10 ଅଗଷ୍ଟ 2020, ସୋମବାର ରାଶିଫଳ ! ଜାଣନ୍ତୁ ଆଜିର ଦିନଟି କିପରି କାଟିବା ।

10 ଅଗଷ୍ଟ 2020, ସୋମବାର ରାଶିଫଳ ! ଜାଣନ୍ତୁ ଆଜିର ଦିନଟି କିପରି କାଟିବା ।

ଗ୍ରହ ନକ୍ଷେତ୍ର ଗୁଡିକ ସମୟ କ୍ରମରେ ନିଜର ସ୍ଥାନ ପରିବର୍ତ୍ତନ କରିଥାନ୍ତି, ଯାହାର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥାଏ । ଯାହା ଫଳରେ ବ୍ୟକ୍ତିର ଜୀବନରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଗ୍ରହର ପରିବର୍ତ୍ତନ ଫଳରେ ରାଶି ଗୁଡିକ ଉପରେ ମଧ୍ୟ କିଛି ନା କିଛି ପ୍ରଭାବ ପଡିଥାଏ । ଗ୍ରହର ସ୍ଥିତି ଭଲ ଥିଲେ ବ୍ୟକ୍ତିର ଜୀବନରେ ଏହାର ସୁପ୍ରଭାବ ପଡିଥାଏ ଓ ବ୍ୟକ୍ତି ଉନ୍ନତି କରିଥାଏ କିନ୍ତୁ ଗ୍ରହ ସ୍ଥିତି ଭଲ ନ ଥିଲେ, ବ୍ୟକ୍ତିର ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଥାଏ । ଜୋତିଷଙ୍କ ଅନୁସାରେ ରାଶିଗୁଡିକ ଆଧାରରେ ବ୍ୟକ୍ତିର ଭବିଷ୍ୟତ ବିଷୟରେ କୁହାଯାଇପାରେ । ଯେପରି କି ଆପଣ ଚାକିରି, ବ୍ୟବସାୟ, ସ୍ୱାସ୍ଥ୍ୟ, ଶିକ୍ଷା, ବିବାହିତ ଓ ପ୍ରେମ ଜୀବନ ସହିତ ଜଡିତ ପ୍ରତ୍ୟେକ ବିଷୟରେ ସୂଚନା ପାଇପାରିବେ । ତା’ହେଲେ ଆସନ୍ତୁ ଜାଣିବା ଆଜି ଦିନଟି ଆପଣ ଆପଣଙ୍କ ପାଇଁ କିପରି ରହିବ ଓ ଆପଣଙ୍କ ଜୀବନରେ କଣ ପରିବର୍ତନ ଘଟିବ ?

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଆଜି ପରିବାର ସଦସ୍ୟଙ୍କ ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିପାରିବ ଏବଂ କିଛି ବଡ ନିଷ୍ପତ୍ତି ମଧ୍ୟ ନେଇପାରିବ । ରାଶିର ଚତୁର୍ଥସ୍ଥାନରେ ଷଷ୍ଠାଧିପତି ବୁଧଙ୍କ ଯୋଗୁଁ ପାରିବାରିକ କ୍ଷେତ୍ରରେ ମାନସିକ ଅସ୍ଥିରତା ଲାଗି ରହିବ । କର୍ମକ୍ଷେତ୍ରରେ କୈାଣସି ନୀଚ୍ଚ ଜାତିର ବ୍ୟକ୍ତିଙ୍କ ସହ କଳହର ସମ୍ଭାବନା ରହିଛି । ଆର୍ଥିକ ସଂକଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ । ଚାକିରି କ୍ଷେତ୍ରରେ ଆପଣ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିବେ । ସାମାଜିକ କାର୍ଯ୍ୟ କିମ୍ବା ଜନ କଲ୍ୟାଣ କାର୍ଯ୍ୟରେ ଲିପ୍ତ ରହିବେ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ମାଆ ମାଣିକେଶ୍ଵରୀ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଆଜି ଯୋଜନା ଅନୁଯାୟୀ କାର୍ଯ୍ୟ କରିଲେ ସଫଳତା ମିଳିବ । କିନ୍ତୁ ଧାନସ୍ଥାନରେ ରହୁଯୁକ୍ତ ହେତୁ ଅନ୍ୟମନସ୍କତା ଓ କର୍ମକ୍ଷେତ୍ରରେ ପ୍ରତି ଉଦାସୀନତା ରହିବେ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦିତା ବୃଦ୍ଧି ପାଇବ ଏବଂ ପରୋକ୍ଷ ଶତ୍ରୁମାନେ ଆପଣଙ୍କ ବିରୋଧରେ ଯେଉଁ ଚକ୍ରାନ୍ତ କରିବେ ସେଥିରେ ଆପଣଙ୍କ କୌଣସି ଅସୁବିଧା ହେବ ନାହିଁ । ଆର୍ଥିକ ସ୍ଥିତି ଶୋଚନୀୟ ରହିବା ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ । ଚିନ୍ତା ନ କରି କୌଣସି ପଦକ୍ଷେପ ବା ନିଷ୍ପତ୍ତି ନିଅନ୍ତୁ ନାହିଁ । ପରିବାରରେ କୌଣସି ସଦସ୍ୟଙ୍କ ପକ୍ଷଭୁକ୍ତ ହୁଅନ୍ତୁ ନାହିଁ ବରଂ ନୀରବତା ରହିବା ଶ୍ରେୟସ୍କର ହେବ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଦୁର୍ଗା ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ରାଶିରେ ପାପ ଗ୍ରହର ପ୍ରଭାବ ଫଳରେ ଦିନଟି ସମସ୍ୟା ବହୁଳ ରହିବ । ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇପାରନ୍ତି । ବ୍ୟବସାୟ ବାଣିଜ୍ୟରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଦେଖାଦେଇପାରେ । କିନ୍ତୁ ଅପରାହ୍ନ ପରେ ଅଫିସରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ପାଇବେ ଯାହାଫଳରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସମାଜର ଉଚ୍ଚ ବର୍ଗର ଲୋକଙ୍କ ସହଯୋଗ ମିଳିବ । ପୁରୁଣା କଥାକୁ ଦୋହରାଇଲେ ଦୁଃଖ କଷ୍ଟ ଅନୁଭବ କରିବା ବ୍ୟତୀତ ଆଉ କିଛି ମିଳିବ ନାହିଁ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ, ଅନ୍ୟଥା ଅସୁବିଧାରେ ପଡ଼ିପାରନ୍ତି । ଆଜି ଅପରାହ୍ନରେ ପେଟଜନିତ ସମସ୍ୟା ଦେଖାଦେଇପାରେ । ବୈବାହିକ ଜୀବନରେ ହସଖୁସି ବଜାୟ ରହିବ । ଶୁଭରଙ୍ଗ: ଧଳା । ଆରାଧନା: ବାବା ଆଖଣ୍ଡଳମଣୀ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆଜି ଆପଣ ଜୀବନସାଥୀଙ୍କ ଠାରୁ ଭଲ ଖବର ପାଇବାର ସମ୍ଭାବନା ରହିଛି । ବୁଧାଦିତ୍ୟ ଯୋଗରୁ ଆପଣ ଯାହା କରନ୍ତୁ ନା କାହିଁକି, ସବୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ କିନ୍ତୁ ଭବିଷ୍ୟତକୁ ଆଖି ଆଗରେ ରଖି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ଅବଶ୍ୟ ଆପଣଙ୍କର ଅତି ପ୍ରିୟ ବନ୍ଧୁଟି ପାଖରୁ ପ୍ରେରଣା ଲାଭ କରିବେ । ବ୍ୟବସାୟରେ ଲାଭବାନ ହେବେ, ମାତ୍ର ଆଶାନୁରୂପ ନ ହୋଇପାରେ । ଅଫିସରେ ସହକର୍ମୀଙ୍କ ସହ ମିଳାମିଶା କରି ପରସ୍ପର ମଧ୍ୟରେ ସହଯୋଗ ସାହାଯ୍ୟ କରିବେ । ନିକଟ ସମ୍ପର୍କୀୟଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ । ଆଜି ଜଣେ ମହିଳା ବନ୍ଧୁ କର୍ମକ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ ଓ ସହଯୋଗ କରିବେ । ପରିବାରରେ କୌଣସି ସଦସ୍ୟଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ମନରେ ସରସତା ରହିବ ନାହିଁ । ଶୁଭରଙ୍ଗ: କ୍ରୀମ୍‌ । ଆରାଧନା: ମାଆ ଭୈରବୀ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଭଗବାନଙ୍କ ଉପାସନା, ଜପ ଏବଂ ଆଧ୍ୟାତ୍ମିକତାରେ ଆପଣଙ୍କ ମନକୁ ଶାନ୍ତି ମିଳିବ । ଏକାଦଶସ୍ଥ ଶୁକ୍ର ଓ ରାହୁ ପ୍ରଭାବରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । ଋଣ ସୁଝିବା ପାଇଁ ମନ ବଳାଇବେ । ଅଫିସରେ ଆଲୋଚନା ବା ବୈଠକରେ ନିରତ ସତକଥା କହି ସହକର୍ମୀଙ୍କ ଅନାଦର ପାତ୍ର ହୋଇପାରନ୍ତି । ସାମାଜିକ କ୍ଷେତ୍ରରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବାର ଅଭିନୟ କରିବାକୁ ପଡିପାରେ । ଶତ୍ରୁ ପକ୍ଷ ଦୁର୍ବଳ ହେବ, ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ଆତ୍ମୀୟମାନଙ୍କ ପରୋକ୍ଷ ଶତ୍ରୁତା ମନରେ ଦୁଃଖ ଦେଇପାରେ । ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତା କରିବେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ବିମଳା ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ରାଶିରେ ରାହୁଙ୍କ ଅବସ୍ଥାନ ଫଳରେ ବିଭିନ୍ନ ପ୍ରକାରର ପୁରୁଣା ସମସ୍ୟା ଲାଗି ରହିଥିବା କାରଣରୁ ମାନସିକ ସୁସ୍ଥତା ରହି ନପାରେ । କିନ୍ତୁ ନିଜ ଉପସ୍ଥିତି ବୁଦ୍ଧି ଓ କୈାଶଳ ପ୍ରୟୋଗ କରି କିମ୍ବା ବଳପୂର୍ବକ କାର୍ଯ୍ୟହାସଲ କରିବାର ମନୋବୃତି ସୃଷ୍ଟି ହେବା । ସହକର୍ମୀ କିମ୍ବା ବନ୍ଧୁମାନଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହୋଇପାରେ । ସାମାଜିକ ସ୍ତରରେ କୌଣସି ବିନା କାରଣ ଅନ୍ୟମାନେ ଆପଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରନ୍ତି, ତେଣୁ ସତର୍କତାର ସହ ଦିନଚର୍ଯ୍ୟା କରନ୍ତୁ । ସାଧାରଣ କଥାକୁ ନେଇ ପରିବାରରେ ଅଶାନ୍ତିର ଝଡ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: କଫି ରଙ୍ଗ । ଆରାଧନା: ମାଆ ତାରିଣୀ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଦିନଟି ଆପଣଙ୍କ ପାଇଁ ସୁଖଦାୟକ ରହିବ । ଆଜି ଏକାଦଶସ୍ଥ ତିନୋଟି ଗ୍ରହ ଯୋଗୁଁ ଆପଣଙ୍କ ଆଶା ଅବଶ୍ୟ ପୂରଣ ହେବ । ଜଣେ ବନ୍ଧୁ ହଠାତ୍‌ ଆସି ଆପଣଙ୍କୁ ଏକ ଖୁସି ଖବର ଶୁଣାଇବେ । ଅଫିସରେ ନାହିଁ ନାହିଁ କରୁଥିଲେ ମଧ୍ୟ ସହକର୍ମୀମାନେ ସେମାନଙ୍କ କାମଗୁଡିକ ଆପଣଙ୍କୁ କରିବାକୁ ବାଧ୍ୟ କରିବେ । କର୍ମକ୍ଷେତ୍ରରେ ନିଜର ଆଶା ଓ ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଭଲ ରହିବ । କୌଣସି କ୍ଷେତ୍ରରେ ମଧ୍ୟ ଯଥାଶୀଘ୍ର ନିଷ୍ପତ୍ତି କିମ୍ବା ପଦକ୍ଷେପ ନେଲେ ଅସୁବିଧାରେ ପଡିବାର ସମ୍ଭାବନା ରହିଛି । ପରିବାରରେ ସମସ୍ୟା ଲାଗିରହିଥିଲେ ମଧ୍ୟ ଜାଣିଶୁଣି ନୀରବତା ରହିବା ଭଲ ହେବ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁଁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ହର ପାର୍ବତୀ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ତୃତୀୟ ସ୍ଥାନ ବଳବାନ୍‌ ଯୋଗୁଁ ପାରିବାରିକ ଜୀବନ ସହ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇ ଖୁସି ହେବେ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି । ବ୍ୟବସାୟରେ ଗ୍ରାହକଙ୍କ ହୃଦୟ ଜିଣିବା ଭଳି କଥା କହି ସେମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବେ । ବିବାଦୀୟ ଘଟଣାର ଅବସାନ ଘଟିପାରେ । କିନ୍ତୁ ଅଫସିରେ ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ସମାଲୋଚନାର ପାତ୍ର ହୋଇପାରନ୍ତି । ଆର୍ଥିକ କ୍ଷେତ୍ରରେ ଉନ୍ନତି କରିଲେ ମଧ୍ୟ କୌଣସି ସଞ୍ଚୟ କରିପାରିବେ ନାହିଁ । କାରଣ ପାରିବାରିକ ଖର୍ଚ୍ଚ ବୃଦ୍ଧି ପାଇବ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ: ଧୂସର । ଆରାଧନା: ମାଆ ଶାରଳା ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ । ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ । ସପ୍ତମାଧିପତି ଅଷ୍ଟମସ୍ଥ ହୋଇ ସ୍ତ୍ରୀଙ୍କ ସ୍ଵାସ୍ଥ୍ୟହାନୀ, ଆର୍ଥିକ ଶୋଚନୀୟ ଅବସ୍ଥାକୁ ନେଇ ଚିନ୍ତିତ ରହିବେ । ଅତୀତ ଘଟଣାବଳୀକୁ ବାରମ୍ବାର ମନେ ପକାଇ ଅନ୍ୟମନସ୍କ ହୋଇପାରନ୍ତି; ଯାହାଫଳରେ ବ୍ୟବସାୟ ବାଣିଜ୍ୟ ଧିମା ହୋଇପାରେ । ଆଜି “ବୋଝ ଉପରେ ଲଲିତା ବିଡା” ଭଳି ଅଫିସରେ ଅତ୍ୟଧିକ କମର ଚାପ ରହିବ । ଶତ୍ରୁତା କାରଣରୁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକର ସମ୍ମୁଖୀନ ହୋଇ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ, ଯାହାଫଳରେ ମାନସିକ ଦୁଶ୍ଚିନ୍ତା ଦେଖାଦେବ । ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳସ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ନିଜ ଉପରେ ବିଶ୍ବାସ ରଖନ୍ତୁ ଏବଂ ନିଜ କର୍ତ୍ତବ୍ୟ ମୁତବକ କାର୍ଯ୍ୟ କରିଚାଳନ୍ତୁ । ଧନାଧିପ ବ୍ୟୟଭାବସ୍ଥ ହେତୁ ଅଭାବନୀୟ ପରିସ୍ଥିତି ସଙ୍ଗକୁ କେତେକ ଆକସ୍ମିକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ନିକଟ ସମ୍ପର୍କୀୟଙ୍କ ସହ ମତଭେଦ ଦେଖାଦେଇପାରେ । ଅଫିସରେ କିମ୍ବା କାମରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ କୈାଣସି କାମ ଉତ୍ସାହପ୍ରଦ ହେବ ନାହିଁ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ଶୁଭରଙ୍ଗ: ଧଳା । ଆରାଧନା: ସୂର୍ଯ୍ୟଦେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଭଗବାନଙ୍କ ଉପରେ ଭରସା ରଖନ୍ତୁ, ସମସ୍ତ କାର୍ଯ୍ୟରେ ସିଦ୍ଧି ପାଇବେ । ଚିଚନ୍ଦ୍ରଯୁକ୍ତ ରାହୁ ଜନିତ ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ ପ୍ରକୃତ ଆନନ୍ଦକୁ ଉପଭୋଗ କରି ପାରିବେ ନାହିଁ । ଆଜି କାର୍ଯ୍ୟଗୁଡିକ ସମ୍ପାଦନ କରିବା କଷ୍ଟସାଧ୍ୟ ହୋଇପାରେ । ସ୍ଵାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବ । ଆକସ୍ମିକ ଭାବରେ ମିତ୍ର ବନ୍ଧୁଙ୍କ ସହ ମନାନ୍ତର ଘଟିବାର ସମ୍ଭାବନା ରହିଛି । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ । ଆର୍ଥିକ ସ୍ଥିତି ମାନ୍ଦା ରହିବ । ଧାରା କରଜ କରିବାକୁ ବାଧ୍ୟ ହେବେ । ନିଜ ଲୋକମାନେ ହିଁ ପରୋକ୍ଷରେ ଶତ୍ରୁତା ଆଚରଣ କରୁଥିବାର ଜାଣିବା ପରେ ମନରେ ସରସତା ରହିବ ନାହିଁ । ଘରେ ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ । ଶୁଭରଙ୍ଗ: ଲାଲ୍ । ଆରାଧନା: ହନୁମାନ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ଚତୁର୍ଥସ୍ଥ ପାପଗ୍ରହ କାରଣରୁ ପାରିବାରିକ ଓ କର୍ମକ୍ଷେତ୍ର ବିବାଦୀୟ ରହିବ । କର୍ମକ୍ଷେତ୍ରରେ ହଠାତ୍‌ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଯିବା, ଯାହାଫଳରେ ମନରେ ସରସତା ରହିବ ନାହିଁ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ମହତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ଅବସର ମିଳିବ । ସରକାରୀ ସ୍ତରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଶଂସିତ ହେବେ । ଅନ୍ୟର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୁରନ୍ତୁ ନାହିଁ । ବୈବାହିକ ଜୀବନରେ ମଧୁରତା ବଢିବ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମାଆ ବିରଜା ।

Leave a Reply

Your email address will not be published. Required fields are marked *