‘ରସନା ଗାର୍ଲ’ ନିଜ ଜନ୍ମଦିନରେ ତ୍ୟାଗ କରିଥିଲେ ଶେଷ ନିଃଶ୍ଵାସ ! ମୃତ୍ୟୁ ସମୟରେ ନିଜ ସାଙ୍ଗକୁ କହିଥିଲେ ଏହି କଥା…

‘ରସନା ଗାର୍ଲ’ ନିଜ ଜନ୍ମଦିନରେ ତ୍ୟାଗ କରିଥିଲେ ଶେଷ ନିଃଶ୍ଵାସ ! ମୃତ୍ୟୁ ସମୟରେ ନିଜ ସାଙ୍ଗକୁ କହିଥିଲେ ଏହି କଥା…

ତରୁଣୀ ସଚ୍ଚଦେବ ଆପଣଙ୍କର ହୁଏତ ଏହି ନାମ ମନେ ନଥିବ କିନ୍ତୁ ଆପଣ ନିଶ୍ଚିତ ‘ରସନା ଗାର୍ଲ’ଙ୍କୁ ଚିନ୍ତାଥିବେ । ଆମେ ଏଠି ସେହି କୁନି ‘ରସନା ଗାର୍ଲ’ଙ୍କ କଥା କହୁଛୁ ଯେଉଁ ‘ରସନା ଗାର୍ଲ’ଙ୍କୁ ଦେଖି ଆପଣଙ୍କୁ ମଧ୍ୟ ରସନା ପିଇବାକୁ ଇଚ୍ଛା ହେଉଥିଲା, ଯେଉଁ ନିରୀହ ‘ରସନା ଗାର୍ଲ’ଙ୍କ ଆଇ ଲଭ୍ ୟୁ ରସନା ଅପଣଙ୍କ ହୃଦୟ ଜିତିନେଇଥିଲା । ତରୁଣୀ ସଚ୍ଚଦେବଙ୍କ ଚେହେରା ଏବେବି ଭାରତୀୟ ଲୋକଙ୍କ ମନ ଭିତରେ ଜୀବନ୍ତ ଅଛି । ସେ ଜଣେ ଭାରତୀୟ ମଡେଲ୍ ଏବଂ ଶିଶୁ କଳାକାର ଥିଲେ ।

୧୯୮୮ ମସିହା ମେ ମାସ ୧୪ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିବା ତରୁଣୀଙ୍କ ପିତା ହରିଶ ସଚ୍ଚଦେବ ଜଣେ ଶିଳ୍ପପତି ଏବଂ ମାତା ଗୀତା ସଚ୍ଚଦେବ ଜଣେ ଗୃହିଣୀ ଥିଲେ । ତରୁଣୀ ମୁମ୍ବାଇରେ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ କରିଥିଲେ । ମା ଗୀତା ମୁମ୍ବାଇରେ ଥିବା ରାଧା ଗୋପନୀୟ ମନ୍ଦିରର ଭକ୍ତି ମଣ୍ଡଳୀର ସଦସ୍ୟ ଥିଲେ ତେଣୁ ତରୁଣୀଙ୍କୁ ପର୍ବ ଦିନରେ ମନ୍ଦିର ଯିବା ଏବଂ ନାଟକରେ ଅଂଶଗ୍ରହଣ କରିବାକୁ ଭଲ ଲାଗୁଥିଲା । ୫ବର୍ଷ ବୟସରେ ତରୁଣୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଏକ ଜଣାଶୁଣା ଚେହେରା ହୋଇସାରିଥିଲେ ।

୫ ବର୍ଷ ବୟସରେ ସେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସେହି ସମୟରେ ତରୁଣୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସବୁଠାରୁ କନିଷ୍ଠ କଳାକାର ଥିଲେ । ‘ରସନା ଗାର୍ଲ’ ପରେ ସେ କୋଲଗେଟ୍, ICICI ବ୍ୟାଙ୍କ, ରିଲାଏନ୍ସ ମୋବାଇଲ୍, ଏଲଜି, ଗୋଲ୍ଡ ଉଇନର ଶକ୍ତି ମସାଲା, କଫି ୱାଇଟ୍ ଭଳି ଅନେକ ଟେଲିଭିଜନ ବିଜ୍ଞାପନରେ ନିଜର ନିରୀହ ଚାହାଣି ଦ୍ୱାରା ଲୋକଙ୍କ ମନ କିଣିନେଇଥିଲେ ।

ତରୁଣୀ ସଚ୍ଚଦେବ ସେହି ସମୟର ସବୁଠାରୁ ବ୍ୟସ୍ତ ଶିଶୁ କଳାକାର ଥିଲେ । ତରୁଣୀ ‘ଷ୍ଟାର୍ ପ୍ଲସ୍’ର ଶୋ ‘କ୍ୟା ଆପ୍ ପାଞ୍ଚବି ପାସ୍ ସେ ତେଜ୍ ହୈ’ରେ ପ୍ରତିଯୋଗୀ ଭାବେ ମଧ୍ୟ ନଜର ଆସିଥିଲେ । ଏହି ଶୋ’କୁ ଶାହରୁଖ୍ ଖାନ୍ ହୋଷ୍ଟ କରୁଥିଲେ । ୨୦୦୪ ମସିହାରେ ସେ ମାଲାୟାଲମ ଚଳଚ୍ଚିତ୍ର ‘ବେଲିନାକ୍ଷତ୍ରମ୍’ରୁ ନିଜର ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ ।

