ରଶ୍ମି ଦେଶାଇ ନନ୍ଦିସ୍ ସନ୍ଧୁଙ୍କ ସହିତ ଛାଡ଼ପତ୍ର ନେଇ କଲେ ବଡ଼ ଖୁଲାସା ! କହିଲେ- “ଲୋକେ ଆମ ଉପରେ ସନ୍ଦେହ କରୁଥିଲେ…”

ରଶ୍ମି ଦେଶାଇ ନନ୍ଦିସ୍ ସନ୍ଧୁଙ୍କ ସହିତ ଛାଡ଼ପତ୍ର ନେଇ କଲେ ବଡ଼ ଖୁଲାସା ! କହିଲେ- “ଲୋକେ ଆମ ଉପରେ ସନ୍ଦେହ କରୁଥିଲେ…”

କଳର୍ସ ଟିଭିର ଶୋ ‘ଉତ୍ତରନ’ର ତପସ୍ୟା ଠାକୁର୍ ଅର୍ଥାତ ରଶ୍ମି ଦେଶାଇ ଟିଭିର ଚର୍ଚ୍ଚିତ ଅଭିନେତ୍ରୀ ମଧ୍ୟରୁ ଜଣେ ଅଟନ୍ତି । ରଶ୍ମି ଅନେକଗୁଡ଼ିଏ ହିନ୍ଦୀ, ଅସମୀ, ବଙ୍ଗାଳୀ, ମଣିପୁରୀ ଓ ଭୋଜପୁରୀ ଭାଷା ଗୁଡ଼ିକରେ ନିର୍ମିତ ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ସେ ଅନେକ ବଡ଼ ବଡ଼ ଶୋ’ ଗୁଡ଼ିକରେ କାମ କରିଛନ୍ତି ଯେଭଳି ଦିଲ୍ ସେ ଦିଲ୍ ତକ୍, ନଚ୍ ବଲିଏ, ନାଗିନ୍, ବିଗ୍ ବସ୍ ଆଦି ଅଟେ । ତାଙ୍କୁ ଅନେକଗୁଡ଼ିଏ ପୁରସ୍କାର ମଧ୍ୟ ନିଜ ପ୍ରତିଭା ଯୋଗୁଁ ମିଳିଛି । ସେ ସର୍ବଦା ଉଚ୍ଚରେ ରହିଲେ କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ବହୁତ ଉଚ୍ଚ ନୀଚ ସମୟ ଆସିଥିଲା । ନିକଟରେ ଏକ ଇଣ୍ଟରଭିୟୁରେ ରଶ୍ମି ନନ୍ଦୀଶ୍ ସନ୍ଧୁଙ୍କ ସହିତ ନିଜ ଛାଡ଼ପତ୍ର ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ ସେ ସମୟ ବହୁତ ଚିନ୍ତା ଦାୟକ ଥିଲା ଏବଂ ଲୋକେ ମୋ ଉପରେ ସନ୍ଦେହ କରୁଥିଲେ ।

