ରାତ୍ରିରେ କେବଳ ଦୁଇ ବୁନ୍ଦା ଲଗାଇବା ଦ୍ୱାରା ଆପଣଙ୍କ ଚେହେରାରୁ ସମସ୍ତ କଳା ଦାଗ ଏବଂ ବ୍ରଣର ସମସ୍ୟା ହେବ ମୂଳରୁ ଶେଷ

ଅଧିକାଂଶ ସମୟରେ ଗୋରା ଚେହେରାକୁ ସୁନ୍ଦରତା ବୋଲି କୁହାଯାଏ । ଏହି ସୌନ୍ଦର୍ଯ୍ୟତାକୁ ହାସଲ କରିବା ପାଇଁ ଆମେ ଭିନ୍ନ ଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ । ଚେହେରାର ଗୋରାପଣ ପାଇଁ ଅଧିକ ଦାମିକିଆ କ୍ରିମ୍, ଲୋଶନ ଆଦି ସମସ୍ତର ଉପଯୋଗ କରିଥାନ୍ତି । କିନ୍ତୁ ଯେତେବେଳେ ଆପଣ ଗୃହରେ ବସି ବସି ଗୋରା ତ୍ୱଚା ପାଇପାରିବେ ତେବେ ଏତିକି କଷ୍ଟ କାହିଁକି ଉଠାଉଛନ୍ତି । କିନ୍ତୁ ସତ କଥା ଏହା ଯେ ନିଜର ତ୍ୱଚାକୁ ଗୋରା କରିବା ପାଇଁ ଚାହୁଁଛନ୍ତି ତେବେ ଏହା ଗୋଟିଏ ରାତ୍ରି ମଧ୍ୟରେ ହେବ ନାହିଁ ଏଥିପାଇଁ ସମୟ ଲାଗିଥାଏ । ଯଦି ଆପଣ ମଧ୍ୟ ନିଜର ତ୍ୱଚାକୁ ଗୋରା କରିବା ପାଇଁ ଚାହୁଁଛନ୍ତି ତେବେ ଗୃହରେ ଉପଲବ୍ଧ ଜିନିଷ ଗୁଡ଼ିକର ସହାୟତାରେ ଆପଣ ଏହା କରି ପାରିବେ ।

ଆଜିକାଲିର ଏହି ପ୍ରଦୂଷିତ ପରିବେଶରେ ନିଜ ତ୍ୱଚାର ଧ୍ୟାନ ରଖିବା ବହୁତ କଷ୍ଟକର କାର୍ଯ୍ୟ ଅଟେ । ଅଧିକାଂଶ ସମୟରେ ଯେଉଁ ଲୋକମାନେ ପ୍ରତିଦିନ କାର୍ଯ୍ୟ କରିବା ପାଇଁ ଯାଆନ୍ତି ଏବଂ ସମ୍ପୂର୍ଣ୍ଣ ଦିନରେ ଧୂଳି ମଳି ମଧ୍ୟରେ ରହିବା କାରଣରୁ ତ୍ୱଚାର କେତେକ କୋଷ ନଷ୍ଟ ହୋଇଯାଏ । ଏତିକି ନୁହେଁ ରାତିରେ କିଛି ନୂତନ କୋଷ ମଧ୍ୟ ତିଆରି ହୋଇଥାଏ । ଏହାର କାରଣ ଏହା ଅଟେ ଯେ ରାତିରେ ତ୍ୱଚାକୁ ବିଶେଷ ଧ୍ୟାନ ରଖିବା ଉଚିତ । ଏପରି କରିବା ଦ୍ୱାରା ତ୍ୱଚା କୋମଳ ଏବଂ ଉଜ୍ଜ୍ୱଳ ହୋଇଥାଏ ।

ଜରୁରୀ ନୁହେଁ ଯେ ଆପଣ ରାତିରେ ବ୍ୟୁଟି ପ୍ରଡକ୍ଟର ହିଁ ବ୍ୟବହାର କରିବେ । କେତେକ ସରଳ ଘରୋଇ ଉପାୟରୁ ଆପଣଙ୍କ ତ୍ୱଚାରେ ପ୍ରାକୃତିକ ସୌନ୍ଦର୍ଯ୍ୟତା ଦେଖିବାକୁ ମିଳି ପାରିବ । ପରିବର୍ତ୍ତିତ ସମୟ ସହିତ ଯଦି ଆମେ ନିଜର ତ୍ୱଚାର ଯତ୍ନ ନେବା ନାହିଁ ତେବେ ଏହା ବହୁତ ଶୀଘ୍ର ନଷ୍ଟ ହେବାକୁ ଲାଗିଥାଏ । ଯେତେବେଳେ ମଧ୍ୟ ଋତୁ ପରିବର୍ତ୍ତନ ହେଉଛି ଆମକୁ ସତର୍କ ହୋଇଯିବା ଉଚିତ ।

