁଁ ମୋ ଝିଅ ମାନଙ୍କୁ ନେଇ ଆସିଥିଲି ସେତେବେଳେ ମୁଁ ମାତ୍ର ୨୨ ବର୍ଷର ଥିଲି ଏବଂ ମୋ ବଡ଼ ଝିଅ ଛାୟା ୧୧ ବର୍ଷର ହୋଇଥିଲା । ତେଣୁ ସେ ମୋ ପାଇଁ ଜଣେ ବନ୍ଧୁ ସଦୃଶ ଅଟେ । କିନ୍ତୁ ସମ୍ପର୍କରେ ମୁଁ ତାଙ୍କ ମାଁ ଏବଂ ତାଙ୍କ ଛୁଆ ମାନଙ୍କ ଆଈ ଅଟେ ।

ଏହା ପୂର୍ବରୁ ଏକ ସାକ୍ଷାତକାରରେ ରବୀନା କହିଥିଲେ କି, ପୂଜା ଏବଂ ଛାୟାଙ୍କୁ ଗ୍ରହଣ କରିବାର ନିଷ୍ପତ୍ତି ମୋ ନିଜର ଥିଲା । ରବୀନା ତାଙ୍କର ଏହି ନିଷ୍ପତ୍ତି ଉପରେ ବିଚାର ବିମର୍ଶ ୧୯୯୪ ମସିହାରେ ଆରମ୍ଭ କରିଥିଲେ, ଯେତେବେଳେ ତାଙ୍କର ଚଳଚ୍ଚିତ୍ର “ମୋହରା” ମୁକ୍ତିଲାଭ କରିନଥିଲା । ସେ କହିଥିଲେ ମୁଁ ଏବଂ ମୋ ମାଁ ପ୍ରତି ସପ୍ତାହରେ ଆଶା ସଦନକୁ ଯାଉଥିଲୁ ।

ଆଶା ସଦନ୍ ଏକ ଅନ୍ନାଥ ଆଶ୍ରମ ଅଟେ । ତାଙ୍କର ଜ୍ଞାତି ଭଉଣୀଙ୍କ ମୃତ୍ୟୁପରେ ସେ ଜାଣିବାକୁ ପାଇଲେ କି ସେଠାରେ ପିଲା ମାନଙ୍କୁ ସଠିକ୍ ଭାବରେ ଲାଳନପାଳନ କରାଯାଉ ନାହିଁ । ଏହାପରେ ସେ ଛାୟା ଏବଂ ପୂଜାଙ୍କୁ ତାଙ୍କ ସହିତ ଘରକୁ ନେଇ ଆସିଥିଲେ । ସେ ସେତେବେଳେ ବିଶେଷ କିଛି ଚିନ୍ତା କରିନଥିଲେ । ଏହା ପ୍ରାକୃତିକ ଥିଲା ରବୀନାଙ୍କ ମୁତାବିକ, ସେ ପୂଜା ଏବଂ ଛାୟାଙ୍କୁ ସେହି ଜୀବନ ଦେବାକୁ ଚାହୁଁଥିଲେ, ଯାହା ସେମାନଙ୍କ ଅଧିକାର ଥିଲା । ମୁଁ କୌଣସି କୋଟିପତି ନଥିଲି କିନ୍ତୁ ମୁଁ ବହୁତ ଭଲ ଭାବରେ ଜାଣିଥିଲି କି, ମୁଁ ଏହି ଛୁଆ ମାନଙ୍କୁ ଉତ୍ତମ ଭିବଷ୍ୟତ ଦେଇ ପାରିବି ।

ରବୀନାଙ୍କ ମୁତାବିକ ସେତେବେଳେ ବହୁତ ଲୋକ ନକରାତ୍ମକ କଥା କହିଥିଲେ । ଲୋକମାନେ ସେତେବେଳେ କହୁଥିଲେ କି, ମୋର ବିବାହ ପରେ ଏହି ଛୁଆମାନଙ୍କ କଣ ହେବ । ଲୋକମାନେ କହୁଥିଲେ କି ତାଙ୍କୁ କେହି ହେଲେ ମଧ୍ୟ ବିବାହ କରିବେ ନାହିଁ କାରଣ ତାଙ୍କ ସହିତ ଦୁଇ ଝିଅ ତାଙ୍କ ପାର୍ଟନରଙ୍କ ନିମନ୍ତେ ବୋଝ ସଦୃଶ ହୋଇଯିବେ । କିନ୍ତୁ ମୁଁ କାହାର ମଧ୍ୟ କଥା ଶୁଣି ନଥିଲି । ମୁଁ ବହୁତ ଖୁସି ଅଟେ କି, ମୋ ସ୍ୱାମୀ ଏବଂ ଶାଶୁ ଘର ଲୋକମାନେ ଛାୟା ଏବଂ ପୂଜାକୁ ସେତେ ମାତ୍ରାରେ ସ୍ନେହ ପ୍ରେମ ଦେଇଥିଲେ, ଯେତିକି ମୁଁ ତାଙ୍କୁ କରୁଥିଲି ।

