ରବିନା ଟଣ୍ଡନ ଅକ୍ଷୟ କୁମାରକୁ ନେଇ କଲେ ଏକ ବଡ଼ ଖୁଲାସା । କହିଲେ – ମୁଁ ରାତ୍ରି ୩ ଟା ପର୍ଯ୍ୟନ୍ତ କଷ୍ଟ ଅନୁଭବ କରୁଥିଲି ! ତା’ପରେ……

ରବିନା ଟଣ୍ଡନ ଅକ୍ଷୟ କୁମାରକୁ ନେଇ କଲେ ଏକ ବଡ଼ ଖୁଲାସା । କହିଲେ – ମୁଁ ରାତ୍ରି ୩ ଟା ପର୍ଯ୍ୟନ୍ତ କଷ୍ଟ ଅନୁଭବ କରୁଥିଲି ! ତା’ପରେ……

ରବିନା ଟଣ୍ଡନଙ୍କ ନାମ ବଲିଉଡ଼ର ସୁନ୍ଦରୀ ଓ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଆସେ । ରବିନାଙ୍କ ଗୋଟିଏରୁ ଗୋଟିଏ ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ୯୦ ଦଶକରେ ରବିନା ଅନେକ ଗୁଡ଼ିଏ ହିଟ୍ ଚଳଚ୍ଚିତ୍ର ଦେଇଛନ୍ତି । ସେହି ସମୟରେ କେବଳ ଦୁଇଟି ହିରୋଇନ୍ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ । ଯେଉଁଥିରେ ପ୍ରଥମ ନାମ ରବିନା ଟଣ୍ଡନ ଓ ଦ୍ୱିତୀୟ ନାମ କରିସ୍ମା କପୂରଙ୍କ ଆସୁଥିଲା । ଚଳଚ୍ଚିତ୍ର ‘ମୋହରା’ର ଗୀତ ‘ଟିପ୍ ଟିପ୍ ବରଷା ପାନୀ’ରୁ ରବିନା ଯୁବପିଢ଼ି ହୃଦୟରେ ନିଆଁ ଲଗାଇ ଦେଇଥିଲେ । କେବଳ ଏହି ଗୀତରେ ହଳଦିଆ ରଙ୍ଗର ଶାଢୀ ପିନ୍ଧି ଖୁବ୍ ହଟ୍ ଓ ସେକ୍ସି ବା ଆକର୍ଷକ ଦେଖାଯାଉଥିଲେ । ସେ ‘ତୁ ଚିଜ୍ ବଡ଼ି ହେ ମସ୍ତ ମସ୍ତ’ ଓ ‘ଆଖୀଓ ସେ ଗୋଲି ମାରେ’ ଭଳି ଗୀତରୁ ମଧ୍ୟ ଲୋକଙ୍କୁ ନିଜର ଦିୱାନା କରିଥିଲେ । ରବିନା ଆଜି ମଧ୍ୟ ସେତିକି ସୁନ୍ଦରୀ ଦେଖାଯାଆନ୍ତି । ସେ ଆଜି ମଧ୍ୟ ଅନେକ ଲୋକଙ୍କ ହୃଦୟରେ ରାଜ୍ କରନ୍ତି ।

ଅକ୍ଷୟ କୁମାରଙ୍କ ସହିତ ଥିଲା ଅଫେୟାର

newstrend

୧୯୯୪ ମସିହାରେ ଅକ୍ଷୟ କୁମାର ଓ ରବିନାଙ୍କ ଚଳଚ୍ଚିତ୍ର ‘ମୋହରା’ ସୁପରହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ତୁ ଚିଜ୍ ବଡ଼ି ହେ ମସ୍ତ ମସ୍ତ’ରୁ ରବିନା ବଲିଉଡ଼ରେ ମସ୍ତ-ମସ୍ତ ଗାର୍ଲ ଭାବେ ପରିଚିତ ହୋଇଗଲେ । କିନ୍ତୁ ବଲିଉଡ଼ରେ ଏପରି ଏକ ସମୟ ମଧ୍ୟ ଆସିଥିଲା ଯେତେବେଳେ ଅକ୍ଷୟ ଓ ରବିନା ଟଣ୍ଡନଙ୍କ ଅଫେୟାରର ଚର୍ଚ୍ଚା ଜୋର୍ ହେଉଥିଲା । ସେ ଅକ୍ଷୟ କୁମାରଙ୍କ ପ୍ରେମରେ ଗଭୀର ଭାବରେ ପ୍ରଭାବିତ ଥିଲେ । କିନ୍ତୁ କିଛି ସମୟ ପରେ ଦୁଇଜଣଙ୍କ ବ୍ରେକ୍ ଅପ୍ ପରେ ରବିନା ଡିପ୍ରେସନରେ ଚାଲିଗଲେ ଓ ତା’ପରେ ତାଙ୍କର ଯେଉଁ ଅବସ୍ଥା ହେଲା ତାହା କାହା ଠାରୁ ଅଜଣା ନୁହେଁ । ରବିନାଙ୍କ ପାଇଁ ଏହା କୌଣସି ବଡ଼ ଘଟଣାରୁ କମ୍ ନଥିଲା ।