ଏହା ଆପଣ ଜାଣିଥିବେ ଯେ ଶୀତ ଋତୁ ବର୍ତ୍ତମାନ ଶେଷ ହୋଇଯାଇଛି ଏବଂ ବର୍ତ୍ତମାନ ବହୁତ ଶୀଘ୍ର ଗ୍ରୀଷ୍ମ ଋତୁ ଆସିବାକୁ ଯାଉଛି ଏହିପରି ସୂର୍ଯ୍ୟଙ୍କ ପ୍ରଖର କିରଣରୁ ଚେହେରାରେ ହେଉଥିବା ଟେନିଂ, ଚେହେରାରେ ଆସୁଥିବା ତେଲ, ଗରମ ଦିନରେ ଲୁ କାରଣରୁ ଜଳୁଥିବା ତ୍ୱଚା, ଏସମସ୍ତ ଅସୁବିଧାରୁ ଯଦି ନିଜକୁ ଦୂରେଇ ରଖିବା ପାଇଁ ଚାହଁନ୍ତି ତେବେ ଆପଣ ନିଜ ତ୍ୱଚାକୁ ବର୍ତ୍ତମାନ ଠାରୁ ଧ୍ୟାନ ଦେବାକୁ ପଡ଼ିବ । ଏଠାରେ ଆମେ ଆପଣଙ୍କୁ ଏପରି ଘରୋଇ ଉପାୟ ଗୁଡ଼ିକ ବିଷୟରେ ଜଣାଇବୁ, ଯେଉଁଥିରୁ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ପୂର୍ବରୁ ଏହାର ଅଧିକ ପ୍ରଭାବ ଆପଣଙ୍କ ତ୍ୱଚା ଉପରେ ନ ପଡୁ । ଏବଂ ଆପଣଙ୍କ ଚେହେରାର ସୁନ୍ଦରତା ମଧ୍ୟ ବଜାୟ ରହୁ ।

ଚିନ୍ତା, ପ୍ରଦୂଷଣ, ପ୍ରଖର ସୂର୍ଯ୍ୟ କିରଣ, ବଢୁଥିବା ବୟସ ସହିତ ତ୍ୱଚାର କୋମଳତା ନଷ୍ଟ ହେବାକୁ ଲାଗିଥାଏ, ଯାହା ଫଳରେ ଆମ ତ୍ୱଚା ରୁଖା, ଶୁଷ୍କ ହୋଇଯିବ । ଏଥିପାଇଁ ଜରୁରୀ ଏହା ଯେ ଆପଣ ଶୋଇବା ପୂର୍ବରୁ ମଧ୍ୟ ନିଜ ତ୍ୱଚାର ଧ୍ୟାନ ରଖନ୍ତୁ, ଆପଣ ନିଜର ବୃଦ୍ଧି ହେଉଥିବା ବୟସକୁ ରୋକି ପାରିବେ ନାହିଁ କିନ୍ତୁ ଏହି ବୟସରେ ମଧ୍ୟ ଆପଣ ତ୍ୱଚାକୁ ସୁନ୍ଦର କରି ପାରିବେ । ସମସ୍ତ ମହିଳା ସୁନ୍ଦର ଏବଂ ବେଦାଗ ତ୍ୱଚା ଚାହଁନ୍ତି ତେବେ ଏହାକୁ ପାଇବା ପାଇଁ ସେ ବିଭିନ୍ନ ବ୍ୟୁଟି ପ୍ରଡକ୍ଟର ବ୍ୟବହାର କରିଥାନ୍ତି ଏବଂ କେତେ ପ୍ରକାର ଉପଚାରକୁ ମଧ୍ୟ ଆପଣେଇଥାନ୍ତି । ଏହା ବ୍ୟତୀତ ଯଦି ଆପଣଙ୍କୁ ସକାରାତ୍ମକ ପରିଣାମ ମଧ୍ୟ ମିଳେନାହିଁ, ତେବେ ଚିନ୍ତାର ବିଷୟ ନାହିଁ କାରଣ ଆଜି ଆମେ ଆପଣମାନଙ୍କୁ ଚେହେରାକୁ ବେଦାଗ କରିବା ପାଇଁ କେତେକ ଅଚୁକ ଉପାୟ ଗୁଡ଼ିକ ବିଷୟରେ ଜଣାଇବୁ ।