ରବୀନା କହିଥିଲେ କି, ତାଙ୍କ ଘରେ ଆଜି ସବୁକିଛି ଅଛି ଯାହା ଦ୍ୱାରା ଏକ ହସଖୁସି ଭରା ଘର ହୋଇଥାଏ । ଆପୋଷ ବୁଝାମଣା, ପ୍ରେମ, ପରସ୍ପରଙ୍କ ପ୍ରତି ସମ୍ମାନ । ରବୀନା ଏହା ମଧ୍ୟ କହିଥିଲେ କି, ପୂଜା, ଛାୟା, ରାଶା ଏବଂ ରଣବୀରବର୍ଦ୍ଧନଙ୍କ ମଧ୍ୟରେ ବହୁତ ଭଲପାଇବା ରହିଛି । ଆଜି ତାଙ୍କ ଦୁଇ ଝିଅଙ୍କ ବିବାହ ହୋଇସାରିଛି ଏବଂ ସେ ଆଈ ମଧ୍ୟ ହୋଇଯାଇଛନ୍ତି । ଦୁହେଁ ସେମାନଙ୍କ ପରିବାର ସହିତ ଅଛନ୍ତି । କିନ୍ତୁ ସମୟ ସହିତ ସେମାନଙ୍କ ସମ୍ପର୍କ ଆହୁରି ଗଭୀର ହୋଇଛି ।

କହିରଖୁଛୁ କି ୨୦୦୪ ମସିହାରେ ରବୀନା ବ୍ୟବସାୟୀ ଏବଂ ବିତରକ ଅନୀଲ୍ ଥଡାନୀଙ୍କୁ ବିବାହ କରିଥିଲେ । ବିବାହ ପରେ ରବୀନା ୨୦୦୫ ମସିହାରେ ଝିଅ ରାଶା ଏବଂ ୨୦୦୮ ମସିହାରେ ପୁଅ ରଣବୀରବର୍ଦ୍ଧନଙ୍କୁ ଜନ୍ମ ଦେଇଥିଲେ । ଏହିପରି ଭାବରେ ରବୀନା ବର୍ତ୍ତମାନ ତିନି ଜଣ ଝିଅ ଏବଂ ଗୋଟିଏ ପୁଅକୁ ମିଶାଇ ଚାରି ଜଣ ଛୁଆଙ୍କ ମାଁ ଅଟନ୍ତି ।

ବିବାହ ପରେ ମଧ୍ୟ ରବୀନା ଟଣ୍ଡନ୍ ଗ୍ରହଣ କରିଥିବା ନିଜ ଝିଅ ମାନଙ୍କ ସମସ୍ତ ଦାୟିତ୍ୱ ନେଇଥାନ୍ତି । ରବୀନା ପୂଜାଙ୍କୁ ବହୁତ ଭଲ ଭାବରେ ଲାଳନପାଳନ କରିବା ସହିତ ଉତ୍ତମ ଶିକ୍ଷା ଦେଇଛନ୍ତି ଯେଉଁ କାରଣ ହେତୁ ସେ ଆଜି ଇଭେଣ୍ଟ ଡିଜାଇନର୍ ଅଛନ୍ତି । ଅପରପକ୍ଷରେ ଛାୟା ଜଣେ ଏୟାର୍ ହଷ୍ଟେସ୍ ଅଟନ୍ତି ।

ରବୀନା ଟଣ୍ଡନ୍ ତାଙ୍କ ବଡ଼ ଝିଅ ଛାୟାଙ୍କ ପୁଅ ଅର୍ଥାତ୍ ତାଙ୍କ ନାତି ରୁଦ୍ରଙ୍କୁ ବହୁତ ଭଲ ପାଆନ୍ତି । ବିଗତ ବର୍ଷ ଲକଡ଼ାଉନ୍ ସମୟରେ ରବୀନା ଏକ ଥ୍ରୋବେକ୍ ଭିଡିଓ ସେୟାର୍ କରିଥିଲେ ଯେଉଁଥିରେ ରବୀନା ତାଙ୍କ ନାତିଙ୍କ ସହିତ ଗୁଣବତ୍ତା ସମୟ ଅତିବାହିତ କରୁଥିବା ନଜର ଆସିଥିଲେ । ଏହି ଭିଡିଓରେ ରବୀନା ତାଙ୍କ ନାତିଙ୍କୁ ଏକ ବୋତଲରେ କ୍ଷୀର ପିଆଉଥିବା ନଜର ଆସିଥିଲେ ।

ରବୀନା ୧୯୯୧ ମସିହାରେ ‘ସଲମାନ୍ ଖାନ୍’ଙ୍କ ବିପକ୍ଷରେ ଚଳଚ୍ଚିତ୍ର “ପଥର୍ କେ ଫୁଲ୍”ରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଚଳଚ୍ଚିତ୍ର ହିଟ୍ ହେବା ସହିତ ରବୀନା ଟଣ୍ଡନ୍ ସୁପରହିଟ୍ ହୋଇଥିଲେ । ଏହାପରେ ସେ ୧୯୯୪ ମସିହାରେ ମୋହରା, ଦିଲବାଲେ ଏବଂ ଲାଡ଼ଲା ପରି ଚଳଚ୍ଚିତ୍ର ମାନଙ୍କରେ କାମ କରିଥିଲେ ଏବଂ ଷ୍ଟାରଡ଼ମ୍ କୁ ନିଜ ନାମରେ କରିବାରେ ସକ୍ଷମ ହୋଇ ପାରିଥିଲେ । ଏହି ବର୍ଷ ଅଭିନେତ୍ରୀ ମାଁ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ୧୯୯୫ ମସିହାରେ ଏହାକୁ ସେ ସାକାର କରିଥିଲେ ।

Leave a Reply

Your email address will not be published. Required fields are marked *