୧୯୮୮ ମସିହାରେ ଜନ୍ମ ହୋଇଥିବା ତରୁଣୀ ସଚ୍ଚଦେବ ବହୁତ କମ୍ ବୟସରେ ବିଶ୍ୱକୁ ବିଦାୟ ଦେଇଥିଲେ । ଏହି ଘଟଣାଟି ଘଟିଥିଲା ଯେତେବେଳେ ତରୁଣୀ ନେପାଳର ଅଗ୍ନି ଏୟାର୍ ଫ୍ଲାଇଟ୍ CST ବିମାନରେ ଯାତ୍ରା କରୁଥିଲେ । ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ତରୁଣୀଙ୍କର ସେହି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ସେହି ବିମାନରେ ତରୁଣୀ ନିଜ ମା’ଙ୍କ ସହିତ ଯାତ୍ରା କରୁଥିଲେ ଏବଂ ଦୁର୍ଘଟଣା ସମୟରେ ତରୁଣୀଙ୍କ ସହ ତାଙ୍କ ମା’ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

ଏକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ତରୁଣୀ ଯେଉଁଦିନ ଏହି ଦୁନିଆରେ ପାଦ ଦେଇଥିଲେ, ୧୪ବର୍ଷ ପରେ ଠିକ୍ ସେହି ଦିନରେ ସେ ବିଶ୍ୱକୁ ବିଦାୟ ଦେଇଥିଲେ । ଏହି ଦୁର୍ଘଟଣା ୨୦୧୨ ମସିହା ୧୪ ମେ ତାରିଖରେ ନେପାଳରେ ଘଟିଥିଲା । ସେହି ୨୦ ସିଟର୍ ବିମାନରେ ଥିବା ୧୩ ଜଣ ଯାତ୍ରୀ ଏବଂ ୨ଜଣ କ୍ରୁ ମେମ୍ବର୍ ମଧ୍ୟ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହି ବିମାନରେ ୧୬ଜଣ ଭାରତୀୟ, ୨ଜଣ ଡେନମାର୍କୀୟ ନାଗରିକ ଏବଂ ୩ଜଣ କ୍ରୁ ମେମ୍ବର୍ ଉପସ୍ଥିତ ଥିଲେ । ଏହି ଦୁର୍ଘଟଣା ଅତ୍ୟନ୍ତ ଭୟଙ୍କର ଥିଲା ଏବଂ ଏଥିରେ ଥିବା ୧୯ଯାତ୍ରୀଙ୍କ ମଧ୍ୟରୁ ମାତ୍ର ୬ ଜଣଙ୍କୁ ବଞ୍ଚାଯାଇପାରିଥିଲା ।

ଅନେକ ଥର ଆମ ପାଟିରୁ ଥଟ୍ଟାରେ ବାହାରିଥିବା କିଛି କଥା ପ୍ରକୃତରେ ସତ୍ୟ ହୋଇଯାଇଥାଏ । ତରୁଣୀଙ୍କ ସହ ମଧ୍ୟ ସମାନ ଘଟଣା ଘଟିଥିଲା । ଯେତେବେଳେ ସେ ୧୧ମଇ ଦିନ ନେପାଳ ଯାତ୍ରା କରୁଥିଲେ ଯାତ୍ରା ପୂର୍ବରୁ ନିଜ ସାଙ୍ଗମାନଙ୍କୁ ଭେଟିଥିଲେ ଏବଂ ସାଙ୍ଗମାନଙ୍କୁ ଆଲିଙ୍ଗନ କରି କହିଥିଲେ, ‘ମୁଁ ଶେଷଥର ପାଇଁ ତୁମ ସମସ୍ତଙ୍କୁ ଭେଟୁଛି’ ଯଦିଓ ତରୁଣୀ ମଜାରେ ଏପରି କହିଥିଲେ ।

ତରୁଣୀଙ୍କ ବନ୍ଧୁମାନେ କହିଥିଲେ ଯେ ତରୁଣୀ ତାଙ୍କୁ ପୂର୍ବରୁ କେବେ ଏପରି ଆଲିଙ୍ଗନ କରିନାହାଁନ୍ତି କିମ୍ବା ଏପ୍ରକାରର କିଛି କହି ନାହାଁନ୍ତି । କେବଳ ଏତିକି ନୁହେଁ ତାଙ୍କର ସାଙ୍ଗମାନେ ଏହା ମଧ୍ୟ କହିଥିଲେ ଯେ ସେ କେବେବି ତାଙ୍କର କୌଣସି ଯାତ୍ରା ପୂର୍ବରୁ ସାଙ୍ଗମାନଙ୍କୁ କେବେ ବି ବିଦାୟ ଦେଇନାହାଁନ୍ତି । ଶେଷଥର ପାଇଁ ନିଜ ସାଙ୍ଗମାନଙ୍କ ସହିତ ଥଟ୍ଟା କରୁ କରୁ ପ୍ରକୃତରେ ତାହା ତାଙ୍କ ଜୀବନର ଶେଷ ଉଡ଼ାଣ ହୋଇଗଲା ।

Leave a Reply

Your email address will not be published. Required fields are marked *