ଝୁଗ୍ଗୀର ଜଣେ ମହିଳା ପରିବର୍ତ୍ତନ କଲେ ଜୀବନ ବଞ୍ଚିବାର ନୂତନ ଶୈଳୀ

newstrend

ଏକ ଇଣ୍ଟରଭ୍ୟୁ ସମୟରେ ରବିନା କହିଥିଲେ ଯେ, “ସେ ସମୟରେ ଘରେ ମୋର ମନ ଲାଗୁନଥିଲା । ଏଥିପାଇଁ ମୁଁ ସର୍ବଦା ଘରୁ ବାହାରେ ରହୁଥିଲି । ଏପରି ଭାବରେ ଦିନେ ରାତ୍ରି ୩ଟା ପାଖାପାଖି ସମୟରେ ମୁମ୍ବାଇର ସଡ଼କରେ ଭ୍ରମଣ କରୁଥିଲି । ଏହି ସମୟରେ ମୋ ନଜର ଏକ କୁଟିଆରେ ରହୁଥିବା ମହିଳା ଉପରେ ପଡ଼ିଲା ଯାହାର ସ୍ୱାମୀ ତା’ସହିତ କଳହ କରୁଥିଲା ଓ ତାକୁ ମାରପିଟ୍ କରୁଥିଲା । ସେ ମହିଳା କାନ୍ଦୁଥିଲା, ସେତେବେଳେ ତାହା ଛୁଆ ତାକୁ ରକ୍ଷା କରିବା ପାଇଁ ଆଗେଇ ଆସିଲା ଓ ମହିଳା କିଛି ସମୟ ପରେ ନିଜ ଶିଶୁ ସହିତ ସଡ଼କରେ ଖେଳିବାକୁ ଲାଗିଲା । ନିଜ ସନ୍ତାନ ସହିତ ଖେଳୁଥିବା ମହିଳାକୁ ଦେଖି ତିଳେ ମାତ୍ର ଅନୁଭବ ହେଲା ନାହିଁ ଯେ କିଛି ସମୟ ପୂର୍ବରୁ ସେ ଦୁଃଖିତ ଥିଲା । କେବଳ ଏହି ଘଟଣା ମୋ ଜୀବନ ବଞ୍ଚିବାର ଶୈଳୀକୁ ପରିବର୍ତ୍ତନ କରିଦେଲା ।

ପରିବାର ସହ ଖୁସିରେ ଜୀବନ ଅତିବାହିତ କରୁଥିଲା

google

ରବିନା ଆଗକୁ କହିଲେ, “ସେହି ମହିଳାଙ୍କୁ ଦେଖି ମୋ ମନ ମୋତେ କହିଲା, ‘ଏକ ବ୍ୟକ୍ତି ଚାଲିଯିବା ପରେ ମୁଁ ଏତେ ଦୁଃଖିତ କାହିଁକି । ନିଜ ଶିଶୁ ସହିତ ଖେଳୁଥିବା ମହିଳା ପାଖରେ ଘର ନାହିଁ କି କୌଣସି ସୁଖ ସୁବିଧା ନାହିଁ ଏହା ସତ୍ତ୍ୱେ ସେ ସାହାସର ସହିତ ସବୁକିଛି ସହ୍ୟ କରି ନିଜକୁ ସମ୍ଭାଳି ନେଉଥିଲା । ମୋ ପାଖରେ ସବୁକିଛି ଅଛି । କୋଟି କୋଟି ଟଙ୍କାର ଘର ଅଛି, ଦାମୀକିଆ ଗାଡ଼ି ଅଛି, ଚାକର ଚାକିରିଣୀ ଅଛନ୍ତି, ଏହାପରେ ମଧ୍ୟ ମୁଁ ଦୁଃଖିତ କାହିଁକି।’ କେବଳ ସେହି ଦିନଠାରୁ ମୋର ନୂତନ ଜୀବନର ଆରମ୍ଭ ହୋଇଗଲା ଓ ମୁଁ ଆଉ ପଛକୁ ଚାହିଁ ଦେଖିଲି ନାହିଁ” । ରବିନା କହିଲେ ଯେ ସେହି କ୍ଷଣି ସେ ସ୍ଥିର କଲେ ଯେ ସେ ଅତୀତର ସମସ୍ତ ଦୁଃଖ ଭୁଲିଯିବେ ଓ ଏକ ନୂଆଁ ଜୀବନ ଆରମ୍ଭ କରିବେ । ଏକ ସେଦିନ ଥିଲା ଓ ଆଜିର ଏହି ଦିନ ରବିନା ନିଜ ପରିବାର ସହ ବହୁତ ଖୁସିରେ ଅଛନ୍ତି ଏବଂ ତାଙ୍କ ପରିବାର ପାଇଁ କିଛି ମଧ୍ୟ କରିପାରନ୍ତି ।

Leave a Reply

Your email address will not be published. Required fields are marked *