ଆସନ୍ତୁ ଜାଣିବା ଆପଣଙ୍କୁ ଏଥିପାଇଁ କଣ କରିବା ଉଚିତ । ଏଥିପାଇଁ ଆପଣଙ୍କୁ ଗୋଟିଏ ତୈଳ କ୍ରିମ୍ ପ୍ରସ୍ତୁତ କରିବାକୁ ପଡ଼ିବ । ଏଥିପାଇଁ ଆପଣଙ୍କୁ ଦରକାର ନିବ୍ୟା କ୍ରିମ୍ ଏବଂ ଗୋଟିଏ ଜନ୍ ସନ୍ ବେବିର ବେବି ଅଏଲ । ବର୍ତ୍ତମାନ ଆପଣ ଚିନ୍ତା କରୁଥିବେ ଯେ ତୈଳ ଜାତୀୟ କ୍ରିମରୁ କିଭଳି ଭାବରେ ତ୍ୱଚାର ଦାଗକୁ ଦୂର କରାଯାଇପାରିବ । ସବୁଠାରୁ ପ୍ରଥମେ ଗୋଟିଏ ପାତ୍ରରେ ଅଳ୍ପ ମାତ୍ରାରେ ନିବ୍ୟା କ୍ରିମ୍ ନିଅନ୍ତୁ । ତାପରେ ଏଥିରେ ଜନ୍ ସନ୍ ବେବି ଅଏଲ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ଦୁଇଟି ମିଶ୍ରଣକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଏପରି କରିବା ଫଳରେ ଗୋଟିଏ ତୈଳ ପ୍ରସ୍ତୁତ ହୋଇଯିବ ।

ପରେ ଏହି ତେଲକୁ ନିଜ ଚେହେରାରେ ପ୍ରତିଦିନ ଶୋଇବା ପୂର୍ବରୁ ଲଗାନ୍ତୁ । ଏହି ଉପାୟକୁ ଆପଣ ଯଦି ନିୟମିତ ଭାବରେ କରିବେ ତେବେ ଆପଣଙ୍କୁ ନିଜ ଚେହେରାରେ କିଛି ସପ୍ତାହ ମଧ୍ୟରେ ପ୍ରଭାବ ଦେଖାଦେବ ଏବଂ ଆପଣଙ୍କ ଚେହେରାର କଳା ଦାଗ ଓ ବ୍ରଣ ଆଦି ଦୂର ହୋଇଯିବ ସାଥିରେ ଆପଣ ବହୁତ ଗୋରା ଦେଖାଯିବେ ।

ଅଳ୍ପ ମାତ୍ରାରେ ନିବିୟା କ୍ରିମକୁ ୧ ପାତ୍ରରେ ଢ଼ାଳି ସେଥିରେ କିଛି ବୁନ୍ଦା ଜନ୍ ସନ୍ ବେବି ଅଏଲ ମିଶାଇ ଦିଅନ୍ତୁ ଏବଂ ଭଲ ଭାବରେ ଏହାକୁ ମିଶାଇବା ଫଳରେ ଆପଣଙ୍କୁ ଗୋଟିଏ ତୈଳ ଜାତୀୟ କ୍ରିମ୍ ମିଳିବ । ତାହାକୁ ଗୋଟିଏ ପାତ୍ରରେ ଢ଼ାଳି ଫ୍ରିଜରେ ରଖି ଦିଅନ୍ତୁ ଏବଂ ସପ୍ତାହରେ ଦୁଇଥର ରାତ୍ରି ସମୟରେ ଲଗାଇ ଶୋଇବା ଫଳରେ ଆପଣଙ୍କ ଚେହେରାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆପଣଙ୍କ ଚେହେରାର କଳା ଦାଗ ଏବଂ ବ୍ରଣ କମ୍ ହେବା ସଙ୍ଗେ ସଙ୍ଗେ ଆପଣଙ୍କ ତ୍ୱଚା ମଧ୍ୟ ଗୋରା ଦେଖାଯିବ ।

Be the first to comment

Leave a Reply

Your email address will not be published.


*