ଯଦିଓ ରଶ୍ମି ଦେଶାଇ ନନ୍ଦୀଶ୍ ସନ୍ଧୁଙ୍କ ସହିତ ନିଜ ମନରୁ ବିବାହ କରିଥିଲେ । କିନ୍ତୁ ୨୦୧୬ରେ ତାଙ୍କ ଛାଡ଼ପତ୍ର ହୋଇ ଯାଇଥିଲା । ଜଣାଇଦେଉଛୁ ଯେ ରଶ୍ମି ଓ ନନ୍ଦିଶ୍ ବହୁତ ସମୟରୁ ପରସ୍ପରଙ୍କୁ ଡେଟ୍ କରିବା ପରେ, ୧୨ ଫେବୃୟାରୀ ୨୦୧୨ରେ ବିବାହ କରିଥିଲେ । ନନ୍ଦିଶ୍ ଓ ରଶ୍ମି ଗୋଟିଏ ଧାରାବାହିକରେ କାମ କରୁଥିଲେ ଏବଂ ତାଙ୍କୁ ସେହି ସମୟରେ ପ୍ରେମର ଅନୁଭବ ହେଲା । ସେପଟେ ବିବାହର କିଛି ସମୟ ପରେ ଦୁହିଁଙ୍କ ମଧ୍ୟରେ ଅସୁବିଧା ସୃଷ୍ଟି ହୋଇଥିଲା । ଏତିକିନୁହେଁ ରଶ୍ମି ନନ୍ଦିଶଙ୍କ ଘର ଛାଡ଼ି ଆଉ କେଉଁଠିକୁ ଚାଲି ଯାଇଥିଲେ ଏବଂ ପରେ ୨୦୧୬ରେ ଏ ଦୁହେଁ ଆପୋଷ ସହମତିରୁ ଛାଡ଼ପତ୍ର ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଜଣାଇଦେଉଛୁ ଯେ ଏକ ଇଣ୍ଟରଭିୟୁରେ ରଶ୍ମି ଦେଶାଇ କହିଥିଲେ ଯେ “ସ୍ୱାଭିମାନର ସହିତ କହିବାକୁ ଗଲେ ମୁଁ ଯେତେବେଳେ ସେହି ପ୍ରକ୍ରିୟାରେ ଥିଲି ସେହି ସମୟ ମୋ ପାଇଁ ବହୁତ ଦୁଃଖ ଦାୟକ ଥିଲା । ମୁଁ ଲଢ଼ି ପାରୁନଥିଲି, ଏଥିପାଇଁ ମୁଁ ନିଜକୁ ଏପରି କରୁଥିଲି, ଯାହା ମୁଁ ଚାହୁଁନଥିଲି ।” ଅଭିନେତ୍ରୀ ଆଗକୁ କହିଛନ୍ତି ଯେ “ଯେତେବେଳେ ଦୁଇଜଣ ଲୋକଙ୍କ ଛାଡପତ୍ର ହୁଏ ତେବେ ଏ ଦୁଇଜଣ ଲୋକଙ୍କ ନିଷ୍ପତ୍ତି ହୋଇଥାଏ, କିନ୍ତୁ ମୋ ସହିତ ଓଲଟା ହୋଇଗଲା । ସେତେବେଳେ ସମସ୍ତେ ମୋ ଉପରେ ସନ୍ଦେହ କରୁଥିଲେ ।” ସେମାନେ ନିରାଶାରେ କହିଥିଲେ ଯେ “ସମାଜ ଆପଣଙ୍କ ବିଷୟରେ ବିଚାର କରେ, କିନ୍ତୁ ଏକ ଦମ୍ପତ୍ତି ରୂପେ ନୁହେଁ । ସେ ଏହା ବୁଝନ୍ତି ନାହିଁ ଯେ ଏ ଦୁଇଜଣଙ୍କ ମଝିର କଥା ଥିଲା, ଯାହା ପାଇଁ ଦୁହେଁ ଦାୟିତ୍ଵବାନ୍ ଥିଲେ । ଏହା ପଛରେ ଏକ କାରଣ ଥିଲା । ଆମେ ଦୁହେଁ ଅଲଗା ହୋଇଗଲୁ । ମୋ ଜୀବନସାଥୀ ଆଗକୁ ବଢି ଯାଇଛନ୍ତି ଏବଂ ମୁଁ ଭଲ କରୁଛି ।”

ରଶ୍ମି ଛାଡପତ୍ର ପରେ ନିଜ କ୍ୟାରିୟର ଆଡକୁ ଧ୍ୟାନ ଦେବା ଆରମ୍ଭ କରି ଦେଇଥିଲେ । ସେ ଏହି ଚିନ୍ତାପୂର୍ଣ୍ଣ ସ୍ଥିତିରେ ହାର୍ ମାନି ନଥିଲେ ଏବଂ ଆଗକୁ ବଢିବାକୁ ଲାଗିଲେ । ସେ ମାନନ୍ତି ଯେ ସେ ଖୁବଶୀଘ୍ର ବିବାହ କରି ନେଇଥିଲେ ଏବଂ ତାଙ୍କୁ ଏହାର ଅନୁଭବ ଅଛି । ସେ ବର୍ତ୍ତମାନ ନିଜ ଜୀବନରେ ବହୁତ ଆନନ୍ଦରେ ଅଛନ୍ତି ।

Leave a Reply

Your email address will not be published. Required fields are marked *